ମାସ ମାସ ଧରି ଅନ୍ଧାରରେ ଜୀବନ, ବଣ ପାହାଡ ଘେରରେ ଭୟରେ କଟୁଛି ପ୍ରତି ମୂହୂର୍ତ୍ତ
by Argus News
Mon, Nov 11 | 5:57 p.m.

ଅର୍ଗସ ବ୍ୟୁରୋ:  ମାସ ମାସ ଧରି ଅନ୍ଧାରରେ ଜୀବନ । ବଣ ପାହାଡ ଘେରରେ ଭୟରେ କଟୁଛି ପ୍ରତି ମୂହୂର୍ତ୍ତ । କିପରି ଚାରିଆଡ କିଟ୍ କିଟ୍ ଅନ୍ଧାର । ସୂର୍ଯ୍ୟ ଅସ୍ତ ହେଲେ ମାତ୍ରେ ସବୁକିଛି ଶୂନଶାନ୍ । ବିଦ୍ୟୁତ୍ ବିଭାଗର ଭୁଲର ସଜ୍ଜା ଭୋଗୁଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ସାଅବା ପଂଚାୟତର ଉପାନ୍ତ ଗାଁ ଭାଲିଆଗୁଡା ।ବଣ ପାହାଡ ଘେରା ଏହି ଆଦିବାସୀ ଗାଁକୁ ଗତ ୨୦୧୨ରେ ବିଜୁ ଜ୍ୟୋତି ଯୋଜନାରେ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା ।. ହେଲେ ଗାଁକୁ ଯାତାୟତ ଲାଗି ଭଲ ରାସ୍ତା ନଥିବାରୁ ବିଦ୍ୟୁତ୍ ରିଡିଂ ନେବାକୁ ବିଦ୍ୟୁତ୍ ବିଭାଗର କେହି କେବେ ଯାଆନ୍ତି ନାହିଁ ।..... ଗତ 5 ମାସ ତଳେ ଗାଁର ଟ୍ରାନ୍ସଫର୍ମର୍ ଖରାପ ହୋଇଯିବା ପରେ ବିଦ୍ୟୁତ ବିଭାଗ ପାଖେ ଅଭିଯୋଗ କରିଥିଲେ ଗ୍ରାମବାସୀ । ହେଲେ ୨୦୧୨ ମସିହାରୁ ଏପର୍ଯ୍ୟନ୍ତ ବାକିଥିବା ବିଦ୍ୟୁତ୍ ବିଲ୍ ପୈଠ ନକଲେ ଗାଁକୁ ବିଦ୍ୟୁତ ଯୋଗାଇ ଦିଆଯିବ କୁହାଯାଇଛି । 12 ବର୍ଷର ବିଦ୍ୟୁତ୍ ବିଲ୍ କାହାର 50 ହଜାର ତ କାହାର 40 ହଜାର । ଏକାସାଙ୍ଗରେ ଏତେ ଗୁଡାଏ ଟଙ୍କା କେଉଁଠୁ ଆଣିବେ ତାକୁ ନେଇ ଚିନ୍ତାରେ ପଡିଥିବା ଗରିବ ଆଦିବାସୀ ପରିବାରଙ୍କୁ ଏବେ କେବଳ ଡିବିରି ଆଲୁଅ ଓ ମହମବତୀ ଭରସା ।

ବିଜୁଳି ନଥିବାରୁ ରାତି ହେଲେ ମାତ୍ରେ ଗାଁରେ ତାଟି କବାଟ ପଡି ଯାଉଛି। ଲଣ୍ଠନ ଓ କିରୋସିନୀ ଜାଳି ପିଲାମାନେ ପାଠ ପଢିବାଠୁ ଆରମ୍ଭ କରି ରୋଷେଇବାସ ସବୁ କାମ ହେଉଛି ।.... ସେପଟେ ବିଦ୍ୟୁତ୍ ବିଭାଗ ସହ କଥା ହୋଇ ଏ ସମସ୍ୟାର ଶୀଘ୍ର ସମାଧାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ।

24 ବର୍ଷ ଶାସନରେ ବିଜେଡି କିଭଳି ଗ୍ରାମାଞ୍ଚଳ ଗୁଡ଼ିକର ବିକାଶ କରିଛି, ତାର ଜ୍ବଳନ୍ତ ଉଦାହରଣ ଭାଲିଆଗୁଡ଼ା ଗାଁ । ଭଲ ରାସ୍ତା ନଥିବାର ଦୁଃଖ ସରୁନଥିବାବେଳେ ଏବେ ରାସ୍ତା ଲାଗି 12 ବର୍ଷର ବିଜୁଳି ବିଲ୍ ପୈଠ ଗ୍ରାମବାସୀଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି । ବର୍ତ୍ତମାନ ବିଜେପି ସରକାର କଣ ପଦକ୍ଷେପ ନେବ, ତା ଉପରେ ନଜର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ବଜେଟ
28m ago
ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ
ଅର୍ଗସ ବ୍ୟୁରୋ: କାଲିଠୁ ବିଧାନସଭା ଶୀତ ଅଧିବେଶନ। ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଆଣିବେ ବଜେଟ। ଗୃହ ସୁରୁଖୁରରେ ଚାଲିବା ନେଇ ହେବ ଆଲୋଚନା
ମୁଖ୍ୟମନ୍ତ୍ରୀ
41m ago
ଆଜି କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଆଜି କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ । ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀଙ୍କ ଦେହାନ୍ତରେ ତାଙ୍କ ଶେଷ ଦର୍ଶନରେ ସାମିଲ ହେବ
NCC CADETS
ଆସନ୍ତା ୫ ବର୍ଷରେ ରାଜ୍ୟରେ ସୃଷ୍ଟି ହେବେ ୧ ଲକ୍ଷ ଏନସିସି କ୍ୟାଡେଟ
ଅର୍ଗସ ବ୍ୟୁରୋ: ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ସୃଷ୍ଟି ହେବେ ୧ ଲକ୍ଷ ଏନସିସି କ୍ୟାଡେଟ। ଦେଶକୁ ଅଧିକ ମାତ୍ରାରେ ଏନସିସି କ୍ୟାଡେଟ ଯୋଗେଇବ ଓଡ଼ିଶା। ଏ ନେ
POLICE
ବାଂଲାଦେଶ ନାବାଳିକା ଉଦ୍ଧାର, ଦଲାଲ ସ୍ୱାମୀ, ସ୍ତ୍ରୀକୁ ଗିରଫ କଲା ପୋଲିସ
ଅର୍ଗସ ବ୍ୟୁରୋ: କଟକରୁ ବାଂଲାଦେଶ ନାବାଳିକା ଉଦ୍ଧାର ଘଟଣା । କଟକ ସଦର ଥାନା ଅଞ୍ଚଳରୁ ଦଲାଲ ସ୍ବାମୀ, ସ୍ତ୍ରୀକୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ । ଗିରଫ ଦମ୍ପତିଙ୍କ
PARLIAMENT
ଆଜିଠୁ ସଂସଦରେ ଶୀତକାଳୀନ ଅଧିବେଶନ
ଅର୍ଗସ ବ୍ୟୁରୋ: ପ୍ରସ୍ତୁତ ସରକାର...ପ୍ରସ୍ତୁତ ବିରୋଧୀ । ଆଜିଠୁ ସଂସଦରେ ସରଗରମ ହେବ ଚର୍ଚ୍ଚା । ଶୀତକାଳୀନ ଅଧିବେଶନରେ ମୋଟ ୧୬ଟି ବିଲ୍‌ ଉପସ୍ଥାପନ ପାଇଁ ଲକ୍ଷ୍