ବଜାରରେ ବୁଲିଲାଣି ବିଜେଡି ଏକ୍ସପାଏରୀ ସ୍କାନର !
by Argus News
Tue, May 07 | 9:54 p.m.

ଅର୍ଗସ ବ୍ୟୁରୋ : ବିରୋଧୀ ଦଳର ନେତା ତଥା ସମ୍ବଲପୁର ବିଜେପିର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ନିଜ ଫେସବୁକ୍‌ ପେଜରେ ଏମିତି କିଛି ଲେଖିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର । ଗତକାଲି ନିର୍ବାଚନୀ ସଭାରେ ମୋଦି କହିଥିଲେ ଜୁନ୍‌-୪ରେ ବିଜେଡିର ଏକ୍ସପାଏରୀ ହେବ, ଆଉ ଏବେ ଜୟନାରାୟଣ ବି ସମାନ କଥା ଲେଖିଛନ୍ତି । ଜୁନ୍-୪ରେ ବିଜେଡିର ଖେଳ ଖତମ୍‌ । ଖାଲି ଏତିକି ନୁହେଁ ବରଂ ରେଜିଷ୍ଟ୍ରେସନ୍‌ ତାରିଖ, ମାନ୍ୟୁଫାକଚରିଂ ଡେଟ୍‌ ସହ ଏକ୍ସପାଏରୀ ଲେଖାଥିବା ଏକ ବାରକୋଟ୍‌ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ରାଜ୍ୟରେ କ୍ରମାଗତ ଭାବରେ ବିଜେଡିର ଲୋକପ୍ରିୟତା କମୁଥିବା ବେଳେ ବିଜେପିର ଲୋକପ୍ରିୟତା ବଢୁଛି । ପ୍ରଧାନମନ୍ତ୍ରୀଙ୍କ ଭିଜନ, କାର୍ଯ୍ୟଶୈଳୀକୁ ବେଶ ପସନ୍ଦ କରୁଛନ୍ତି ଜନତା ।  ଯାହା ଗତକାଲିର ଦୃଶ୍ୟ ହିଁ ସ୍ପଷ୍ଟ କରିଥିଲା । ହେଲେ ମୋଦିଙ୍କ ଭାଷଣ ଶୁଣିବା ପରେ ଏବେ ପୂରା ସୋସିଆଲ ମିଡିଆରେ ବିଜେଡିର ଏକ୍ସପାଏରୀ ଡେଟ୍‌ର ସ୍କାନର ଭାଇରାଲ ହେଉଛି । ଯାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଉଛି ।  କାରଣ ୨୪ ବର୍ଷର ସ୍ଥିର ସରକାର, ସ୍ଥିର ମୁଖ୍ୟମନ୍ତ୍ରୀ ଥିବା ପରେ ବି ରାଜ୍ୟର ବିକାଶ ଯେମିତି ହେବା କଥା ସେମିତି ହୋଇନି । ତେଣୁ ଏ ସରକାରକୁ ବଦଳାଇବାକୁ ମନ ବଳାଇଲେଣି ଭୋଟ୍‌ର । କେମିତି ଭୋଟ୍ ବ୍ୟାଙ୍କ ବଢିବ ସେନେଇ ପୁଳାପୁଳା ରଣନୀତି କରୁଛନ୍ତି ନବୀନ- ପାଣ୍ଡିଆନ । କିନ୍ତୁ ସେ ଯୋଜନା କିଛି କାମ ଦେବନି, କି ବିଜେଡି ଭୋଟ ପାଇବନି ବୋଲି କହିଲେଣି ଜନତା । 

ପୂରା ଦମ୍‌ରେ ଏଥର ଲଢେଇ କରିବାକୁ ପ୍ରସ୍ତୁତ ହୋଇଛି ବିଜେପି । ଗ୍ରାଉଣ୍ଡରେ କାମ କରୁଛି, କେମିତି ରାଜ୍ୟ ଓ ଦେଶର ବିକାଶ ହେବ ସେନେଇ ରଣନୀତି ବି କରୁଛି । କେନ୍ଦ୍ରୀୟ ନେତାଙ୍କ ଫୋକସ୍‌ରେ ଓଡ଼ିଶା ରହିଛି । ଆଉ ଏମିତି ପ୍ରସ୍ତୁତି ଦେଖି ଡରି ଛାନିଆ ହେଲାଣି ବିଜେଡି । ଯାହା ତ ଟେନ୍‌ସନ୍‌ ଥିଲାଥିଲା ଏବେ ଯେମିତି ଭାବରେ ମୋଦି ବିଜେଡିକୁ ଏକ୍ସପାଏରୀ ଡେଟ୍ କହିଦେଲେ ତାହା ଶଙ୍ଖ ଦଳର ଚିନ୍ତା ଆହୁରି ବଢାଇଦେଇଛି ।
 

ଏମ୍ସରୁ ସୁସ୍ଥ ହୋଇ
11m ago
ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
ଅର୍ଗସ ବ୍ୟୁରୋ: ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ବିଜେପି ନେତା ତଥା ବ୍ରହ୍ଣପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ। ମୋତେ ଆକ୍ରମଣ ବିଜେଡିର ଏ
ରିଗିଂ ଅଭିଯୋଗ
22m ago
ବିଜେଡିର ଏଜେଣ୍ଟ ଜବରଦସ୍ତ ଭୋଟ୍ ଦେଉଥିବା ଅଭିଯୋଗ
ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବୁଥ୍ ରିଗିଂ ଅଭିଯୋଗ । କିରାସରା ଓ କାଦପଦର ବୁଥରେ ବିଜେଡି ନେତା ଭୋଟ୍ ରିଗିଂ କରୁଥିବା ଅଭିଯୋଗ କରିଛନ୍ତି ଲୋକେ l ଭୋଟରଙ୍କୁ ଭୋଟ
୪୭ନଂ ବୁଥରେ
37m ago
୪୭ନଂ ବୁଥରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ
ଅର୍ଗସ ବ୍ୟୁରୋ: ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ତୁରୁମୁ ପଞ୍ଚାୟତର ବେରୁଆବାଡ଼ି ଗ୍ରାମର ୪୭ ନଂ ବୁଥରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ। ବିଜେପି କର୍ମୀମାନଙ୍କୁ ଆକ୍ରମଣ ଅଭିଯୋଗ। ବୁ