କାଳବୈଶାଖୀ ଯୋଗୁ ଛପର ଉଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
by Argus News
Fri, Jun 14 | 5:17 p.m.

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ଅଁଳାବେରେଣୀ ଗ୍ରାମରେ ଥିବା କୋପରେଟିଭ ସୋସାଇଟିରେ ଗତ କାଲି ରାତ୍ରିରେ କାଳବୈଶାଖୀର ତାଣ୍ଡବଲୀଳାରେ ଉଡ଼ିଗଲା ଛପର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। 

କାଳବୈଶାଖୀର ତାଣ୍ଡବ ଲୀଳାରେ ପ୍ରାୟ ପାଞ୍ଚ ବଖରା ଘରର ଆଜବେଷ୍ଟସକୁ ଉଡାଇ ନେବା ଫଳରେ ଗୋଦାମ ଘରେ ଥିବା ପ୍ରାୟ ୫ଲକ୍ଷର ସାର ନଷ୍ଟ ହେବା ସହ ସୋସାଇଟି ବ୍ୟାଙ୍କର ସବୁ ଆସବାବ ପତ୍ର ସହ କମ୍ପୁଟର ଅଫିସ କାଗଜ ପତ୍ର, ଏବଂ ବ୍ୟାଙ୍କ ଲକର ସହ ସବୁ ଜିନିଷ ପତ୍ର ପାଣିରେ ଭିଜି ନଷ୍ଟ ହୋଇଯାଇଛି।

ଯାହାଫଳରେ ୧୫ଲକ୍ଷ ଟଙ୍କାର ଉପକରଣ ସହ ବିଭିନ୍ନ ଜିନିଷ ପତ୍ର ସହ ସୋସାଇଟିରେ ରଖା ଯାଇଥିବା ସାର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ପାଣିରେ ମିଶିଯାଇଛି। 
ସକାଳେ ଖବର ପାଇ ସୋସାଇଟିର କର୍ମଚାରୀ ଅଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରି କହିଥିଲେ ଯେ ପ୍ରାୟ ପନ୍ଦର ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଏ ସମ୍ବନ୍ଧରେ ସୋସାଇଟିର ଅଧ୍ୟକ୍ଷ ଏଆରସିସି ଜିଲ୍ଲାପାଳଙ୍କୁ ଜଣାଇଥିବା ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା