ଜାଣନ୍ତୁ ଆଜିର ରାଶିଫଳ : କର୍ମକ୍ଷେତ୍ରରେ ଏହି ରାଶିଙ୍କୁ ମିଳିପାରେ ବଡ ସଫଳତା
by Argus News
Thu, May 09 | 7:42 a.m.

ଅର୍ଗସ ବ୍ୟୁରୋ : ୦୯.ଗୁରୁବାର : ଜାଣନ୍ତୁ ଆଜିର ରାଶିଫଳ ଏହି ରାଶିର ଲୋକ ଆଜି ଚାକିରିରେ ଉନ୍ନତି କରିବେ
ମେଷ-
କର୍ମକ୍ଷେତ୍ରରେ ବିଫଳ ହେବ  । ରାଜନିତିରେ ଲୋକଙ୍କ ପ୍ରିୟ ରହିବେ । ଧର୍ମ ଭାବନାରୁ ମନ ଦୂରେଇ ଯିବ । ଆର୍ଥିକ ସମସ୍ୟା ଚିନ୍ତାର କାରଣ ହେବ । ଭାଗିଦାରି ବ୍ୟବସାୟୀ ଦ୍ୱାରା କିଛି ମାତ୍ରାରେ ଲାଭବାନ୍ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର – କୈାଣସି ଛୋଟା ଲୋକଙ୍କୁ କିଛି ସାହାର୍ଯ୍ୟ କରନ୍ତୁ

ବୃଷ-
କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ । ବାହାରେ ଖାଦ୍ୟ ଖାଇବା ଠାରୁ ଦୂରରେ ରୁହନ୍ତୁ । ଯେତେ ଭଲ କାମ କରିଲେ ଅନ୍ୟ ମାନେ ଦୋଷ ଖୋଜିବୁଲିବେ କ୍ଷ ଆଜି ଜଣେ ବନ୍ଧୁ ପରିବାରର ସମସ୍ୟା ସମାଧାନ ସକାଶେ ମାର୍ଗଦର୍ଶକ ସାଜିବେ କ୍ଷ କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ 
ପ୍ରତିକାର – ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ    

ମିଥୁନ-
ବନ୍ଧୁ, ପରିଜନକୁ ନିଜର ମନ କଥା କୁହନ୍ତୁ ।  କୈାଣସି କାମରେ ଯଥେଷ୍ଟ ଲାଭ ହେବ । ପ୍ରେମ ଜୀବନ ଭଲ ରହିବ । କାମଧନ୍ଦାରେ ଉନ୍ନତି ହେବ । ଭାଇ ବନ୍ଧୁଙ୍କ ସହ ବିରୋଧ ଦେଖାଦେଇପାରେ । ଜାଗ. ଜମି, କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦର ସମାଧାନ ହୋଇଯିବ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କର୍କଟ-
ଭାଇ ବନ୍ଧୁମାନେ ସାହାର‌୍ୟ୍ୟ ପାଇ ଆନୁଷ୍ଠାନିକ କାମ ହାସଲ କରିବେ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବେ । ବ୍ୟବସାୟରେ ଲାଭଜନକ ହେବ । ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବିବାଦରେ ମଧ୍ୟସ୍ଥି କରିବାରେ ନିବୃତ ରୁହନ୍ତୁ । ସମାଜ ସେବାରେ ସ୍ୱନାମ ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ 

ସିଂହ-
ସଞ୍ଚୟ କମ୍ ଓ ଖର୍ଚ୍ଚ ଅଧିକ ହେବ । କର୍ମ କ୍ଷେତ୍ରରେ ମନାନ୍ତର ଘଟିପାରେ । ପରିକଳ୍ପନା ଅନୁଯାୟୀ କାର୍ଯ୍ୟ କରିବେ ।  ଯାନବାହାନ କ୍ରୟ ବିକ୍ରୟ କରିପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ । ପୈତୃକ ସମ୍ପତି କୁ ନେଇ ପାରିବାରିକ ଦ୍ୱନ୍ଦ ଲାଗିପାରେ । 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଘରର ବଡ ଲୋକ ମାନଙ୍କଠାରୁ ଆର୍ଶିବାଦ ନେଇ କର୍ମ ଆରମ୍ଭ କରନ୍ତୁ

କନ୍ୟା-
ପାରିବାରିକ ଜୀବନ ହସ ଖୁସିରେ କଟିବ । ଚାକିରୀ ଖୋଜୁଥିବା ବ୍ୟକ୍ତିମାନଙ୍କୁ ନିଜର ଚେଷ୍ଟା ଓ ପରିଶ୍ରମର ପରିମାଣ ମିଳିବ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିରେ ବିଚାର କରିପାରନ୍ତି । ମନୋରଞ୍ଜନ  କାର୍ଯ୍ୟରେ ନିଜକୁ ନିୟୋଜିତ କରି ଖୁସି ରହିବେ । ବେପାର ବୃତିରେ ସଫଳତା ହାସଲ କରିବେ । ବିଦ୍ୟାର୍ଥି ମାନେ ଏକାଗ୍ରତା ରକ୍ଷା କରିବେ ।  
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର- ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ

ତୁଳା-
ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଛନ୍ତି  ତାହା ଶୀଘ୍ର ଆରମ୍ଭ କରନ୍ତୁ । ଶିକ୍ଷାର୍ଥୀ ମାନେ ପରିଶ୍ରମ ମୁତାବକ ଫଳ ପାଇବେ । ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ ।  ମିତ୍ରଙ୍କ ଦ୍ୱାରା ସହାୟତା ମିଳିବ । କୋର୍ଟ କଚେରୀ ମାମଲାରେ ଖର୍ଚ୍ଚାନ୍ତ ହୋଇ ପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ କମଳାଙ୍କର  ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ 

ବିଛା-
ମହିଳାମାନେ ଅତୀତ କଥାକୁ ଚିନ୍ତା କରି ଦୁଃଖିତ ହୋଇପାରନ୍ତି । ପିଲାମାନେ ପରୀକ୍ଷାରେ ଭଲ ନମ୍ବରରେ ଉତୀର୍ଣ୍ଣ ହେବେ । କିଛି ନୂଆ କଥା ଶିଖିବାକୁ ସୁଯୋଗ ମିଳିବ । ଅଧିକ ପରିଶ୍ରମ ହେତୁ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। ଛାତ୍ର ଛାତ୍ରୀମାନେ ପଢାରେ ମନଦେବେ । ପଡି ରହିଥିବା ପୁରୁଣା ଧନ ଲାଭ କରିପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ପ୍ରଭୁ ନୃସିଂହଙ୍କ ମନ୍ତ୍ର ପାଠ କରନ୍ତୁ

ଧନୁ-
କର୍ମ କ୍ଷେତ୍ରରେ ବୁଦ୍ଧି ପୟୋଗ କରି କାର‌୍ୟ୍ୟ ହାସଲ କରିବେ । ପାରିବାରିକ ଜୀବନ ଶାନ୍ତିମୟ ହେବ । ପ୍ରେମ ସମ୍ପର୍କ ବିଫଳ ହୋଇପାରେ । ଅଫିସ୍ରେ ଆପଣଙ୍କୁ ଅଧିକ ସମୟ କାମ କରିବାକୁ ପଡିବ । କ୍ୟାରିୟରକୁ ନେଇ ଚିନ୍ତିତ ରହିପାରନ୍ତି । ଚାକିରୀ କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ର ଯୋଗ ରହିଛି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର-
ଖାଦ୍ୟ ପେୟରେ ସତର୍କତା ଅବଲମ୍ବନ କରିବା ସହିତ ମାନସିକ ଚାପରୁ ଦୂରେଇ ରୁହନ୍ତୁ । ଆଜି ଦିନଟି ବନ୍ଧୁ ମାନଙ୍କ ସହ ବିତାଇବେ । ଶିକ୍ଷା କ୍ଷେତ୍ରରେ ପିଲାମାନଙ୍କୁ ଭଲ ଫଳ ମିଳିବ 
ବନ୍ଧୁମାନେ ଅସୁବିଧା ସମୟରେ ଆପଣଙ୍କୁ ନିଶ୍ଚିନ୍ତ ସାହାଯ୍ୟ କରିବେ । ବିଦେଶ ଯାତ୍ରାର ସମ୍ଭାବନା ଅଛି । ସମୟ ଆନନ୍ଦ ଦାୟକ ରହିବ ଏବଂ ଚିନ୍ତା ମୁକ୍ତ ରହିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ

କୁମ୍ଭ-
ବ୍ୟବସାୟରେ ଉତମ ଜ୍ଞାନ କୌଶଳ ପ୍ରୟୋଗ କରିବେ । ପାରିବାରିକ ସୁଖ ଶାନ୍ତି ନଷ୍ଟ ହୋଇପାରେ । କ୍ରୋଧ କୁ ନିୟନ୍ତ୍ରଣରେ ରଖନ୍ତୁ । କୈାଣସି କାମ ତରବରିଆ ଭାବେ କରନ୍ତୁ ନାହିଁ । ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବା ଫଳରେ ମାନସିକ ଶାନ୍ତି ଦେଖାଦେବ । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ମୀନ-
ଆଜି ଦିନଟିରେ ଯେଉଁ କାମରେ ହାତ ଦେବେ ନିଶ୍ଚିତ ସଫଳତା ପାଇବେ। ଯାନବାହାନ ସତର୍କତା ସହ ଚଲାନ୍ତୁ ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ସାଙ୍ଗକୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ ଡରି ନ ଯାଇ ସାହସର ସହ ମୂକାବିଲା କରନ୍ତୁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

ଅଧିକ ପଢନ୍ତୁ ରାଶିଫଳ ଖବର

DADAN
1m ago
ଦାଦନ ଯାଇ୧୪ ଦିନ ପରେ ଗାଁରେ ପହଞ୍ଚିଲା ମୃତ ଦେହ
ଅର୍ଗସ ବ୍ୟୁରୋ: ଓଡିଶାରେ ଯେତେ ବିକାଶ ହେଲେ କିନ୍ତୁ ଦାଦନର ଦୁଖଃ କମୁନାହିଁ । ଓଡିଶାରେ ରୋଜଗାର ପାଇଁ କୌଣସି କାମଧନ୍ଦା ନପାଇ ପରିବାର ପ୍ରତିପୋଷଣ ଓ ଅଧିକ ଅର୍ଥ ଉପାର୍ଜନ ପାଇଁ ନିଜ
ଡାଳ ଭରସା
7m ago
ଭୋଟ କେନ୍ଦ୍ରରେ ଅବ୍ୟବସ୍ଥା, ଖରାରୁ ରକ୍ଷା ପାଇଁ ଡାଳ ଭରସା
ବୌଦ୍ଧ: କଣ୍ଟାମାଲ ର ବୁଥ୍‌ 88 ଗୋହିପିଟା ରେ ଅବ୍ୟବସ୍ଥା। ମୁଣ୍ଡରେ ଛାଇ ପାଇଁ ଡ଼ାଳ ଧରି ଛିଡା ହେଲେ ଭୋଟର। ଆଜି କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଦ୍ୱିତୀୟ ପର୍ଯ୍ୟା
ELECTION UPDATE
17m ago
ଝାରସୁଗୁଡ଼ାରେ ସର୍ବାଧିକ, ବଲାଙ୍ଗିରରେ ସର୍ବନିମ୍ନ ମତଦାନ
ଅର୍ଗସ ବ୍ୟୁରୋ: ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ମତଦାନ ହୋଇଛି । ସେହିପରି ଝାରସୁଗୁଡ଼ାରେ ସର୍ବାଧିକ ୨୫.୩୨% ଭୋଟିଂ ହୋଇଛି