ହଷ୍ଟେଲରେ ମିଳୁନି ଖାଇବା, ବିଡିଓଙ୍କ ଦ୍ବାରସ୍ଥ ହେଲେ ଅନ୍ତେବାସୀ
by Argus News
Sun, Oct 27 | 5:01 p.m.

ମାଲକାନଗିରି :  କାଲିମେଳା, ଛାତ୍ରାବାସରେ  ପିଲାଙ୍କୁ ଠିକ ଭାବେ ମିଳୁନାହିଁ ଖାଇବା, ଖାଇବାକୁ ନ ପାଇ ଭୋକ ଉପାସରେ ବିଡିଓ ଙ୍କୁ ଗୁହାରି କଲେ ହଷ୍ଟେଲ ଅନ୍ତେବାସୀ,ଶେଷରେ ବିଡିଓ ନିଜ ହାତରୁ ପିଲାମାନଙ୍କୁ ଖାଇବାକୁ ଦେବା ସହ ଘଟଣା ର ଅନୁଧ୍ୟାନ କରିଛନ୍ତି ବିଡିଓ l ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ l ଆଜି ହଷ୍ଟେଲ ରେ ଖାଇବାକୁ ନ ମିଳିବା ରୁ ହଷ୍ଟେଲ ର 30 ଜଣ ଛାତ୍ର ବିଡିଓଙ୍କ କାର୍ଯ୍ୟାଳୟରେ ପହଁଚି ନିଜର ଅଭିଯୋଗ କରିଥିବା ଜଣା ପଡିଛି l ସୂଚନା ଅନୁଯାଇ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବଢୁଥିବା ପିଲାମାନଙ୍କ ପାଇଁ ବିଦ୍ୟଳୟ ପରିସରରେ ଏକ ହଷ୍ଟେଲ ଖୋଲା ଯାଇଚି l ସେଠାରେ 6th ଶ୍ରେଣୀରୁ ଦଶମ ଶ୍ରେଣୀ ପଯ୍ୟନ୍ତ ମୋଟ   110 ଜଣ ଛାତ୍ର ରହିବା ବ୍ୟବସ୍ତା କରାଯାଇଛି l କିନ୍ତୁ ଏଠାରେ ପିଲାମାନଙ୍କୁ ଅତି ନିମ୍ନମାନର ଖାଇବା ଦିଆ ଯାଉଥିବା ବେଳେ ଆଧିକାଂଶ ସମୟରେ ଖାଇବା ନିଅଣ୍ଟ ହେଉଥିବା ରୁ ଅନ୍ତେବାସୀ ମାନେ ଭୋକ ଉପାସରେ ରହୁଛନ୍ତି l

ଅଧିକ ପଢନ୍ତୁ ଓଡିଶା ଖବର

ଏଭଳି ଘଟଣା ଦୀର୍ଘ 6 ମାସ ଧରି ଚାଲିଥିବା ଅନ୍ତେବାସୀ ମାନେ ପ୍ରକାଶ କରିଛନ୍ତି ଏଥିସହିତ ବିଦ୍ୟଳୟ ଆବଶ୍ୟକ କୋଠାରୀ ନ ଥିବା କାରଣକୁ ଗୋଟିଏ ବେଡ୍ ରେ ଦୁଇ ଜଣ ଛାତ୍ର ରାତ୍ରିଯାପନ କରୁଛନ୍ତି l ଏଥିସହ ହଷ୍ଟେଲ ରେ ଫେନ କାମ କରୁ ନ ଥିବା ବେଳେ ଅନ୍ତେବାସୀ ମାନେ ନିଜ ହାତରୁ ଟଙ୍କା ଖର୍ଚ କରି ଫେନ ମରାମତି କରି ପିଲା ଶୁଉଛନ୍ତି l ହଷ୍ଟେଲରେ ଅନ୍ତେବାସୀଙ୍କୁ ସ୍ଵଚ୍ଛ ପାନୀୟ ଜଳ ମଧ୍ଯ ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି l ଏହି ସବୁର ଅଭିଯୋଗ ପାଇବା ପରେ ବିଡିଓ ପ୍ରଦୀପ କୁମାର କର ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି, ଏବିଇଓ ଚିନ୍ତା ହରଣ ମଧୁ ହଷ୍ଟେଲ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି l କିଭଲି ପରିବେଶରେ ପିଲାଙ୍କୁ ଖାଇବାକୁ ଦିଆ ଯାଉଚି ଏବଂ ଖାଇବାର ମାନ ଯାଞ୍ଚ କରିଛନ୍ତି l ଯାଂଚ ପରେ ବିଡିଓ ଗଣମାଧ୍ୟମ କୁ କହିଛନ୍ତି ଯେ ପିଲାମାନେ ଯେଉଁ ଅଭିଯୋଗ ଆଣିଛନ୍ତି ଛନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ ଅଟେ ଏହାର ତଦନ୍ତ କରି ମୁଁ ଜିଲ୍ଲାପାଳଙ୍କୁ ପଠେଇବେ ବୁଲି ପ୍ରକାଶ କରିଛନ୍ତି l
 

ଘନ କୁହୁଡ଼ି
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ