ଏଥର ସୋସିଆଲ ମିଡିଆରେ ଭୁଲ ତଥ୍ୟ  ପୋଷ୍ଟ କଲେ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା 
by Argus News
Thu, Feb 29 | 7:29 a.m.

 ନୂଆଦିଲ୍ଲୀ:  ଆସନ୍ତାକାଲିଠୁ ବଦଳିଯିବ ନିୟମ । ମାର୍ଚ୍ଚ ପହିଲାରୁ ସୋସିଆଲ ମିଡିଆ ନିୟମରେ ବଡ଼ ପରିବର୍ତ୍ତନ ସହ ଫାସଟ୍ୟାଗ ନିୟମ, ଆର୍ଥିକ ନେଣଦେଣ ସମ୍ବନ୍ଧିତ ନିୟମ, LPG ସିଲିଣ୍ଡର ଦରରେ ପରିବର୍ତ୍ତନ ହେବାକୁ ଯାଉଛି । ଆଇଟି ନିୟମରେ ସରକାର କରିଥିବା ପରିବର୍ତ୍ତନ ମାର୍ଚ୍ଚ ୧ରୁ ଲାଗୁ ହେବ। ନୂଆ ନିୟମ ଅନୁଯାୟୀ, ଟ୍ୱିଟର, ଫେସବୁକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆପରେ ଭୁଲ ତଥ୍ୟ ପୋଷ୍ଟ କରିବା ପାଇଁ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ।

ସୋସିଆଲ ମିଡିଆକୁ ସୁରକ୍ଷିତ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ସେହିପରି ଗାଡ଼ିରେ ଲାଗିଥିବା ଫାସଟ୍ୟାଗର କେୱାଇସି ହୋଇନଥିଲେ ମାର୍ଚ୍ଚ ପହିଲାରୁ ଏହା ଡିଆକ୍ଟିଭେଟ ହୋଇଯିବ । ଜାତୀୟ ରାଜପଥ ପ୍ରାଧିକରଣ ଫାସଟ୍ୟାଗର କେୱାଇସି ପୂରଣ ପାଇଁ ଫେବୃଆରୀ ୨୯ ତାରିଖକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରିଛି।... ଆସନ୍ତାକାଲିଠାରୁ ଏଲପିଜି ସିଲିଣ୍ଡର ଦରରେ ପରିବର୍ତ୍ତନ ହେବାକୁ ଯାଉଛି। ପ୍ରତ୍ୟେକ ମାସର ପ୍ରଥମ ଦିନରେ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ନୂଆ ମୂଲ୍ୟ ଜାରି କରିଥାନ୍ତି। ଏଥର ତୈଳ କମ୍ପାନୀଗୁଡିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ସାମାନ୍ୟ ହ୍ରାସ କରିପାରନ୍ତି।  

ଅଧିକ ପଢନ୍ତୁ  ଭାରତ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ