ସଂସଦରେ ବିରୋଧୀଙ୍କ ହଙ୍ଗାମା, ଚୁପ କରାଇଲେ ଶାହ
by Argus News
Wed, Dec 06 | 6:02 p.m.

ଅର୍ଗସ ବ୍ୟୁରୋ : ନେହେରୁଙ୍କ ଭୁଲ ପାଇଁ ଆଜି ପାକିସ୍ତାନ କବଜାରେ ରହିଛି ପିଓକେ । କାଶ୍ମୀରର ସମସ୍ତ ଅଞ୍ଚଳକୁ କବଜା କରିବା ପୂର୍ବରୁ ସିଜ୍‌ ଫାୟାର ଘୋଷଣା କରି ନଥିଲେ ଆଜି ଏହି ଅଞ୍ଚଳ ଭାରତରେ ଥାନ୍ତା । ସଂସଦର ଶୀତ ଅଧିବେଶର ତୃତୀୟ ଦିନରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଲୋକସଭାରେ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଧେୟକ ସମ୍ପର୍କରେ ଆଲୋଚନା କରିଛନ୍ତି ଶାହ । 

କହିଛନ୍ତି ଏହି ବିଲ୍‌ ବିସ୍ଥାପିତଙ୍କୁ ଅଧିକାର ଦେବ । ଏହି ବିଲକୁ କେହି ବି ବିରୋଧ କରି ନଥିବା ବେଳେ କାଶ୍ମୀରବାସୀଙ୍କ ସ୍ବରକୁ ପ୍ରଧାନମନ୍ତ୍ରୀ ମୋଦି ଶୁଣିଥିବା କହିଛନ୍ତି ଶାହ । ତେବେ ପିଓକେ ଭାରତର ଅଂଶ ବୋଲି କହିଛନ୍ତି ଶାହ । ତେଣୁ ପିଓକେର ୨୪ ଆସନକୁ ସଂରକ୍ଷିତ ରଖାଯାଇଥିବା ସେ କହିଛନ୍ତି । ସେହିପରି ପୂର୍ବରୁ ଜମ୍ମୁରେ ୩୭ ଆସନ ଥିବା ବେଳେ ଏବେ ଏହା ୪୩ ହୋଇଛି । କାଶ୍ମୀରରେ ପୂର୍ବରୁ ୪୬ ଆସନ ଥିବା ବେଳେ ଏବେ ଏହା ୪୭ ହୋଇଛି ।

ଅଧିକ ପଢନ୍ତୁ ଭାରତ ଖବର

ତେବେ ଶାହାଙ୍କ ଏହି ବୟାନକୁ ନେଇ ସଂସଦରେ ବିରୋଧୀ ହଙ୍ଗାମା କରିବା ସହ କକ୍ଷତ୍ୟାଗ କରିଛନ୍ତି । ଏହି ବିଲ୍ ସହ ସମ୍ମାନ ଯୋଡି ହୋଇ ରହିଛି । ଏହି ବିଲର ପ୍ରକୃତ ଉଦ୍ଦେଶ୍ୟ ସେହିମାନେ ବୁଝିପାରିବେ ଯେଉଁମାନେ ପଛରେ ରହି ଯାଇଥିବା ଲୋକଙ୍କୁ ପୁଣିଥରେ ହାତ ଧରି ଆଗକୁ ବଢାଇବାକୁ ଚାହୁଁଛନ୍ତି । କିନ୍ତୁ ଏହି ବିଲ ସେମାନଙ୍କ ପାଇଁ ଅଡୁଆ ସୃଷ୍ଟି କରିବ ଯେଉଁମାନେ ଭୋଟବ୍ୟାଙ୍କ ପାଇଁ ଏହାର ଉପଯୋଗ କରୁଥିଲେ ।

ରାଜ୍ୟରେ ଲାଗୁ ହେବ
1m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର