KKR ଆଗରେ ୧୬୨ ରନର ଲକ୍ଷ୍ୟ ରଖିଲା ଲକ୍ଷ୍ନୌ ଜାଏଣ୍ଟସ
by Argus News
Sun, Apr 14 | 6:14 p.m.

ଅର୍ଗସ ବ୍ୟୁରୋ: କୋଲକାତାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୨୮ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଆଗରେ ୧୬୨ ରନର ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପରଜାଏଣ୍ଟସ ।

ଏହି ମ୍ୟାଟରେ କୋଲକାତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ଦଳର ଦୁଇ ଓପନର କ୍ବିଣ୍ଟନ ଡିକକ୍ ଓ କେଏଲ ରାହୁଲ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ ବି ଡକକ୍ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ରାହୁଲ୍ ୩୯ ରନର ଏକ ଉପଯୋଗୀ ଇନିଂସ ଖେଳିଥିଲେ । କିନ୍ତୁ ଦିପକ ହୁଦା ମାତ୍ର ୮ ରନ କରି ଆଉଟ ହୋଇଥିବାବେଳେ ଆୟୁଷ ବାଦୋନି ୨୯ ରନ କରିଥିଲେ । 

ମାର୍କସ ଷ୍ଟୋଇନିସ୍ ୧୦ ରନ କରି ଆଉଟ ହୋଇଥିଲେ । ତେବେ ଶେଷ ବେଳକୁ ନିକୋଲାସ ପୁରନ ୪୫ ରନର ଏକ ଉପଯୋଗୀ ଇନିଂସ ଖେଳିଥିଲେ ଓ ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେବାରେ ସହାୟକ ହୋଇଥିଲେ । ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୧ ରନ କରିଥିଲା ।
କୋଲକାତା ପକ୍ଷରୁ ମିଚେଲ ଷ୍ଟାର୍କ ୨ଟି ଓ୍ବିକେଟ ନେଇଥିବାବେଳେ ସୁନୀଲ ନାରାୟଣ, ବରୁଣ ଚକ୍ରବର୍ତ୍ତୀ,ଆନ୍ଦ୍ରେ ରସେଲ ଓ ବୈଭବ ଆରୋରା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ