ମାନସିକ ବିକାରଗ୍ରସ୍ତ ଯୁବକର କଟୁରୀ ଚୋଟରେ ଜଣେ ମୃତ, ପୋଲିସର ତଦନ୍ତ ଜାରି
by Argus News
Sat, Mar 09 | 4:00 p.m.

ଅର୍ଗସ ବ୍ୟୁରୋ : ଯାଜପୁର ସଦର ଥାନା ଜମଧର ଗାଁରେ ଅଭାବନୀୟ ଘଟଣା । ପାଗଳର କଟୁରୀ ଚୋଟରେ ଜଣେ ମୃତ । ମୃତକ ହେଲେ କାଳନ୍ଦୀ ମଲିକ । ପାଗଳ ସୁରେନ୍ଦ୍ର ବେହେରାକୁ  ଅଟକ ରଖିଛି ସଦର ପୋଲିସ । ଗତକାଲି ଠାରୁ ସେ କଟୁରୀ ଧରି ବୁଲିଥିବା ବେଳେ ଆଜି ସକାଳୁ କାଳନ୍ଦୀ  ସ୍ଥାନୀୟ ସରପଞ୍ଚଙ୍କୁ  ଦେଖା କରି ନିଜ ଘର ସ୍ଵପ୍ନେଶ୍ଵରପୁରୁକୁ ଫେରୁଥିବା ବେଳେ ଜମଧର ଗାଁରେ ହଟାତ୍ ପାଗଳ ସୁରେନ୍ଦ୍ର କଟୁରୀ ଧରି ଆକ୍ରମଣ କରିଥିଲେ କାଳନ୍ଦୀ ଉପରେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହି ଠାରେ କଟୁରୀରେ କାଳନ୍ଦୀ ବେକକୁ ଆକ୍ରମଣ କରିଥିଲା ଘଟଣା ସ୍ଥଳରେ କାଳନ୍ଦୀଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେବାପରେ ପାଗଳ ସୁରେନ୍ଦ୍ରକୁ କାବୁ କରିବା ସହ କଟୁରୀ ଟିକୁ ଜବଦ କରିବା ସହ  ଘଟଣାର ତଦନ୍ତ କରୁଛି ସଦର ଥାନା ପୋଲିସ ।

RAHUL
47m ago
ବଲାଙ୍ଗିର ଜନସଭାରେ ଯୋଗ ଦେବେ ରାହୁଲ
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କର
NAVEEN PATNAIK
ନବୀନଙ୍କୁ ଫଶାଇଦେଲା ଭାରତ ରତ୍ନ ପ୍ରସଙ୍ଗ !
ଅର୍ଗସ ବ୍ୟୁରୋ : ସ୍ଵାର୍ଥପରର ସୀମାପାର କଲେଣି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅନେକ ଅବଦାନ ଅଛି ଆମେ ଜମାରୁ ଅସ୍ଵୀକାର କରୁନୁ । ହେଲେ ରାଜ୍ୟରେ ଶହଶହ ବରପୁତ୍ର ଅଛନ୍ତି
PURI
ରତ୍ନଭଣ୍ଡାର ଚାବି ହଜାଇଛି କିଏ ?
ଅର୍ଗସ ବ୍ୟୁରୋ: ନବୀନ ବାବୁ କହିଲେ ଓଡ଼ିଆଙ୍କ ପାଇଁ ଚିନ୍ତା କରନ୍ତିନି ମୋଦି । ହେଲେ ପ୍ରକୃତରେ ଓଡ଼ିଆଙ୍କ ଲାଗି ଚିନ୍ତା କରନ୍ତି କିଏ ? ସେନେଇ ଗୋଟି ଗୋଟି ଗୁମର ଖୋଲିଦେଲେ ଧର୍ମେନ୍ଦ୍ର