ମହାନଦୀ ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା 5 କୁ ବୃଦ୍ଧି
by Argus News
Sat, Apr 20 | 8:52 a.m.

ଝାରସୁଗୁଡା:  ମହାନଦୀ ଡଙ୍ଗା ବୁଡି ଘଟଣାରେ ଆଉ ଦୁଇ ମୃତଦେହ ଉଦ୍ଧାର ହୋଇଛି । ଦୁଇ ଜଣ ନାବାଳକ ବୋଲି ଜଣାପଡିଛି । ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା 5ରେ ପହଞ୍ଚିଛି । ଓଡ୍ରାଫ ଓ ଅଗ୍ନିଶମ ବାହିନୀର ଉଦ୍ୟମରେ ମୃତକଙ୍କୁ ଉଦ୍ଧାର କରାଯାଉଛି। 

ଗତକାଲି(ଶୁକ୍ରବାର) ଅପରାହ୍ନରେ ହୀରାକୁଦ ଜଳଭଣ୍ଡାରର ଲଖନପୁର ବ୍ଲକ ରେଙ୍ଗାଲି ଥାନା ଶରଧା ଘାଟରୁ ଅଳ୍ପ ଦୂରରେ ଏକ ଯାତ୍ରୀବାହୀ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଏହି ଘଟଣାରେ ଡଙ୍ଗା‌ରେ ଥିବା ପ୍ରାୟ ୪୩ ଜଣ ଯାତ୍ରୀଙ୍କ  ଉଦ୍ଧାର କରାଯାଇଥିବା ବେଳେ ଏବେ ଯାଏଁ 5 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସେପଟେ, ବେଆଇନ୍‌ ଭାବେ ଡଙ୍ଗା ଚାଳନା ଘଟଣାରେ ରେଙ୍ଗାଲି ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ x ଆକାଉଣ୍ଟ ଜରିଆରେ ଶୋକ ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି  । 
 

ବୁଡିଲା ଡଙ୍ଗା: ୨ ମୃତ, ୭ ନିଖୋଜ

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ