ବହୁଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ
by Argus News
Fri, Jan 12 | 10:10 p.m.

ଅର୍ଗସ ବ୍ୟୁରୋ : ୨୦୨୧ ଜାନୁଆରୀ ୨ରେ ରକ୍ତରଞ୍ଜିତ ହୋଇଥିଲା ମାହାଙ୍ଗା ମାଟି । ଗରିବଙ୍କୁ ଆବାସ ଦିଆନଯିବାର ପ୍ରତିବାଦ କରିବାରୁ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନୃସଂସ ହତ୍ୟା କରାଯାଇଥିଲା । ଏହି ବର୍ବର ଘଟଣାକୁ ୩ ବର୍ଷ, ପୂରିଲାଣି କିନ୍ତୁ ଏବେ ବି ଖୋଲା ବୁଲୁଛନ୍ତି ହତ୍ୟାକାରୀ । କୁଳିଆ ଯୁବ ସଂକଳ୍ପ ସମାବେଶରେ ଏହି ବହୁ ଚର୍ଚ୍ଚିତ ହତ୍ୟା ପ୍ରସଙ୍ଗ ଉଠାଇ ମାହାଙ୍ଗାବାସୀଙ୍କ ସ୍ମୃତିକୁ ତାଜା କରିଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଗରିବଙ୍କ ହକ୍ ପାଇଁ ଲଢେଇ କରି ଯେଉଁଭଳି ଭାବେ କୁଳମଣି ବରାଳ ଜୀବନ ଦେଲେ ତାଙ୍କ ବଳିଦାନକୁ ବ୍ୟର୍ଥ ଯିବାକୁ ଦିଆଯିବ କି ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ । ମାହାଙ୍ଗା ଡବଲ ମର୍ଡର କେସରେ ମୁଦାଲା ନମ୍ବର ୧୩ ଥିଲେ ସେତେବେଳର ଆଇନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା । ହେଲେ ପ୍ରତାପଙ୍କ ନାଁ ପ୍ରଥମେ ଚାର୍ଜସିଟରୁ କାଟିଦେଇଥିଲା ମାହାଙ୍ଗା ପୋଲିସ, ପ୍ରୋଟେଷ୍ଟ ପିଟିସନ ଫାଇଲ କରିଥିଲେ ମୃତ କୁଳମଣି ବରାଳଙ୍କ ପରିବାର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କୋର୍ଟ ପୁନର୍ବାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କେବଳ ଡବଲ ମର୍ଡର ନୁହେଁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳ ଓରଫ୍ କାବୁଆ ମୃତ୍ୟୁ ଘଟଣାରେ ପ୍ରତାପ ଜେନାଙ୍କ ଭୂମିକା ସନ୍ଦେହ ଘେରରେ । ପ୍ରତାପ ଜେନା କାବୁଆକୁ କଲ କରିଥିବାର ସିଡିଆରରୁ ପୋଲିସକୁ ମିଳିଥିଲା ପ୍ରମାଣ, ହେଲେ ପ୍ରତାପ ଜେନାଙ୍କୁ କ୍ଲିନଚିଟ୍ ଦେଇଦେଇଥିଲା ପୋଲିସ, ମାତ୍ର ଆଇନ ଜାଲରୁ ଖସିପାରିନଥିଲେ ପୂର୍ବତନ ଆଇନମନ୍ତ୍ରୀ । କୋର୍ଟଙ୍କ ନିର୍ଦ୍ଦେଶ ପରେ ମୁଦାଲା ନମ୍ବର-୧୩ ପ୍ରତାପ ଜେନାଙ୍କ ବିରୋଧରେ ଲାଗିଥିଲା ଦଫା-୩୦୨, ୫୦୬ ଓ ୧୨୦ବି । ଏବେ ମାମଲା କୋର୍ଟଙ୍କ ବିଚାରାଧୀନ ରହିଛି । 
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା