ପହଣ୍ଡି ସମୟରେ ମୁହଁ ମାଡ଼ି ତଳେ ପଡ଼ିବା ପୂର୍ବରୁ ଚାର ଉପରେ ଅଧଘଣ୍ଟା ଅଟକି ଥିଲେ ମହାପ୍ରଭୁ
by Argus News
Thu, Jul 11 | 7:01 p.m.

ପୁରୀ: ବଳଭଦ୍ର ମହାପ୍ରଭୁଙ୍କ ପହଣ୍ଡି ଅଘଟଣ ଘଟଣା । ପହଣ୍ଡି ସମୟରେ ମୁହଁ ମାଡ଼ି ତଳେ ପଡ଼ିବା ପୂର୍ବରୁ ଚାର ଉପରେ ଅଧଘଣ୍ଟା ଅଟକି ଥିଲେ ମହାପ୍ରଭୁ । ବିଡିଆ ମଣୋହି ହେବା ପାଇଁ ଆବଶ୍ୟକ ଚନ୍ଦନ ନଥିଲା ତେଣୁ ହୋଇଥିଲା ନୀତି ବିଳମ୍ବ । ପ୍ରତିକ୍ରିୟା ରଖି ପତି ମହାପାତ୍ର ସେବାୟତ କହିଛନ୍ତି ଆବଶ୍ୟକୀୟ ଚନ୍ଦନ ନୀତି ସମୟରେ ମିଳି ନଥିଲା । ଭିଡ ଭିତରେ ଚନ୍ଦନ ନେଇ ଆସିବା ସମୟସାପେକ୍ଷ ଥିଲା । ପରେ ହୋଇଥିଲା ନୀତି । ସେପଟେ ଆବଶ୍ୟକ ସଂଖ୍ୟା ଠାରୁ ଅଧିକ ସେବାୟତଙ୍କ ଉପସ୍ଥିତି ଯୋଗୁଁ ଘଟିଥିଲା ଅଘଟଣ । ଅଭିଜ୍ଞଙ୍କ ଅନୁପସ୍ଥିତି ଓ ଅସାବଧାନତା ଯୋଗୁଁ ବିଶ୍ଵ ରୂପ ଦେଖାଇଥିଲେ ମହାପ୍ରଭୁ । ତେବେ ଯାଞ୍ଚ ପରେ ଜଣା ପଡ଼ିବ ସତ୍ୟାସତ୍ୟ ।

ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ଲାଗିଥିବା ସେନାପଟାରୁ ପାଟ ଡୋର ଖସିଯିବା ଫଳରେ ଏଭଳି ଅଘଟଣ ହୋଇଥିବାବେଳେ ସମସ୍ତ ସେବାୟତ ଏନେଇ କ୍ଷୋଭ ଓ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ଗତକାଲି ପରିଚାଳନା କମିଟିରେ ଏ ପ୍ରସଙ୍ଗ ପଡ଼ିଥିବାବେଳେ ଖୁବ୍ ଶୀଘ୍ର ସେବାୟତ ନିଯୋଗ ମାନଙ୍କ ସହ ହେବ ଗୁରୁତ୍ଵପୂର୍ଣ୍ଣ ବୈଠକ । ତେବେ ସ୍ବତନ୍ତ୍ର ଭାବରେ ଉଲ୍ଲେଖ ରହିଛି ପହଣ୍ଡି ସମୟରେ କେଉଁ ରଥରେ କେତେ ସଂଖ୍ୟକ ସେବକ ରହିପାରିବେ ଏବଂ କେଉଁ ବର୍ଗର ସେବାୟତ ରହିବେ ତାହା ଉଲ୍ଲେଖ ରହିଛି । କିନ୍ତୁ ଏହାକୁ ଅନୁ ପାଳନ କରୁନାହାନ୍ତି ସେବାୟତ । ଅନ୍ୟପଟରେ  ଏ ଡି ଏମ ଙ୍କ ନେତୃତ୍ୱରେ ଉନ୍ନୟନ ପ୍ରଶାସକ ଓ ଡେପୁଟି ସୂପରିଟେଣ୍ଡେଣ୍ଟକୁ ନେଇ ଏକ କମିଟି ଯାଞ୍ଚ କରି ରିପୋର୍ଟ ଦେବ ବୋଲି ଗତକାଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।

ତେବେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ସେ ଲେଖିଛନ୍ତିମହାପ୍ରଭୁ ହେଉଛନ୍ତି ଓଡ଼ିଆ ଜାତିର ମୁରବୀ । ଆମ ବିଶ୍ୱାସର କେନ୍ଦ୍ରବିନ୍ଦୁ । ଏହି ପରିପ୍ରେକ୍ଷୀରେ ମୁଁ ଆପଣଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ଆପଣ ନିଜେ ଦାୟିତ୍ଵ ନେଇ ଏଭଳି ଅଘଟଣ ଯେଭଳି ପୁନରାବୃତ୍ତି ନ ଘଟିବ ତାହା ସୁନିଶ୍ଚିତ କରିବେ । ମୋର ବିଶ୍ୱସ ଏ ଦିଗରେ ଆପଣଙ୍କ ଦୃଷ୍ଟାନ୍ତମୂଳକ ପଦକ୍ଷେପ କୋଟି କୋଟି ଭକ୍ତଙ୍କୁ ଆଶ୍ୱସ୍ତ କରିବାରେ ସହାୟକ ହେବ ବୋଲି ଚିଠିରେ ନବୀନ ଲେଖିଛନ୍ତି।

ପହଣ୍ଡି ବିଜେ ବେଳେ ବଡ ଅଘଟଣ , ୫ ସେବାୟତ ଆହତ
 

ଶିକ୍ଷା ନୀତି ୨୦୨0
35m ago
ଚଳିତ ଶିକ୍ଷା ବର୍ଷରୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ ହେବ NEP
ଅର୍ଗସ ବ୍ୟୁରୋ: ଚଳିତ ଶିକ୍ଷା ବର୍ଷରୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ ହେବ ଜାତୀୟ ଶିକ୍ଷା ନୀତି 2020 । ଏନେଇ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚର
SPEED 10
45m ago
speed 10; ସ୍କ୍ରୋଲ୍ କରନ୍ତୁ...ଖବର ପଢନ୍ତୁ
୩୦ ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ...ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସମଗ୍ର ଦେଶରେ ଓଡିଶା ହେବ ରୋଲ୍ ମଡେଲ...ଅର୍ଗସର ହେଲଥ୍ କନେକ୍ଟ ସିଜିନ ୩ରେ ଆଇନମନ୍ତ୍ରୀଙ୍କ ବ
IAS
ବଦଳିଲେ ଯୋଗାଣ ଓ ଶକ୍ତି ବିଭାଗର ସଚିବ
ଭୁବନେଶ୍ୱର: IAS ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । ବଦଳିଲେ ଯୋଗାଣ ଓ ଶକ୍ତି ବିଭାଗର ସଚିବ । ଶକ୍ତି ବିଭାଗ ସଚିବ ପଦରୁ ହଟିଲେ ହେମନ୍ତ ଶର୍ମା । ପ୍ରମୁଖ ସଚିବ ବିଶାଲ କୁମା