ଭୟାନକ ବିସ୍ଫୋରଣ, ଚାଲିଗଲା ୮ ଜଣଙ୍କ ଜୀବନ
by Argus News
Sun, May 26 | 5:21 p.m.

ଅର୍ଗସ ବ୍ୟୁରୋ:  ମହାରାଷ୍ଟ୍ରର ଠାଣେଠାରେ ଗୁରୁବାର ଦିନ ଏକ କେମିକାଲ ଫ୍ୟାକ୍ଟ୍ରିରେ ବଡ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ପାଖାପାଖି ୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ୬୪ରୁ ଅଧିକ ଲୋକ ଗୁରୁତର ହୋଇଥିଲେ। ଦ୍ୱିପହର ୧.୪୦ଟାରେ ଡୋମ୍ୱିବଲି ମହାରାଷ୍ଟ୍ର ଔଧୋଗିକ ବିକାଶ ନିଗମ ଏରିଆର ଫେଜ ୨ରେ ଏକ ଓ୍ୱାୟରଲ ଫାଟିଗଲା। ଏହି ବିସ୍ଫୋରଣ ଏତେ ବଡ ଥିଲା ଯେ, ଏହାର ପ୍ରଭାବ କେମିକାଲ ଫ୍ୟାକ୍ଟ୍ରିର ଆଖପାଖରେ ଥିବା ଅନେକ ଫ୍ୟାକ୍ଟ୍ରିରେ ପଡିଲା। ଘଟଣା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ସାଂସଦ ଶ୍ରୀକାନ୍ତ ସିନ୍ଧେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ଆହତଙ୍କୁ ଆଶ୍ୱସନା ଦେଇଥିଲେ। ଏହାସହ ସରକାର ସେମାନଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବେ। ମହାରାଷ୍ଟ୍ର ସରକାର ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା କରିଛନ୍ତି।

ପ୍ଲାଣ୍ଟ ଭିତରେ ଏବେବି କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଦମକଲ ବାହୀନି ଏବେବି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବାୟରଲ ବିସ୍ଫୋରଣ ଏତେ ବଡ ଧରଣର ଥିଲା ଯେ, ଏହାର ଶବ୍ଦ ପାଖାପାଖି ୬ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା। ଏହାସହ ଏହାର ପ୍ରଭାବ ୨ କିଲୋମିଟର ପର୍ଯ୍ୟନ୍ତ ପହଇଥିଲା। ଯାହାଦ୍ୱାରା ଫ୍ୟାକ୍ଟ୍ରି, ଦୋକାନ ଏବଂ ଅନେକ ଘର ଉପରେ ପଡିଥିଲା। ଯେଉଁଥିରେ ସ୍ଥାନୀୟ ଲୋକମାନେ ଏବେବି ଆହତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

ଉଚ୍ଚ ଜୁଆର
3m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
6m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ