ମହେନ୍ଦ୍ର ସିଂ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
by Argus News
Sun, Dec 10 | 12:30 p.m.

ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ବିଞ୍ଝାରପୁର ଯଜ୍ଞପଡ଼ିଆରେ ମହେନ୍ଦ୍ର ସିଂ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ୱାରିଅରସ କ୍ରିକେଟ କ୍ଲବ ଚନ୍ଦନପୁର ଓ ବିଂଝାରପୁର କ୍ରିକେଟ କ୍ଲବ ମଧ୍ୟରେ  ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ  ୱାରିୟର୍ସ କ୍ରିକେଟ କ୍ଲବ ଚନ୍ଦନପୁର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବିଞ୍ଝାରପୁର କ୍ରିକେଟ କ୍ଲବ ନିର୍ଦ୍ଧାରିତ ୨୫ଓଭର ଖେଳି ୬ୱିକେଟ୍ ହରାଇ ୨୨୨ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ୱାରିୟର୍ସ କ୍ରିକେଟ କ୍ଲବ ଚନ୍ଦନପୁର ୧୭ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୯୨ରନ୍ ସଂଗ୍ରହ କରି ବିଂଝାରପୁର କ୍ରିକେଟ କ୍ଲବ ଠାରୁ ପରାସ୍ତ ହୋଇଥିଲା। 

ଉଦ୍‌ଯାପନୀ ଫାଇନାଲ୍ ମ୍ୟାଚ୍‌ର ପୁରସ୍କାର ବିତରଣ ଉତ୍ସବରେ  ମୁଖ୍ୟ ଅତିଥି ଭାବେ  ଓଡ଼ିଆ ଫିଲ୍ମର ଅଭିନେତ୍ରୀ ପ୍ରିୟା ଚୌଧୁରୀ  ବ୍ଳକ୍ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ,ଜିଲ୍ଲା ପରିଷଦ ସଭ୍ୟ ନନ୍ଦ କିଶୋର ସାମଲ, ଉପାଧ୍ୟକ୍ଷ ସେକ ଇର୍ସାଦ, ମହେନ୍ଦ୍ର ସିଂ ମେମୋରିଆଲ ଟୁର୍ଣ୍ଣାମେଣ୍ଟର ସମ୍ପାଦକ ସୁଖରଞ୍ଜନ ପରିଡା ପ୍ରମୁଖ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ବିଞ୍ଝାରପୁର କ୍ରିକେଟ କ୍ଲବର ସେକ ଆଝାରୁଦ୍ଦିନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରଯାଇଥିଲା । 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ରାଜ୍ୟରେ ଲାଗୁ ହେବ
8m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର