ଓଡ଼ିଶା ରାଜନୀତିରେ ଆଗକୁ ହେବାକୁ ଯାଉଛି କି ବଡ଼ ଖେଳ ?
by Argus News
Thu, Sep 26 | 7:08 p.m.

ଅର୍ଗସ ବ୍ୟୁରୋ: ଭାଙ୍ଗୁଛି ବିଜେଡି ସଂଗଠନ । ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ଦଳ । ଯେହେତୁ କ୍ଷମତାରେ ନାହିଁ ଦଳ ତେଣୁ ଶାସକ ଦଳକୁ ଯିବାକୁ ଅନେକ ନେତା ଆଗ୍ରହ ଦେଖାଉଛନ୍ତି । ଏହାରି ଭିତରେ ୨ ରାଜ୍ୟସଭା ସାଂସଦ ବିଜେଡି ଛାଡି ବିଜେପି ଯିବା ପରେ ଚର୍ଚ୍ଚା ହେଉଛି କି ଆହୁରି ଅନେକ ନେତା ବିଜେଡି ଛାଡିବେ । ଏହାରି ଭିତରେ କନ୍ଧମାଳର ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ଯେଉଁ ବୟାନ ଦେଇଛନ୍ତି ତାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

ଓଡ଼ିଶା ରାଜନୀତିରେ ଆଗକୁ ହେବାକୁ ଯାଉଛି କି ବଡ଼ ଖେଳ ? ବଦଳିବ କି ରାଜନୀତି ଅଙ୍କ ? ୨୪ ବିପର୍ଯ୍ୟୟ ପରେ ଅନେକ ନେତା ବିଜେଡି ଛାଡ଼ି ଏବେ ବିଜେପି ମୁହାଁ ହେଲେଣି । ଆଗକୁ ବିଜେଡିରେ ବଡ଼ ବିସ୍ଫୋରଣ ହେବ ବୋଲି ବିଜେପିର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କହି ନୂଆ ସମୀକରଣ ଆଡକୁ ଇସାରା କରିଛନ୍ତି । ସେପଟେ ବିଜେଡି ବି ଦମ୍ଭୋକ୍ତି ଦେଖାଇ କହିଛି, ବିଜେପିର ଅନେକ ନେତା ଆମ ସଂପର୍କରେ ଅଛନ୍ତି । ଯାହା ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି ।

ଆସନ୍ତା ୩ ମାସ ବିଜେଡି ପାଇଁ ଅଗ୍ନିପରୀକ୍ଷା । କାରଣ ନିର୍ବାଚନ ପୂର୍ବରୁ ତ ଯାହା ଦଳ ଛାଡିଥିଲେ ଛାଡ଼ିଥିଲେ ଏବେ ନିର୍ବାଚନ ସରିବା ପରେ ବି ଅନେତ ନେତା ଦଳକୁ ବାଏବାଏ କରୁଛନ୍ତି । କେବଳ ବିଜେଡିର କେବଳ ରାଜ୍ୟସଭା ସାଂସଦ ନୁହଁନ୍ତି ବରଂ ଅନେକ ବିଧାୟକ, ପୂର୍ବତନ ବିଧାୟକ ଓ ନେତା ବି ବିଜେପି ସଂପର୍କରେ ଅଛନ୍ତି । ଖୁବଶୀଘ୍ର ବିକାଶ ଧାରାରେ ସାମିଲ୍ ହେବାକୁ ସେମାନେ ବିଜେପିକୁ ଆସିବେ ବୋଲି ଚର୍ଚ୍ଚା ଜୋର । ସେପଟେ ଦଳରେ ବୃଦ୍ଧି ପାଉଥିବା ଅନ୍ତକନ୍ଦଳକୁ ଘଂଟ ଘୋଡାଇଛନ୍ତି ବରିଷ୍ଠ ନେତା ଦେବୀ ମିଶ୍ର । କହିଛନ୍ତି, ବିଜେପିର ଅନେକ ନେତା ବି ଆମ ସମ୍ପର୍କରେ ଅଛନ୍ତି । 

ମୋଟ୍‌ ଉପରେ, ଅସନ୍ତୁଷ୍ଟଙ୍କ ସଂଖ୍ୟା ବିଜେଡିରେ ବଢି ବଢି ଚାଲିଥିବାରୁ ବିଜେପିକୁ ଏବେ ବିକଳ୍ପ ଭାବେ ଭରସା କରୁଛନ୍ତି ନେତା । ସ୍ଥିତିକୁ ଦେଖି ବିଜେଡି ଘର ସଜଡ଼ା ଆରମ୍ଭ କରିଥିବାବେଳେ ନେତା କିନ୍ତୁ ଦଳ ଦେଇଥିବା ଧୋକାକୁ ଭୁଲି ପାରିନାହାନ୍ତି । ବିଜେପି-ବିଜେଡି ନିଜ ନିଜ ସ୍ଥିତି ସୁଦୃଢ କରିବାକୁ ରଣନୀତି ପ୍ରସ୍ତୁତି ଆରମ୍ଭ କରିସାରିଥିବାବେଳେ କଂଗ୍ରେସ କିନ୍ତୁ ମଙ୍ଗୁଆଳ ବିହୀନ । ନିର୍ବାଚନ ପରଠାରୁ ଦଳ ପୁରା ଦିଶାହୀନ ହୋଇପଡିଛି । ଅପରପଟେ ଦଳର ବରିଷ୍ଠ ନେତା କହିଛନ୍ତି ଖୁବ ଶୀଘ୍ର ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ ହାଇକମାଣ୍ଡ। କଥା ହେଲା, ୨୪ ବର୍ଷ ପରେ ରାଜ୍ୟ ରାଜନୀତିରେ ପଟ୍ଟ ପରିବର୍ତ୍ତନ ହୋଇଛି । ଖାସ କରି ବିଜେଡି ନେତା ବିଜେପି ମୁହାଁ ହୋଇଛନ୍ତି । ତେଣୁ ଆଗାମୀ ଦିନରେ ଚରମ ବିଶୃଙ୍ଖଳାକୁ କେମିତି ନବୀନ ଅଟକାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
 

ବିଜେଡି
1m ago
କୌଣସି କମିଟିରେ ନଥାଇ ବି ଦଳର ସବୁ ବୈଠକରେ ଉପସ୍ଥିତ ବବି
ଭୁବନେଶ୍ୱର: ନିର୍ବାଚନରେ ହାରିବା ପରେ ବିଜେଡି ସ୍ଥିତି ଅସମ୍ଭାଳ। ପୂର୍ବରୁ ବିଜେଡିର କାର୍ପଟଦାର ଥିବା ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ଦଳୀୟ ନେତା ଖୁଲମଖୁଲ୍ଲା ବିଷୋଦଗା
9 ଗିରଫ
58m ago
ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ
ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ହୋଇଥିଲା ତୁମୂଳକାଣ୍ଡ। ଆକ୍ରମଣJS ଲହୁଲୁହାଣ ହୋଇଥିଲେ ପୋଲିସ ଅଫିସର। ଏଇ ଘଟଣା ପରେ ଭଦ୍ରକ ସହରରେ ପୋଲିସ ଛାଉଣୀ ।
ସରକାର
ପୂର୍ବ ସରକାରରେ ଦୁର୍ନୀତିଖୋର ଅଫିସରଙ୍କୁ କଡ଼ା ଚେତାବନୀ
ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତ