ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ, ଧାରଣାରେ ପରିବାର ଲୋକେ
by Argus News
Mon, Mar 18 | 5:17 p.m.

ଅର୍ଗସ ବ୍ୟୁରୋ : ସନ୍ଧେହ ଜନକ ଅବସ୍ତାରେ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ । ଛାତ୍ରୀଙ୍କ ମୃତ୍ୟୁ ପରେ ହଷ୍ଟେଲ ସମ୍ମୁଖରେ ଧାରଣା ଦେଲେ ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ୍ଭି ୭ ଗ୍ରାମରେ ଥିବା ଗଣେଶ ହଷ୍ଟେଲରେ । ଏମ୍ପି ୧୩୦ ଗ୍ରାମର ବିଶ୍ଵଜିତ ମଣ୍ଡଳଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ଝିଅର ସନ୍ଧେହ ଜନକ ଅବସ୍ତାରେ ମୃତ୍ୟୁ ହୋଇଛି । 

ସୂଚନା ଅନୁଯାୟୀ ପାଠ ପଢା ପାଇଁ ବିଶ୍ଵଜିତଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ଝିଅ ଏକ ଘରୋଇ ହଷ୍ଟେଲରେ ରହି ଆସୁଥିଲା । ତେବେ ହଟାତ  ଝିଅଟିର ଦେହ ଗୁରୁତର ଥିବା ଓ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ହଷ୍ଟେଲ ପରିଚାଳକ ଖବର ଦେଇଥିବା ବେଳେ ପରିବାର ଲୋକେ ଚିକିତ୍ସାଳୟରେ ପହଞ୍ଚିବା ପରେ ଝିଅଟି ମୃତ୍ୟୁ ବରଣ କରିଥିବା ଜାଣିବାକୁ ପାଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ ଝିଅଟିର ଦେହରେ ବିଭିନ୍ନ ଚିହ୍ନ ରହିଥିବା ପରିବାର ଲୋକେ ଦେଖିବା ସହ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ଏହାର ଉଚିତ ତଦନ୍ତ କରିବାକୁ ଦାବି ମଧ୍ୟ କରିଛନ୍ତି । ଏହାସହ ମୃତ ନାବାଳିକା ଜଣଙ୍କ ପୂର୍ବରୁ ମଧ୍ୟ ହଷ୍ଟେଲରେ ବିଭିନ୍ନ ସମସ୍ୟା ହେଉଥିବା ନେଇ ଅଭିଯୋଗ କରିବା ସହ ଆଉ ହଷ୍ଟେଲକୁ ଯିବି ନାହିଁ ବୋଲି କହିଥିଲେ । ମୃତ ନାବାଳିକାର ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏନେଇ ହଷ୍ଟେଲ କର୍ତ୍ତୁପକ୍ଷ କିନ୍ତୁ ଝିଅଟି ଆତ୍ମହତ୍ୟା କରିଥିବା କହିଛନ୍ତି । ତେବେ ନ୍ୟାୟ ଦାବିରେ ଆଜି ପରିବାର ଲୋକେ ହତ୍ୟା ଅଭିଯୋଗ କରିବା ସହ ଉକ୍ତ ବେସରକାରୀ ହଷ୍ଟେଲ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚା ସହ ଧାରଣା ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ