ମର୍ଡର ହୋଇଥିଲା ୨୦୦୬ରେ , ୨୪ରେ ଝିଅକୁ କେମିତି ବଞ୍ଚାଇଦେଲା AI ?
by Argus News
Wed, Oct 16 | 5:02 p.m.

ଅର୍ଗସ ବ୍ୟୁରୋ: ଆଜିକାଲି ଏଆଇ କିଛି ବି କରିପାରୁଛି । ଅର୍ଥାତ୍ ଫଟୋଠୁ ଆରମ୍ଭ କରି ଭିଡିଓ ସବୁକିଛି ଏଡିଟ୍‌ ବି କରିପାରୁଛି । କିନ୍ତୁ କେବେ ଭାବିଛନ୍ତି କି ? ଜଣଙ୍କର ମୃତ୍ୟୁର ୧୮ ବର୍ଷ ପରେ ତାଙ୍କୁ ଜୀବନ ଦେଇଦେଲା ? କଥାାଟ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । ଭାବୁଥିବେ ଏମିତି କେମିତି ସମ୍ଭବ ହେଲା ? ଜଣେ ମୃତକଙ୍କୁ ଜୀବନ କେମିତି ଦେଲା ଏଆଇ ? ହେଲେ ପୁରା ଘଟଣାର ପର୍ଦ୍ଦାଫାଶ ହୋଇଛି । କେମିତି ମୃତକ ଜଣକ ଜୀବନ ପାଇଛନ୍ତି ସେନେଇ ବି ଚର୍ଚ୍ଚା ହେଉଛି ।

ସୋସିଆଲ ମିଡିଆଠୁ ଆରମ୍ଭ କରି ଟିଭି ତ ପୁଣି ଖବର କାଗଜ । ସବୁଠି ଏବେ ଗୋଟିଏ ଚର୍ଚ୍ଚା ଏଆଇକୁ ନେଇ । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଝିଅର ମୃତ୍ୟୁ ପରେ ପରିବାରରେ ଖେଳିଯାଇଥିଲା ଶୋକର ଛାୟା । ହେଲେ ସମୟକ୍ରମେ ମନରୁ ଝିଅର ମୃତ୍ୟୁ କଥା ଧୀରେ ଧୀରେ ଭୁଲିବାକୁ ଲାଗନ୍ତି ପରିବାରର ଲୋକେ । ଏହାରି ଭିତରେ ୧୮ ବିତିଯାଏ । ଆଉ ହଠାତ୍‌ ନିଜ ଝିଅକୁ ଦେଖନ୍ତୁ ବାପା । ଆଶ୍ଚର୍ଯ୍ୟ ଓ ଚକିତ ହୋଇଯାଆନ୍ତି କି ଝିଅର ତ ମୃତ୍ୟୁ ହୋଇସାରିଛି । ସେ ପୁଣି ବଞ୍ଚିଲା କେମିତି ? ଖବର କାଗଜରୁ ଫଟୋ ଦେଖି ସଂପୃକ୍ତ ସଂସ୍ଥା ପାଖରେ ପହଞ୍ଚିଲେ ବାପା । ଏବଂ ମଲା ଝିଅ ଜେନିଫର ଆନ କେମିତି ବଞ୍ଚିଲା ସେନେଇ ଆରମ୍ଭ କରନ୍ତି ଖୋଳତାଡ଼ ।

୨୦୦୬ରେ ଝିଅର ହତ୍ୟା ହେବା ପରେ ଅପରାଧୀଙ୍କୁ ଧରିବାକୁ ଜେନିଫରଙ୍କ ପରିବାର ପୋଲିସ ଉପରେ ଚାପ ପ୍ରୟୋଗ କରନ୍ତି । କିନ୍ତୁ ସେଥିରେ ସଫଳତା ମିଳିଥିଲା କି ନାହିଁ ସେନେଇ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ନାହିଁ । ହେଲେ ଝିଅର ଫଟୋ କେମିତି ତାଙ୍କ ବିନା ଅନୁମତିରେ ବ୍ୟବହାର କରାଗଲା ? କାମରେ ଲଗାଗଲା ? ସେନେଇ ଆପତ୍ତି କରିବା ସହିତ ପୁରା ଘଟଣାର ତଦନ୍ତ କରିବାକୁ ଦାବି ବି କରନ୍ତି । ଅବଶ୍ୟ ସଂପୃକ୍ତ ସଂସ୍ଥା ଜେନିଫଙ୍କର ଫଟୋ ହଟାଇଦେଇଛି ।

ମାମଲା ସାମ୍ନାକୁ ଆସିବା ପରେ ଲୋକଙ୍କ ସୁରକ୍ଷାକୁ ନେଇ ବଡ ପ୍ରଶ୍ନ ଉଙ୍କି ମାରୁଛି। ଜଣେ ବ୍ୟକ୍ତିଙ୍କ ଫଟୋ ଏବଂ ଭିଡିଓ ତାଙ୍କ ମୃତ୍ୟୁ ପରେ ଅପବ୍ୟବହାର ହୋଇପାରିବ କି ? ଏଆଇର ଏମିତି ବ୍ୟବହାରକୁ ନେଇ ସାଧାରଣ ଜନତା ଚିନ୍ତିତ । କାରଣ ଏବେ ଯେଉଁପରି ଭାବରେ ଅପରାଧ ଘଟୁଛି , ଯଦି କୌଣସି ବ୍ୟକ୍ତିଙ୍କ ଫଟୋ ଏଆଇ ଅପରାଧୀ କାମରେ ବ୍ୟବହାର କରେ ତାହାଲେ ଦୋଷୀ ହେବ କିଏ ? କିଛି ଏମିତି ପ୍ରଶ୍ନ ଭିତରେ ଜେନିଫଙ୍କୁ ନେଇ କିନ୍ତୁ ଏବେ ଚର୍ଚ୍ଚା ଜୋର ଧରିଛି ।

 

ରାଜଧାନୀରେ ଲୁଟ ଅପରେସନ
18m ago
ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍, ୬ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ
ଅର୍ଗସ ବ୍ୟୁରୋ:ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍। ଆପାର୍ଟମେଣ୍ଟରେ କଲସେଣ୍ଟର କରି ଲୁଟୁଥିଲେ ସାଇବର ମାଫିଆ। ଫ୍ଲୁଏଣ୍ଟ ଇଂଲିସରେ ଆମେରିକା, ଚୀନ, ଇଂଲଣ୍ଡ ଲୋକଙ୍କ
ନବୀନ ମୋହନ
27m ago
ମୁମ୍ବାଇରେ ଓଡ଼ିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ
ଅର୍ଗସ ବ୍ୟୁରୋ:ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ । ଆସନ୍ତା ୧୮ ଓ ୧୯ରେ ଶିଳ୍ପ ନଗରୀ ମୁମ୍ବାଇରେ ଆୟୋଜିତ ହେବ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମର
ଜମ୍ମୁ ଓ କାଶ୍ମୀର
53m ago
ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା
ଅର୍ଗସ ବ୍ୟୁରୋ:ଜମ୍ମୁ ଓ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଓମାର ଅବଦୁଲ୍ଲା । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ଶ୍ରୀନଗର