୪ବର୍ଷ ପରେ ଅଷ୍ଟ୍ରେଲିଆରୁ ଘରକୁ ଫେରୁଥିଲେ ମନପ୍ରୀତ: ହଠାତ ଚାଲିଗଲା ଜୀବନ
by Argus News
Tue, Jul 02 | 6:08 p.m.

ଅର୍ଗସ ବ୍ୟୁରୋ: ୪ବର୍ଷ ପରେ ଅଷ୍ଟ୍ରେଲିଆରୁ ଘରକୁ ଫେରୁଥିଲେ ମନପ୍ରୀତ୍ କୌର୍(୨୪)। ବିମାନରେ ବସୁ ବସୁ ଚାଲିଗଲା ଜୀବନ। ପାଠ ପଢ଼ିବା ପାଇଁ ୪ବର୍ଷ ତଳେ ମନପ୍ରୀତ୍ ଅଷ୍ଟ୍ରେଲିଆ ଯାଇଥିଲେ। ସେବେଠାରୁ ସେ ପଞ୍ଜାବରେ ଥିବା ଘରକୁ ଆସିନଥିବାରୁ ଜୁନ୍ ୨୦ରେ ଘରକୁ ଆସିବାକୁ ଯୋଜନା କରିଥିଲେ। ହେଲେ ଶେଷ ଥର ପାଇଁ ବି ସେ ନିଜ ଘର ଲୋକଙ୍କୁ ଭେଟିପାରିନଥିବା ଜଣାପଡ଼ିଛି।

ମନପ୍ରୀତ୍ କୌରଙ୍କ ସହ ଯାତ୍ରା କରୁଥିବା ତାଙ୍କ ବନ୍ଧୁ ଗୁରୁଦୀପ ଗ୍ରେୱାଲ କହିଛନ୍ତି ଯେ, ଜୁନ ୨୦ରେ ଘରୁ ବିମାନବନ୍ଦରକୁ ବାହାରିବା ବେଳେ ମନପ୍ରୀତଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ତଥାପି ସେ ଯାତ୍ରାକୁ ବାତିଲ ନ କରି ବିମାନବନ୍ଦରରେ ପହଞ୍ଚିଥିଲେ। ଯେତେବେଳେ ଆମେ ବିମାନରେ ଚଢ଼ିଥିଲୁ ସେତେବେଳେ ତାଙ୍କୁ ଅସହଜ ଅନୁଭବ ହୋଇଥିଲା। 

ସିଟରେ ବସିବା ପରେ ଭଲ ଲାଗିବ ଭାବି ମୁଁ ତାଙ୍କୁ ସିଟରେ ବସିବାକୁ କହିଥିଲି। ସିଟରେ ବସି ସେ ବେଲ୍ଟ ଲଗାଇବା ସମୟରେ ତଳେ ଅଚେତ ହୋଇ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ କ୍ରୁ ସଦସ୍ୟ ଚିକିତ୍ସା ଦେବାକୁ ଚେଷ୍ଟା କରିଥିଲେ ବି ତାଙ୍କର ମୃତ୍ୟୁ ହୋଇଥିଲା। ପୂର୍ବରୁ ସେ ଟ୍ୟୁବରକୁଲୋସିସ୍ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କର ଅନେକ ସମସ୍ୟା ରହୁଥିଲା। ହେଲେ ଏଭଳି ହଠାତ୍ ତାଙ୍କର ଦେହାନ୍ତ ହେବ ବୋଲି ମୁଁ ଭାବିନଥିଲି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ନନ୍ଦିଘୋଷରେ
16m ago
ନନ୍ଦିଘୋଷରେ ବିଜେହେଲେ ପ୍ରଭୁ ଶ୍ରୀ ଜଗନ୍ନାଥ
ଅର୍ଗସ ବ୍ୟୁରୋ: ନନ୍ଦିଘୋଷରେ ବିଜେକଲେ ପ୍ରଭୁ ଶ୍ରୀ ଜଗନ୍ନାଥ । ଧାଡି ପହଣ୍ଡିରେ ଆସି ରଥରେ ବିଜେ କଲେ ମହାପ୍ରଭୁ । ଝୁଲି ଝୁଲି ଆସି ରଥରେ ବିରାଜ କଲେ କାଳିଆ ଠାକୁର । ଘଣ୍ଟ, ଘଣ୍ଟା
ପିଲାଙ୍କ
22m ago
ପିଲାଙ୍କ ଭବିଷ୍ୟତ କଥା ଭାବୁଛନ୍ତି କି? ତେବେ ପୋଷ୍ଟାଲ ସ୍କିମରେ ନିବେଶ କରନ୍ତୁ
ଅର୍ଗସ ବ୍ୟୁରୋ: ଯେଉଁମାନେ ସବୁବେଳେ ଭବିଷ୍ୟତକୁ ନେଇ ଚିନ୍ତିତ। ସେମାନଙ୍କୁ ନିଶ୍ଚିତ ଏହି ଖବର ଆଶ୍ବସ୍ତି ଦେଇପାରେ। କାରଣ ଡାକଘର ଯୋଜନା ଆପଣଙ୍କୁ ଆବଶ୍ୟକ ସମୟରେ ୧୬ ଲକ୍ଷ ଟଙ୍କ
କାଳିଆ ସାଆନ୍ତ
ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ
ଅର୍ଗସ ବ୍ୟୁରୋ : ଭିଜିଲା ଭକ୍ତଙ୍କ ଆଖି, ଦେଖି ଚକାନୟନ । ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ । ଟାହିଆ ହଲେଇ ଝୁଲି ଝୁଲି ଭକ୍ତଙ୍କ ପାଖକୁ ଆଶୁଛନ୍ତି କାଳିଆସୁନା । ଟିକେ ସମସ୍ତଙ୍କୁ ଆଖ