ଯାଜପୁରରେ ବିକାଶ ନାଁରେ କୋଟି କୋଟି ଦୁର୍ନୀତି ! ୫ ବର୍ଷରେ ୧୦୦ କୋଟି ଖର୍ଚ୍ଚ, ଫଳ ଶୂନ
by Argus News
Sat, Sep 28 | 6:28 p.m.

ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଯାଜପୁର । ଗତ ୫ ବର୍ଷରେ ଜିଲ୍ଲାରେ ବିକାଶ ନାଁରେ ପାଖାପାଖି ୧୦୦ କୋଟି ଖର୍ଚ୍ଚ କରିଥିଲା ବିଜେଡି । ହେଲେ ବିକାଶ କଣ ହେବ ବରଂ ଠିକାଦାର ଓ ନେତା ଉଭୟେ ମାଲେମାଲ ହୋଇଛନ୍ତି । ସାଂସଦଙ୍କ ପାଣ୍ଠିକୁ ଜବରଦସ୍ତି ଖର୍ଚ୍ଚ କରିବାକୁ ବବି କେମିତି ପ୍ରେସର ପକାଉଥିଲେ ତାହା ତ ସାଂସଦ କହିସାରିଛନ୍ତି । ହେଲେ ଜିଲ୍ଲାରେ ଥିବା ବୌଦ୍ଧକୀର୍ତ୍ତି ରାଜିର ବିକାଶ ଲାଗି ବି କେନ୍ଦ୍ର ଯେଉଁ ଟଙ୍କା ଦେଇଥିଲା ତାକୁ ବି ଖାଇଦେଇଛନ୍ତି ବିଜେଡି ନେତା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ପର୍ଯ୍ୟଟନର ବିକାଶ ଲାଗି ଓଡ଼ିଶାରେ ଅପାର ସମ୍ଭାବନା ରହିଛି । ହେଲେ ପୂର୍ବ ସରକାରର ଠିକାଦାର ମଧୁଚନ୍ଦ୍ରିକା ନୀତି ଯୋଗୁଁ କିଛି ହୋଇପାରିଲା ନାହିଁ । ହେଲେ ଏବେ ସରକାର ବଦଳିଛି, ନୂଆ ସରକାର ଆସିଛି । ତେଣୁ ପର୍ଯ୍ୟଟନର ବିକାଶ ଏବେ ଧାଏଁ ଧାଏଁ ହେବ । ସେପଟେ,ଲଳିତ ଗିରି, ରତ୍ନଗିରି, ଉଦୟଗିରିର, ପୁଷ୍ପଗିରି ଓ ଲାଙ୍ଗୁଡିର ବୌଦ୍ଧ କୀର୍ତ୍ତିରାଜି ଏବେ ସଂଙ୍କଟରେ ।  ଯାଜପୁରର  ଏ ସବୁ ବୌଦ୍ଦ କୀର୍ତ୍ତୀରାଜିର ବିକାଶ ପାଇଁ  କେନ୍ଦ୍ର ସରକାର ଦେଇଥିଲେ କୋଟି କୋଟି ଟଙ୍କା। ହେଲେ ବିକାଶ ତ ଦୂର କଥା ଠିକାଦାର ପୋଷାରେ ଟଙ୍କା ବିନିଯୋଗ କଲେ ପୂର୍ବ ସରକାର। ବୌଦ୍ଦ କୀର୍ତ୍ତିରାଜି ବିକାଶ ନାଁରେ ଆସିଥିବା ଟଙ୍କାରେ ଲଳିତଗିରିରେ ତିଆରି ହେଲା ବିଳାସପୂର୍ଣ୍ଣ ବଙ୍ଗଳା । ବାଲିଚନ୍ଦ୍ରପୁରରେ ତିଆରି ହେଲା ପାନ୍ଥିକା । ଯାହା ଏବେ ଭାଙ୍ଗିରୁଜି ଭୂତକୋଠି ହେଲାଣି । ପୁଷ୍ପଗିରିରେ ହେଲା ବୌଦ୍ଦଭିକ୍ଷୁଙ୍କ ପାଇଁ ବିଦ୍ୟାଳୟ। ଯାହା ଏବେ ପରିତ୍ୟକ୍ତ । ବରାହମନ୍ଦିର ନିକଟରେ ହେଲା ସଂଗ୍ରହାଳୟ । ଯାହା ଆସୁନି କାମରେ ।

ସୂଚନା ଅନୁସାରେ, ଯାଜପୁର ଜିଲ୍ଲାରେ ପର୍ଯ୍ୟଟନର ବିକାଶ  ପାଇଁ ୨୦୧୯ରୁ ୨୦୨୩ ମଧ୍ୟରେ ଆସିଥିଲା ୧୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କା । ହେଲେ ଏ ଟଙ୍କା ଖର୍ଚ୍ଚ ହେଲା  କୁସୁମା ଫ୍ଲୋଟିଂ ମ୍ୟୁଜିକାଲ ଫାଉଣ୍ଟେନରେ ୬ କୋଟି ୬୯ ଲକ୍ଷ ଖର୍ଚ୍ଚ ।  ଯାଜପୁର  ସହରରେ ବରାହ ଦ୍ବୀପରେ ଶିବା ପ୍ରକଳ୍ପରେ ୧୧ କୋଟି, କଣ୍ଟିଗଢିଆର ଦ୍ଵିତୀୟ କୁସୁମା ପୋଖରୀ ନିର୍ମାଣରେ ୩ କୋଟି ଓ ସଂଗ୍ରହାଳୟରେ ୯ କୋଟି  ଖର୍ଚ୍ଚ ହୋଇଛି । ରତ୍ନଗିରି ଭିତ୍ତିଭୁମି ବିକାଶ ନାଁ ରେ ୪ କୋଟି ୫୭ ଲକ୍ଷ, ଉଦୟଗିରିରେ ୧ କୋଟି ୭୫ ଲକ୍ଷ , ଲାଙ୍ଗୁଡି ୨ କୋଟି ୫୨ ଲକ୍ଷ , ବରାହ ପାର୍କ ନାଁରେ ଏକ କୋଟି ଖର୍ଚ୍ଚ ହୋଇଛି ।  ଏହା ବାଦ ଲଳିତଗିରି  ନିକଟରେ ପାନ୍ଥ ନିର୍ବାସ ନିର୍ମାଣରେ  ବି କୋଟି କୋଟି ଖର୍ଚ୍ଚ କରିଛନ୍ତି ପୂର୍ବ ସରକାର।  

କେନ୍ଦ୍ର ସରକାର ରାଜ୍ୟର ପ୍ରତି ଜିଲ୍ଲାରେ କେମିତି ପର୍ଯ୍ୟଟନର ବିକାଶ ହେବ ସେନେଇ କୋଟି କୋଟି ଟଙ୍କା ଦେଇଥିଲେ । ହେଲେ ରାଜ୍ୟ ସରକାର ମନଇଚ୍ଛା ଟଙ୍କା ଖର୍ଚ୍ଚ କରି ଠିକାଦାରଙ୍କୁ ପୋଷିଥିବା ଅଭିଯୋଗ ହୋଇଛି । ୩୫୮ ଟି ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ନକ୍ସା ପ୍ରସ୍ତୁତ ହୋଇଥିଲା ।  ହେଲେ ଆନ୍ତରିକତାର ଅଭାରୁ ଏଥିରୁ ଅନେକ ପର୍ଯ୍ୟଟନସ୍ଥଳ ଆଜି ବି ଅବହେଳିତ।  ବାଲେଶ୍ଵରର ଚାନ୍ଦିପୁର ବେଳାଭୂମି ହେଉ କି ଉଦୟପୁର ଡଗରା ଦୁବଲାଡଡି ବେଳାଭୂମି ।  ଏସବୁର ବିକାଶ ପାଇଁ ସତେ ଯେମିତି ଆନ୍ତରିକତା ନଥିଲା ୨୪ ବର୍ଷର ସରକାରର । 

କେବଳ ପର୍ଯ୍ୟଟନ ବିଭାଗରେ ବିକାଶ ପାଇଁ କେନ୍ଦ୍ର ଟଙ୍କା ଦେଇଛି କେନ୍ଦ୍ର ତାହା ନୁହେଁ ବରଂ ପ୍ରତି ବିଭାଗରେ କୋଟି କୋଟି ଟଙ୍କା ଆସିଛି । ହେଲେ ରାଜ୍ୟ ସରକାର କେଉଁଠି ପୋଖରୀ ଖୋଳି ଟଙ୍କା ସାରିଛନ୍ତି ତ ଆଉ କେଉଁଠି ପାର୍କ କରି । ଏବେ ଅପେକ୍ଷା କେବେ ଦୁର୍ନୀତିଖୋରଙ୍କ ଉପରେ ହେଉଛି କାର୍ଯ୍ୟାନୁଷ୍ଠାନ ।

 

ବିଜେଡି
13m ago
କୌଣସି କମିଟିରେ ନଥାଇ ବି ଦଳର ସବୁ ବୈଠକରେ ଉପସ୍ଥିତ ବବି
ଭୁବନେଶ୍ୱର: ନିର୍ବାଚନରେ ହାରିବା ପରେ ବିଜେଡି ସ୍ଥିତି ଅସମ୍ଭାଳ। ପୂର୍ବରୁ ବିଜେଡିର କାର୍ପଟଦାର ଥିବା ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ଦଳୀୟ ନେତା ଖୁଲମଖୁଲ୍ଲା ବିଷୋଦଗା
9 ଗିରଫ
ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ
ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ହୋଇଥିଲା ତୁମୂଳକାଣ୍ଡ। ଆକ୍ରମଣJS ଲହୁଲୁହାଣ ହୋଇଥିଲେ ପୋଲିସ ଅଫିସର। ଏଇ ଘଟଣା ପରେ ଭଦ୍ରକ ସହରରେ ପୋଲିସ ଛାଉଣୀ ।
ସରକାର
ପୂର୍ବ ସରକାରରେ ଦୁର୍ନୀତିଖୋର ଅଫିସରଙ୍କୁ କଡ଼ା ଚେତାବନୀ
ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତ