ମୋଦିଙ୍କ ପାଇଁ ବଡ଼ ସୁରକ୍ଷା ପ୍ରସ୍ତୁତି
by Argus News
Thu, Nov 28 | 8:29 a.m.

ଅର୍ଗସ ବ୍ୟୁରୋ: ଡିଜି ସମ୍ମିଳନୀ ପାଇଁ ଉଠୁଛି ପଡୁଛି ରାଜଧାନୀ ଭୁବନେଶ୍ବର.. କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ..ପ୍ରଥମେ ୨୯ ତାରିଖ ମଧ୍ୟାହ୍ନରେ ପହଞ୍ଚିବେ ଗୃହମନ୍ତ୍ରୀ ଅମିତ ଶାହା । 29 ରେ ଡିଜି ସମ୍ମିଳନୀ ରେ ଯୋଗ ଦେବେ ଗୃହ ମନ୍ତ୍ରୀ.. ପରେ ଅପରାହ୍ନ ୪.୧୫ ରେ  ଭୁବନେଶ୍ବରରେ ବିମାନ ବନ୍ଦର ରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ.. ସେଠାରେ ମୋଦୀ ଙ୍କୁ  ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବା ପରେ ବିମାନ ବନ୍ଦର ନିକଟରେ ଏକ ସାଧାରଣ ସଭା ରେ ଯୋଗ ଦେବେ.. ସଭା ସ୍ଥାନ ରୁ ରାଜଭବନ ଯିବା ପରେ ରାଜ୍ୟ ବିଜେପି କାର୍ଯ୍ୟଳୟକୁ ଆସିବେ ମୋଦି । ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ ବୈଠକ ରହିଛି । ୨ ଘଣ୍ଟା ଦଳୀୟ କାର୍ଯ୍ୟାଳୟରେ ରହି ସମସ୍ତଙ୍କ ସହ ଆଲୋଚନା କରିବେ । ଏହି ସମୟରେ ମୋଦି ନେତା ମନ୍ତ୍ରୀ ମାନଙ୍କ ନିକଟରୁ ରିପୋର୍ଟ ନେବେ । ସରକାର ଓ ସଂଗଠନ ଉଭୟର ରିପୋର୍ଟ କଲେକ୍ସନ କରିବେ ପ୍ରଧାନମନ୍ତ୍ରୀ ।

ସେପଟେ ମୋଦୀ ଙ୍କ ଗସ୍ତ ପାଇଁ  ଏୟାର ପୋର୍ଟ, ରାଜ୍ୟ ଅତିଥି ଭବନ, ରାଜ ଭବନ, ଓ ବିଜେପି ରାଜ୍ୟ କାର୍ଯ୍ୟାଳୟ ସବୁଠି କଡା କଡ଼ି ସୁରକ୍ଷା.. ଏ ଦୃଶ୍ୟ ଗତକାଲି ରାତି ର..ବିଜେପି କାର୍ଯ୍ୟାଳୟ ରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସହ ପୋଲିସ, ଅଗ୍ନିଶମ ଓ ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲା SPG ଟିମ ।
ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମୀକ୍ଷା ବେଳେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ , ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଡିଜି ୱାଇ ବି ଖୁରାନିଆ, ପୋଲିସ କମିଶନର , ଡିସିପି, ବିଭିନ୍ନ ବିଭାଗର ସଚିବ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ସାମିଲ ଥିଲେ ।

ସେପଟେ ଏସ ପିଜି ଟିମ ମଧ୍ୟ ଆଉ ଥରେ ସୁରକ୍ଷା ଯାଞ୍ଚ କରିଥିଲେ..ଦୁଇ ଘଣ୍ଟା ରୁ ଅଧିକ ସମୟ ବିଜେପି ରାଜ୍ୟ କାର୍ଯ୍ୟାଳୟ ରେ ରହିବା ସହ ରାତ୍ରୀ ଭୋଜନ କରିବେ ପ୍ରଧାନମନ୍ତ୍ରୀ.. ଏଥିପାଇଁ ମୋଦୀ ଙ୍କ ପସନ୍ଦ ର ଓଡ଼ିଆ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ତିନି ଦିନର ଡିଜି ସମ୍ମିଳନୀ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ରେ ଆଲୋଚନା ହେବ.. ମାଓ ଦମନ, ବାଂଲାଦେଶୀ ଅନୁପ୍ରବେଶ, ଆତଙ୍କବାଦ, ସହ ସାଇବର ଅପରାଧ ଉପରେ ଗୁରୁମନ୍ତ୍ର ଦେଇ ପାରନ୍ତି ପିଏମ୍।

WINTER SESSION
52m ago
ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ହେଉଛି ତୃତୀୟ ଦିନ
ଅର୍ଗସ ବ୍ୟୁରୋ: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ଆଜି ପ୍ରଶ୍ନକାଳରେ ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକସମ୍ପର୍କ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା
NAVY
ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବେ ଭାରତୀୟ ନୌବୀର
ଅର୍ଗସ ବ୍ୟୁରୋ: ଡିସେମ୍ବର 4 ତାରିଖରେ ପୁରୀରେ ଦେଖିବାକୁ ମିଳିବ ଭାରତୀୟ ନୌସେନାର ସୁପର ସୋ । ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବେ ଭାରତୀୟ ନୌବୀ
POTATO
ପଡୋଶୀ ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କଲା ପଶ୍ଚିମବଙ୍ଗ
ଅର୍ଗସ ବ୍ୟୁରୋ: ପୁଣି ପଶ୍ଚିମବଂଗର ମନମାନୀ। ପଡୋଶୀ ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କଲା ପଶ୍ଚିମବଙ୍ଗ। ସୀମାନ୍ତ ପୋଲିସକୁ ସଜାଗ କରାଇଲେ ମମତା ସରକାର । ଅନୁମତି ନପାଇ ବେଲଦା ନିକଟର
DGP
ଆସନ୍ତାକାଲିଠୁ ଭୁବନେଶ୍ୱରରେ ତିନି ଦିନିଆ ଡିଜିପି ସମ୍ମିଳନୀ
ଅର୍ଗସ ବ୍ୟୁରୋ: ଆସନ୍ତକାଲିଠୁ ଭୁବନେଶ୍ବରରେ ତିନି ଦିନିଆ ଡିଜିପି ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ସବୁ ରାଜ୍ୟ
HEMANT SOREN
ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ହେମନ୍ତ ସୋରେନ୍
ଅର୍ଗସ ବ୍ୟୁରୋ: ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ହେମନ୍ତ ସୋରେନ୍ । ରାଞ୍ଚିରେ ଶପଥ ଗ୍ରହଣ ସମାରୋହ ହେବ । ଝାଡଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗଓ୍ବା