ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବେ ଭାରତୀୟ ନୌବୀର
by Argus News
Thu, Nov 28 | 9:53 a.m.

ଅର୍ଗସ ବ୍ୟୁରୋ:  ଡିସେମ୍ବର 4 ତାରିଖରେ ପୁରୀରେ ଦେଖିବାକୁ ମିଳିବ ଭାରତୀୟ ନୌସେନାର ସୁପର ସୋ । ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବେ ଭାରତୀୟ ନୌବୀର । ଏଥିପାଇଁ ପୁରୀ ଉପକୂଳରେ ଚାଲିଛି ଜୋରଦାର ପ୍ରସ୍ତୁତି। ନୌସେନାର ଯୁଦ୍ଧ ଜାହାଜ ପୁରୀ ଉପକୂଳ ମୁହାଁ ହୋଇଥିବାବେଳେ ସ୍ଥଳ ସେନାର ଆଠଟି ଯୁଦ୍ଧ ଟ୍ୟାଙ୍କର ବି ବେଳାଭୂମିରେ ପହଞ୍ଚିଛି । ବିଏମ୍ ପି ନାମକ ଏହି ଟ୍ୟାଙ୍କର ବି ପ୍ରଦର୍ଶନରେ ସାମିଲ ହେବ। ବ୍ଲୁ ଫ୍ଲାଗ ବିଚ୍ ରେ ସ୍ବତନ୍ତ୍ର ଏନ୍ କ୍ଲୋଜର ପ୍ରସ୍ତୁତ ରହିଛି । ପ୍ରଥମ ଥର ଓଡ଼ିଶା ଉପକୂଳରେ ପାଳିତ ହେବ ନୌସେନା ଦିବସ ।

ନୌସେନାର ୨୪ଟି ଯୁଦ୍ଧ ପୋତ ଏବଂ ୪୦ଟି ଏୟାର କ୍ରାଫ୍ଟ ଯୁଦ୍ଧ କୌଶଳର ପ୍ରଦର୍ଶନ କରିବେ । ନୌସେନା ଅପରେସନାଲ ଡେମୋ ଦେଖାଇବ । ଏୟାର କ୍ରାଫ୍ଟ କ୍ୟାରିଅର, ଫିଗେଟସ, ଡେଷ୍ଟ୍ରୟର ଭଳି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଅଫ୍ ଡେମୋ ଶୋ ଦେଖାଇବେ । ଏଥିସହ ଲେଜର ଶୋର ବି ଆୟୋଜନ କରାଯାଇଛି। ନୌସେନା ଦିବସ ସମାରୋହରେ ସାମିଲ ହେବେ ତିନି ସେନା ମୁଖ୍ୟ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ମୋଟ ସାଢ଼େ ସାତ ହଜାର ଅତିଥି ଯୋଗଦେବେ ।

BJP
22m ago
ଆବାସ ଯୋଜନାରେ ସ୍ୱଚ୍ଛତା ଆଣିବା ଲାଗି ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି
ଅର୍ଗସ ବ୍ୟୁରୋ: ଆବାସ ଯୋଜନାରେ ସ୍ୱଚ୍ଛତା ଆଣିବା ଲାଗି ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଆବାସ ଲାଗି ନିଜ ପାଇଁ ନିଜେ ସର୍ଭେ କରିବେ ଲୋକ । ଅନଲାଇନ
WAQF
28m ago
ଓ୍ୱାକଫ୍ ସଂଶୋଧନ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ବଢିବ ଅବଧି
ଅର୍ଗସ ବ୍ୟୁରୋ: ଓ୍ୱାକଫ୍ ସଂଶୋଧନ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ବଢିବ ଅବଧି । ଏନେଇ ଲୋକସଭାରେ ଆଜି ପ୍ରସ୍ତାବ ଆଗତ ହେବ । ବିଜେପି ଏମପି ତଥା ଯୁଗ୍ମ ସଂସଦୀୟ କମିଟି
WINTER SESSION
ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ହେଉଛି ତୃତୀୟ ଦିନ
ଅର୍ଗସ ବ୍ୟୁରୋ: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ଆଜି ପ୍ରଶ୍ନକାଳରେ ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକସମ୍ପର୍କ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା
NAVY
ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବେ ଭାରତୀୟ ନୌବୀର
ଅର୍ଗସ ବ୍ୟୁରୋ: ଡିସେମ୍ବର 4 ତାରିଖରେ ପୁରୀରେ ଦେଖିବାକୁ ମିଳିବ ଭାରତୀୟ ନୌସେନାର ସୁପର ସୋ । ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବେ ଭାରତୀୟ ନୌବୀ
POTATO
ପଡୋଶୀ ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କଲା ପଶ୍ଚିମବଙ୍ଗ
ଅର୍ଗସ ବ୍ୟୁରୋ: ପୁଣି ପଶ୍ଚିମବଂଗର ମନମାନୀ। ପଡୋଶୀ ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କଲା ପଶ୍ଚିମବଙ୍ଗ। ସୀମାନ୍ତ ପୋଲିସକୁ ସଜାଗ କରାଇଲେ ମମତା ସରକାର । ଅନୁମତି ନପାଇ ବେଲଦା ନିକଟର