କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ ପ୍ଲାଣ୍ଟ
by Argus News
Wed, Nov 06 | 6:41 p.m.

ଅର୍ଗସ ବ୍ୟୁରୋ:  କେନ୍ଦୁଝର ଜିଲ୍ଲାର ଆଦିବାସୀବହୁଳ ବାଂଶପାଳ ବ୍ଲକର ତରମାକାନ୍ତ ପଞ୍ଚାୟତ । ପୂର୍ବରୁ ଏଠାରେ ଥିବା ଚା ବଗିଚାରେ ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଠାରେ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ପର୍ଯ୍ୟାପ୍ତ ସରକାରୀ ଜାଗା ରହିଛି । ଏହାର ଚାରିପାଖରେ ବୈତରଣୀ, ରାଣୀମା, ଜଲପା ଓ ବଇଙ୍ଗା ନଦୀ ବହିଯାଉଛି । ନିକଟରେ ରହିଛି ଗନ୍ଧମାର୍ଦ୍ଦନ ଓ ଖଣ୍ଡାଧାର ଖଣି । ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଏହି ଅଂଚଳରେ ସମସ୍ତ ସୁବିଧା ଥିବାରୁ ଏଠାରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ତରମାକାନ୍ତରେ ଥିଲା ପ୍ରସିଦ୍ଧ ଚା ବଗିଚା । ଏହି ଚା ଦେଶ ବାହାରକୁ ରପ୍ତାନୀ ହେଉଥିଲା। ୧୯୮୨ ମସିହାରୁ ଚାଲିଥିବା ଏହି ଚା ବଗିଚା ୨୦୦୨ ମସିହାରେ ହଠାତ୍ ବନ୍ଦ ହୋଇଯାଇଥିଲା । ଏଠାରେ କାମ କରୁଥିବା ୩ହଜାରରୁ ଅଧିକ ଲୋକ ବେକାର ହୋଇଗଲେ । ବାଂଶପାଳ ବ୍ଲକରେ ଅନ୍ୟ କୌଣସି କାରଖାନା ନାହିଁ । ତେଣୁ ଏଠାକାର ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରି ଚଳନ୍ତି। ତରମାକାନ୍ତର ଚା ବଗିଚାରେ ଥିବା ୨୫ଶହ ଏକର ଜମିକୁ ଲାଗି ଏଠାରେ ରହିଛି ୭ହଜାର ଏକର ପରିମିତ ସରକାରୀ ଜମି । ତେଣୁ ଏହି ସ୍ଥାନରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଦୁଇ ଦିନିଆ କେନ୍ଦୁଝର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ହେବା ନେଇ ଘୋଷଣା କରିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ଦ୍ରୌପଦୀ ମୁର୍ମୁ
14m ago
ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ପୁରୀ: ଆସନ୍ତା ଡ଼ିସେମ୍ବର ୪ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରୀ ବ୍ଲୁ ଫ୍ଲାଗ ବିଚ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ନୌସେନା ଦିବ
ଦାଦାବଟି
33m ago
ସ୍ଵର୍ଣ ରୋପ୍ୟ ଶିଳ୍ପୀ ମହାସଂଘ କୁ ଦାଦାବଟି ମାଗିବା ଅଭିଯୋଗ
ଅର୍ଗସ ବ୍ୟୁରୋ: ପୁରୀ ସତ୍ୟବାଦୀ ବିଜେଡି ମିଡିଆ ସଂଯୋଜକ ନାଁରେ ରୁଜୁହେଲା ମାମଲା। ସ୍ବର୍ଣ ରୋପ୍ୟ ଶିଳ୍ପୀ ମହାସଂଘ କୁ ଦାଦାବଟି ମାଗିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି । ଗତ ୨
ଋଷଭ ପନ୍ତ
ଶ୍ରେୟସକୁ ପଛରେ ପକାଇଲେ ପନ୍ତ
ଅର୍ଗସ ବ୍ୟୁରୋ: IPL ମେଗା ନିଲାମୀରେ ସବୁ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ଭାରତୀୟ ୱିକେଟକିପର ବ୍ୟାଟର ଋଷଭ ପନ୍ତ । ୨୭ କୋଟି ଟଙ୍କାରେ ତାଙ୍କୁ ଦଳରେ ସାମିଲ କରିଛି ଲକ୍ଷ୍ନୌ ସୁପ
ରତ୍ନଭଣ୍ଡାର
ଦିନେ ଦୁଇ ଦିନରେ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ
ଅର୍ଗସ ବ୍ୟୁରୋ: ଦିନେ ଦୁଇ ଦିନରେ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ଜାନୁଆରି 31 ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି, ଗଣତି ମଣତି । ଜିପିଏସ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବ
ବିରାଟ କୋହଲି
ପର୍ଥ ଟେଷ୍ଟରେ ମଜବୁତ ସ୍ଥିତିରେ ଭାରତ
ଅର୍ଗସ ବ୍ୟୁରୋ: ପର୍ଥ ଟେଷ୍ଟରେ ମଜବୁତ ସ୍ଥିତିରେ ଭାରତ । ଦ୍ୱିତୀୟ ପାଳିରେ ୬ ୱିକେଟ୍ ହରାଇ ଭାରତର ୪୮୭ ରନ୍‌ । ଯଶସ୍ବୀ ଜୟଶ୍ବାଲ ୧୬୧, କୋହଲିଙ୍କ ଅପରାଜିତ ୧୦୦ ରନ୍