ଶ୍ରୀମନ୍ଦିର ସଂସ୍କୃତିରେ ମେଣ୍ଢା ପୋଡିର ଅର୍ଥ କ'ଣ ?
by Argus News
Sun, Mar 24 | 10:53 a.m.

ପୁରୀ: ଶ୍ରୀମନ୍ଦିରର ଏକ ପରମ୍ପରା । ଦୋଳ ପୂର୍ଣ୍ଣିମା ପୂର୍ବ ଦିନ ପାଳିତ ହୁଏ । ଯାହାକୁ କୁହାଯାଏ ମେଣ୍ଢା କୁଡିଆ ପୋଡି ବା ମେଣ୍ଢା ପୋଡି ।

ଦୋଳପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଦୋଳ ବେଦୀକୁ ବିଜେ କରନ୍ତି । ଏହି ନୀତି ପୂର୍ବରୁ ଗୋଟିଏ ନୀତି ସମ୍ପାଦିତ ହୁଏ । ଯାହାର ନା ମେଣ୍ଢା କୁଡିଆ ପୋଡି ବା ମେଣ୍ଢା ପୋଡି ବୋଲି କୁହାଯାଏ ।

ଶ୍ରୀମନ୍ଦିର ସଂସ୍କୃତିରେ ମେଣ୍ଢା ପୋଡିର ଅର୍ଥ କ'ଣ । 

ସେଥିପାଇଁ ଆମକୁ ସତ୍ୟଯୁଗକୁ ଯିବାକୁ ପଡିବ । କାହାଣୀର ନାୟକ ପ୍ରହଲ୍ଲାଦ ଓ କାହାଣୀର ଖଳ ନାୟକ ହିରଣ୍ୟକଶ୍ୟପ । 
ହିରଣ୍ୟକଶ୍ୟପ ଯିଏ ଭଗବାନ ବିଷ୍ଣୁଙ୍କ ସତ୍ତାକୁ ମାନୁ ନଥିଲେ । କିନ୍ତୁ ତାଙ୍କ ପୁତ୍ର ପ୍ରହଲ୍ଲାଦ ଥିଲେ ବିଷ୍ଣୁଙ୍କର ପରମ ଭକ୍ତ । ଯେଉଁଥିପାଇଁ ପିତା ପୁତ୍ର ମଧ୍ୟରେ ସବୁବେଳେ ମତାନ୍ତର ଲାଗିରହୁଥିଲା। 

ପ୍ରହଲ୍ଲାଦଙ୍କୁ ମାରିବାକୁ ହିରଣ୍ୟ କଶ୍ୟପ ଚେଷ୍ଟା କରୁଥିଲେ । ହେଲେ ବାରମ୍ବାର ଚେଷ୍ଟା ପରେ ବି ସେ ନିଜ ଉଦେଶ୍ୟରେ ସଫଳ ହୋଇପାରୁନଥିଲେ । ଶେଷରେ ନିଜ ଭଉଣୀ ହୋଲିକାର ସାହାଯ୍ୟ ନେଇଥିଲେ ।  

ହୋଲିକା ଯିଏ ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତ ହୋଇଥିଲେ । ଯେ ଅଗ୍ନି ତାଙ୍କର କିଛି ବି କରିପାରିବେ ନାହିଁ । ସେଥିପାଇଁ ହୋଲିକା ଏକ ନୂତନ ଉପାୟ ଚିନ୍ତା କରନ୍ତି । ପ୍ରହଲ୍ଲାଦଙ୍କୁ ନିଜ କୋଳରେ ବସାଇ ଅଗ୍ନି ଲଗାଇବା ପାଇଁ ନିର୍ଦ୍ଦେଶ ଦିଅନ୍ତି । ମନରେ ଚିନ୍ତା କରନ୍ତି ଅଗ୍ନି ତ ମୋର କିଛି କରିପାରିବ ନାହିଁ । ନିଆଁରେ ପ୍ରହଲ୍ଲାଦ ପୋଡି ଛାରଖାର ହୋଇଯିବ । 

ହେଲେ ତାଙ୍କୁ ମିଳିଥିବା ବରରେ ସେ ଗୋଟିଏ ଜିନିଷ ଭୁଲି ଯାଇଥିଲେ । ଯଦି ସେ ଏହି ବରର ଦୂରୁପଯୋଗ କରନ୍ତି ତେବେ ନିଆଁରେ ପୋଡି ସେ ଛାରଖାର ହୋଇଯିବେ । ପ୍ରହଲ୍ଲାଦ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ । ତେଣୁ ତାଙ୍କୁ ଆଗ୍ନି ସ୍ପର୍ଶ କରିପାରିଲେ ନାହିଁ । ବରଂ ଅଗ୍ନି ହୋଲିକାଙ୍କୁ ଜାଳିଦେଲେ । 

ଠିକ୍ ସେହି ସ୍ମୃତିରେ ପ୍ରତିବର୍ଷ ପାଳନ ହୁଏ ହୋଲିକା ଦହନ । ସର୍ବଭାରତୀୟ ସ୍ତରରେ ହୋଲିକା ଦହନ ହୁଏ । ଶ୍ରୀମନ୍ଦିରରେ ତାହାର ନାଁ ହେଉଛି ମେଣ୍ଢା ପୋଡି । ଓଡିଶାର ଅନେକ ପୁର ପଲ୍ଲୀରେ ମେଣ୍ଢାକୁଡିଆ ପୋଡିର ପରମ୍ପରା ରହିଛି । ମେଣ୍ଢା ଅର୍ଥାତ ଅଗ୍ନିଙ୍କର ବାହାନ । ଏବଂ ତା ନାଁରେ ସ୍ୱତନ୍ତ୍ର ରୂପେ କୁଡିଆଟିଏ ହୁଏ । ଯେଉଁଥିରେ ଅଗ୍ନି ସଂଯୋଗ କରାଯାଏ । ଏବଂ ଦେବ ବିଗ୍ରହମାନେ ତା  ଚାରିପଟେ ପରିକ୍ରମା କରିଥାନ୍ତି । ଯାହାକୁ କୁହାଯାଏ ମେଣ୍ଢାକୁଡିଆ ପୋଡି । 

ଆହୁରି ପଢନ୍ତୁ ଧର୍ମ ସଂସ୍କୃତି ଖବର...
 

ତାମିଲନାଡ଼ୁ
23m ago
ତାମିଲନାଡ଼ୁ ବାଣ କାରଖାନାରେ ବିସ୍ଫୋରଣ: ୮ ମୃତ
ଅର୍ଗସ ବ୍ୟୁରୋ: ତାମିଲନାଡୁର ଶିବକାଶୀରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୫ ଜଣ ମହିଳାଙ୍କ ସମେତ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଆ
ମ୍ୟାଚ ହାରିବା ପରେ
37m ago
ମ୍ୟାଚ ହାରିବା ପରେ ରାହୁଲଙ୍କ ଉପରେ ରାଗିଗଲେ LSG ମାଲିକ ସଞ୍ଜୀବ ଗୋଏଙ୍କା: ଭିଡିଓ ଭାଇରାଲ
ଅର୍ଗସ ବ୍ୟୁରୋ: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ମ୍ୟାଚ ପରେ ଏକ ବିବାଦ ସାମ୍ନାକୁ ଆସିଛି। ଯାହା କ୍ରିକେଟ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି
ଆସନ୍ତାକାଲି
ଆସନ୍ତାକାଲି ଅକ୍ଷୟ ତୃତୀୟା, ସୁନା କିଣିବା ପୂର୍ବରୁ ଜାଣିନିଅନ୍ତୁ କେତେ ଅଛି ଦାମ
ଅର୍ଗସ ବ୍ୟୁରୋ: ଆସନ୍ତା କାଲି ହେଉଛି ଅକ୍ଷୟତୃତୀୟା। ଓଡ଼ିଆ ମାନଙ୍କର ଏକ ବଡ଼ ପର୍ବ। ଏହି ଦିନ ରଥ କାଠ ଅନୁକୂଳ ହୁଏ। ସୁନା କିଣିବାକୁ ଭାରତୀୟମାନେ ଭାବପ୍ରବଣ ହୋଇଥାନ୍ତି। ଆମର ଏକ ପରମ୍ପର