ଦୁର୍ବଳ ହେଉଛି 'ମିଗଜୋମ୍'
by Argus News
Wed, Dec 06 | 8:42 a.m.

ଅର୍ଗସ ବ୍ୟୁରୋ: ଦୁର୍ବଳ ହେଉଛି 'ମିଗଜୋମ୍' । ଆଗାମୀ 6 ଘଣ୍ଟାରେ ଦୁର୍ବଳ ହୋଇ ଅବପାତର ରୂପ ନେବା ନେଇ ସମ୍ଭାବନା ରହିଛି । ଚେନ୍ନାଇରେ ବର୍ଷା ତାଣ୍ଡବ ରଚୁଛି । ଏବେ ସୁଦ୍ଧା 17 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତଳିଆ ଅଞ୍ଚଳ ସମତେ ରାସ୍ତା ଘାଟ ଜଳାର୍ଣ୍ଣାବ । ବିମାନ ବନ୍ଦର, ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ୍ ରେ ଜମିଛି ପାଣି । ଓଡିଶାରେ ବାତ୍ୟା 'ମିଗଜୋମ୍' ର ପ୍ରଭାବ ପଡିଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ରହିଛି ।  

ଭୀଷଣ ବାତ୍ୟା। ଭୟଙ୍କର ପବନ। ଜଳ ପ୍ରଳୟ। ଦକ୍ଷିଣ ଭାରତର ଦୁଇ ରାଜ୍ୟ ଆନ୍ଧ୍ର ଓ ତାମିଲନାଡୁରେ ତାଣ୍ଡବ ଖେଳାଇଛି ମିଗଜୋମ୍। ମଙ୍ଗଳବାର ଅପରାହ୍ନରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଛି । ଦକ୍ଷିଣ ଆନ୍ଧ୍ରପ୍ରଦେଶର ବାପଟଲା ନିକଟରେ ଲ୍ୟାଣ୍ଡଫଲ୍ କରିଛି ଭୀଷଣ ବାତ୍ୟା ମିଗଜୋମ୍ । ପ୍ରାୟ 3 ଘଣ୍ଟା ଧରି ଲାଗି ରହିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ପବନର ବେଗ ଥିଲା ସର୍ବାଧିକ 110 କିଲୋମିଟର । ଆନ୍ଧ୍ର ମଛଲିପଟନମ୍ ଓ ନେଲ୍ଲୋର ଅଞ୍ଚଳରେ ଭୟଙ୍କର ପବନ ସହ ପ୍ରବଳ ବର୍ଷା କରିଛି ଅନେକ କ୍ଷୟକ୍ଷତି । ବହୁ ଗଛ ଉପୁଡ଼ିଛି । ଭାଙ୍ଗି ଯାଇଛି ବିଦ୍ୟୁତ୍ ଖୁଣ୍ଟ। ବହୁ ସଂଖ୍ୟାରେ କଚ୍ଚା ଘର ମଧ୍ୟ ପ୍ରଭାବିତ ହୋଇଛି। ବହୁ ସ୍ଥାନରେ ରାସ୍ତାରେ ଗଛ ପଡ଼ି ୟାତାୟାତ ବନ୍ଦ ରହିଛି। 

ସ୍ଥଳଭାଗ ଛୁଉଁଛି 'ମିଗଜୋମ୍'

ବିଜେଡି କର୍ମୀଙ୍କ
ବିଜେଡି କର୍ମୀଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହେଲେ ବିଜେପି କର୍ମୀ
ଅର୍ଗସ ବ୍ୟୁରୋ: ଭୋଟ ପୂର୍ବରୁ ଗଞ୍ଜାମରେ ନିର୍ବାଚନୀ ହିଂସା । ବିଜେଡି କର୍ମୀଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହେଲେ ବିଜେପି କର୍ମୀ । ପୋଷ୍ଟର ମରାକୁ କେନ୍ଦ୍ରକରି ଆକ୍ରମଣ କରିଛନ୍ତ
ଆଜି ମାତୃ ଦିବସ
ଆଜି ମାତୃ ଦିବସ: ନିଃସର୍ତ୍ତ ମମତା ଓ ତ୍ୟାଗର ପ୍ରତୀକ ମା’ଙ୍କୁ ମାତୃଦିବସର ଶୁଭେଚ୍ଛା
ଅର୍ଗସ ବ୍ୟୁରୋ: ଆଜି ମାତୃ ଦିବସ, ମା’ଙ୍କ ପାଇଁ ଦିନଟିଏ । ବିଶ୍ୱବ୍ୟାପୀ ପ୍ରତ୍ୟେକଟି ମଣିଷ ଏହି ଦିବସକୁ ବେଶ ସହକାର ସହ ପାଳନ କରୁଛନ୍ତି । ଦୁନିଆରେ ଚଳନ୍ତି ପ୍ରତିମା ହେଉଛନ୍ତ
ରାଜଧାନୀରେ ଗତ
ରାଜଧାନୀରେ ଗତ ରାତିରେ ବିଜୁଳି, ଘଡଘଡି, ପବନ ସାଙ୍ଗକୁ ଅତିପ୍ରବଳ ବର୍ଷା
ଅର୍ଗସ ବ୍ୟୁରୋ: ଅଧରାତିରେ ରାଜଧାନୀରେ କାଳବୈଶାଖୀର ତାଣ୍ଡବ । ପବନ, ବିଜୁଳି, ଘଡଘଡି ସାଙ୍ଗକୁ ଅତିପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ହଠାତ ବର୍ଷା ହେବାରୁ ରାଜଧାନୀର ବିଭିନ୍