ସୁରକ୍ଷିତ ଆବାସ ନ ଥିବାରୁ ସ୍ଥାନାନ୍ତରିତ ହେଲେ ଲକ୍ଷ ଲକ୍ଷ ଲୋକ
by Argus News
Fri, Oct 25 | 7:22 p.m.

ଅର୍ଗସ ବ୍ୟୁରୋ:  ବାତ୍ୟାର ପ୍ରକୋପ ସେତେ ହେଲାନି, କିନ୍ତୁ କଚ୍ଚା ଘରେ ରହୁଥିବାଗରିବଙ୍କ ମୁଣ୍ଡ ଉପରେ ପଡ଼ିଲା ଚଡ଼କ। ପବନ ମାଡ଼ରେ ଭଦ୍ରକ ବାସୁଦେବପୁର ପୌରାଞ୍ଚଳ ୱାର୍ଡ ନଂ 23ରେ ମହେଶ୍ବର ମହାକୁଡ଼ଙ୍କ ଘର ଉପରେ ଉପୁଡ଼ି ପଡ଼ିଲା ପାଖରେ ଥିବା ଲିମ୍ବ ଗଛ। ଘରେ ଶୋଇଥିବା ମହେଶ୍ବରଙ୍କ ସାନ ଭାଇ, ଭାଉଜଙ୍କ ସମେତ ପିଲାମାନଙ୍କ ଜୀବନ ସିନା କୌଣସି ମତେ ବଞ୍ଚିଗଲା, କିନ୍ତୁ ଘର ସହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ସବୁ ଆସବାବପତ୍ର । ବାସୁଦେବପୁର ରାଜଘର ପୋଖରୀ ସାନମଛୁଆ ଗାଁର ଲଷ୍ମୀକାନ୍ତ ସାହୁଙ୍କ ପରିବାର ବି ଭୋଗିଛନ୍ତି ସମାନ ଦଶା। ଘର ଉପରେ ପଡ଼ିଲା ପାଖରେ ବଡ଼ ୟୁକାଲିପଟାସ ଗଛ । କେହି ମୃତାହତ ହୋଇନଥିଲେ ବି ପୁରା ପରିବାର ହୋଇଯାଇଛନ୍ତି ବାସହରା।

କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ଭାଟେଣୀ ଓ ବଗଗହଣ ଗାଁରେ ବି ପବନ ଓ ବର୍ଷା ପ୍ରଭାବରେ ଘର ଭାଙ୍ଗିଯିବାରୁ ବାସହୀନ ହୋଇଛନ୍ତି ଲକ୍ଷ୍ମୀ ମଣ୍ଡଳ ଓ ପୁରଞ୍ଜନ ମଣ୍ଡଳଙ୍କ ପରିବାର । ଇଏ ତ ଭାତହାଣ୍ଡିରୁ କେତୋଟି । ପବନ ଓ ବର୍ଷା ଯୋଗୁଁ ଘର ଭାଙ୍ଗିଯିବାରୁ ବାସହୀନ ହୋଇଛନ୍ତି ରାଜ୍ୟର ଏମିତି ଶହ ଶହ ପରିବାର। ଆଉ ବାତ୍ୟା ଦାନା ଖୋଲିଦେଇଛି ରାଜ୍ୟରେ ଗରିବଙ୍କ ବିକାଶ ନାଁରେ 24 ବର୍ଷ ଧରି ଶାସନ କରିଥିବା ବିଜେଡି ସରକାରର ଅପାରଗତା, ବିଫଳତାର ପୋଲ୍। ଏଥିସହ ଖୋଲିଛି ନବୀନ ସରକାର ମିଛ ପ୍ରଚାରର ଗୁମର।

ଏ ଗରିବଙ୍କୁ ଆବାସ ଯୋଜନାରେ ପକ୍କା ଘର ମିଳିଥିଲେ ଆଜି ଏମାନେ ଏମିତି ଦୁର୍ଦ୍ଦଶାର ସାମ୍ନା କରୁନଥାନ୍ତେ । ପ୍ରକୃତରେ ଗରିବ ଓଡ଼ିଶାଙ୍କୁ ପକ୍କାଘର ମିଳିବାରେ ବାଧକ ସାଜିଥିଲେ ନବୀନ ସରକାର। ମୋଦି ନାଁ ନେଇଯିବେ, ସେଥିପାଇଁ ଗରିବଙ୍କୁ ଘର ଦେଉନଥିଲେ ବିଜେଡି ସରକାର। ଏ ସମ୍ପର୍କରେ ଗତ ଜୁଲାଇ ମାସରେ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରଖିଥିବା ଉତ୍ତର ଖୋଲିଥିଲା ବିଜେଡି ସରକାରର ପୋଲ। ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ୨୦୧୬ ରୁ ୨୦୨୪ ମଧ୍ୟରେ ଓଡ଼ିଶାରୁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରି ଯାଇଛି। ଏବେ ବି ୧ ଲକ୍ଷରୁ ଅଧିକ ପରିବାର ଆବାସ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ବିଜେଡି ସରକାରର ପ୍ରିୟା ପ୍ରୀତି ତୋଷଣ ପାଇଁ ବି ଗାଁର ଗରିବ ଲୋକେ ବା ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ବାସହୀନ ଗରିବଙ୍କ ଏ ଦୁର୍ଦ୍ଦଶା ଏବେ ନୂଆ ବିଜେପି ସରକାର ଆଗରେ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ । ପ୍ରଶ୍ନ ହେଲା ପରବର୍ତ୍ତୀ ବାତ୍ୟା ପୂର୍ବରୁ ଓଡ଼ିଶା କଚ୍ଚା ଘର ଶୂନ୍ୟ ହୋଇପାରିବ କି ?

ଅଧିକ ପଢ଼ନ୍ତୁ ଓଡିଶା ଖବର: 

କଂଗ୍ରେସକୁ
51m ago
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
52m ago
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
56m ago
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା