ଖାଦାନରେ ପଶିଲା ମାଇନିଙ୍ଗ ବିଭାଗ, ଜେସିବି ଓ ଡମ୍ପର ଜବତ
by Argus News
Wed, Dec 04 | 4:15 p.m.

ଅର୍ଗସ ବ୍ୟୁରୋ: ଚାଲିଥିଲା ବ୍ୟାପକ ଭାବେ ପଥର ଲୁଟ। ପାହାଡ଼କୁ ଫଟାଇ ବେଆଇନ ଭାବେ କରୁଥିଲେ ପଥର ବେପାର। ଶେଷରେ ଖାଦାନରେ ପହଞ୍ଚିଲା ମାଇନିଙ୍ଗ ବିଭାଗ। ବ୍ୟାପକ ଭାବେ ଚଢ଼ାଉ କରି ଡମ୍ପର ସହିତ ଜେସିବି ଜବତ କରିଛି ବିଭାଗ। କପ୍ତିପଦା ବନାଞ୍ଚଳ ଅଧୀନ ଶାରୀଶୁଆରେ ଚାଲିଥିଲା ଚୋରା ପଥର ଖାଦାନ। 

ଶାରୀଶୁଆ ପାହାଡ଼ର କାଠଚୁଆ ରାଜସ୍ବ ଅଞ୍ଚଳରେ ଚାଲିଥିଲା ବେଆଇନ ପଥର ଖାଦାନରେ ହେଉଥିଲା ବ୍ୟାପକ ପଥର ହରିଲୁଟ। ଆଜି ମାଇନିଙ୍ଗ ବିଭାଗ, ରାଜସ୍ବ ବିଭାଗ ଏବଂ ବନ ବିଭାଗ ମିଳିତ ଭାବେ କାଠଚୁଆ ଅଞ୍ଚଳରେ ଚଢ଼ାଉ କରିଥିବା ଖବର ପାଇ ମାଫିଆ ଖାଦାନରୁ ଫେରାର ହୋଇଯାଇଥିଲେ। 
ପୁରା ଖାଦାନ ଭିତରେ ବିଭାଗୀୟ ଅଧିକାରୀ ପଶି ଚୋରା ପଥର ଖନନ କରୁଥିବା ଗୋଟିଏ ଜେସିବି ଏବଂ ୬ ଗୋଟି ଡମ୍ପରକୁ ଜବତ କରିଛନ୍ତି। ଏହା ସହିତ ମାଫିଆମାନେ ଅନେକ ଗାଡିକୁ ଜଙ୍ଗଲ ଭିତରେ ଲୁଚାଇ ରଖିଥିବା ବେଳେ ତାହାକୁ ଖୋଜୁଛନ୍ତି ଅଧିକାରୀ। ତେବେ ଚଢ଼ାଉ ଜାରି ରହିଥିବା ଜଣାଯାଇଛି। ଏହି ଖାଦାନରୁ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରିଲୁଟ ହୋଇ ଆସୁଥିଲା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ACF
20m ago
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲା, ଗିରଫ ହେଲେ ACF
ଅର୍ଗସ ବ୍ୟୁରୋ: ଆୟବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗ ମାମଲା । ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର କୁବେର ACF ରେବତୀ ରମଣ ଯୋଶୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁ
ଚାଲିପାରୁନି ଗୃହ
ଆଜିବି ଚାଲିପାରୁନି ଗୃହ
ଭୁବନେଶ୍ୱର: ଆଜିବି ଚାଲିପାରୁନି ଗୃହ । ଶୂନ୍ୟକାଳରେ ପୁଣି ଉଠିଲା ଏଏସ୍‌ଓ ପ୍ରସଙ୍ଗ । ଏଏସ୍‌ଓ ଚାକିରି ବିବୃତି ନେଇ ବିଜେଡି ବିଧାୟକ ହଙ୍ଗାମା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍
ବିଧାନସଭା
ଗୃହରେ ପ୍ରବଳ ହଟ୍ଟଗୋଳ; ସାଢେ ୧୧ ଟା ଯାଏ ମୁଲତବୀ
ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ । ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କଲେ ବିରୋଧୀ ବିଜେଡି ବିଧାୟକ । ଗୃହ ସାଢେ ୧୧ ଟା ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି
କ୍ୟାବିନେଟର ମଞ୍ଜୁରୀ
ଓଡ଼ିଶାରେ ଖୋଲିବ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ
ଅର୍ଗସ ବ୍ୟୁରୋ: ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୮ଟି ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଏଥିରୁ ଓଡ଼ିଶାରେ ଖୋଲିବ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ । ଏନେ
ଲାଲବାହିନୀ
ଯବାନଙ୍କ ଜବାବୀ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ଲାଲବାହିନୀ
ମାଲକାନଗିରି: ଯବାନଙ୍କୁ ଆକ୍ରମଣ କରିବାକୁ ଆସିଥିଲେ ମାଓବାଦୀ । ଯବାନଙ୍କ ଜବାବୀ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ଲାଲବାହିନୀ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାର ଜେଡି ପାଲି ଠାର