ବଦଳିବ ମିଶନଶକ୍ତି ଚିତ୍ର : ମନ୍ତ୍ରୀ କହିଲେ...
by Argus News
Tue, Jun 18 | 9:14 p.m.

ଅର୍ଗସ ବ୍ୟୁରୋ: ମିଶନଶକ୍ତିକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ବଡ଼ ବୟାନ । କହିଲେ, ବିଭାଗ ବନ୍ଦ ହେବନି ବରଂ ଦୌଡିବ । ପୂର୍ବରୁ ଯାହା ହେଉଥିଲେ ଏବେ ତାହା ହେବନି । କାରଣ ଏବେ ବିଭାଗର ରୂପରେଖ ବଦଳିବ । ଭୋଟ୍‌ ବ୍ୟାଙ୍କରେ ଏଣିକି ଗଣା ହେବେନି ମିଶନ ଶକ୍ତି ମହିଳା । ରାଜନୀତିରେ ବି ପଶିବେନି SHG ସଦସ୍ୟା । ବିଜେପି ନୂଆ ସରକାରରେ ଏହି ବିଭାଗକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମିଶନ ଶକ୍ତି ସଚିବ ଶାଲିନୀ ପଣ୍ଡିତ ଏବଂ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜଙ୍କ ସହ ବିଭାଗୀୟ ଅଧିକାରୀ ଦେଇଥିଲେ ଅଢେଇ ଘଣ୍ଟାର ପ୍ରେଜେଣ୍ଟସନ । ଆଉ ତା' ପରେ କିଛି ଏମିତି କହିଛନ୍ତି ପ୍ରଭାତୀ ।

ଗୋଟିଏ କି ଦୁଇଟି ନୁହେଁ ବରଂ ୧୯ଟି ବିଭାଗ ସହ ଅନୁବନ୍ଧିତ ହୋଇ କେମିତି କାର୍ଯ୍ୟ କରୁଛି ମିଶନ ଶକ୍ତି? ଆଉ କେଉଁଠି ରହୁଛି ସମସ୍ୟା? ସମୀକ୍ଷା ପରେ ମିଶନଶକ୍ତି ଏକ ମାଇକ୍ରୋ ସରକାର ବୋଲି କହିଥିଲେ ଉପ ମୁଖ୍ୟମନ୍ତ୍ରୀ । ଏହାସହ ଆଗାମୀ ଦିନରେ କେମିତି ବିଭାଗ ଭଲରେ କାମ କରିବ ସେନେଇ ମାନସମନ୍ଥନ ହେବ ବୋଲି କୁହାଯାଉଛି ।

ମୋଟ୍‌ ଉପରେ, ରାଜ୍ୟରେ ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର ସ୍ଵୟଂ ସହାୟକ ଗ୍ରୁପରେ ପ୍ରାୟ ୭୦ ଲକ୍ଷ ସଦସ୍ୟା ରହିଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ କେନ୍ଦ୍ରରେ ବିଜେପି ସରକାର ଆରମ୍ଭ କରିଥିଲା ଏସଏଚଜି । ମହିଳା ସଶକ୍ତୀକରଣ ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ହେଲେ ପରବର୍ତ୍ତୀ ସମୟରେ ଓଡ଼ିଶାରେ ନବୀନ ସରକାର ଏହି ଗୋଷ୍ଠୀଗୁଡିକୁ ସଂଗଠିତ କରି ନିଜ ଭୋଟ୍ ବ୍ୟାଙ୍କ ଭଳି ବ୍ୟବହାର କରୁଥିବା ନାନା ଅଭିଯୋଗ ଆସିଥିଲା । ଖାଲି ଅଭିଯୋଗ ହେଉଥିଲା ତାହା ନୁହେଁ ବରଂ ମିଶନଶକ୍ତିର ପୂର୍ବତନ ସଚିବ ଏସଏଚଜି ମହିଳାଙ୍କୁ ବିଜେଡି ଲାଗି କାମ କରାଉଥିବାର ଅଭିଯୋଗ ବି ହୋଇଥିଲା । ଯେଉଁଥି ଲାଗି ତାଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । 

କଥା ହେଲା, ରାଜ୍ୟରେ ମିଶନଶକ୍ତି ବିଭାଗକୁ ନେଇ ବେଶ ଚର୍ଚ୍ଚା ହେଉଥିଲା । କେମିତି ଏହି ବିଭାଗର ଭୋଟ ବ୍ୟାଙ୍କକୁ ପ୍ରଭାବିତ କରୁଛି ସେନେଇ ଅନେକ ସମୟରେ ଅଭିଯୋଗ ହେଉଥିଲା । ହେଲେ ସରକାର ବଦଳିବା ପରେ ଏବେ ବିଭାଗ କେମିତି ଭଲରେ କାମ କରିବ ସେନେଇ ମନ୍ତ୍ରୀ ପ୍ରତିକ୍ରିୟା ଦେବା ପରେ ଚର୍ଚ୍ଚା ଆହୁରି ଜୋର ଧରିଛି ।
 

ଆଜିଠାରୁ ଏକମାସ
56m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି