ପୋଖରୀରେ ଗାଧୋଇବାକୁ ଯାଇ ବୁଡିଗଲା ନାବାଳିକା
by Argus News
Thu, Mar 07 | 9:42 p.m.

ଯାଜପୁର: ଜହ୍ନା ଗାଁରେ ଅଘଟଣ । ଗାଧେଇବାକୁ ଯାଇ ପୋଖରୀରେ ବୁଡି ନାବାଳିକା ମୃତ । ସୂଚନା ଅନୁଯାୟୀ ଜହ୍ନା ଗାଁର ଲକ୍ଷ୍ମୀ ଅମାନ୍ତଙ୍କ ନାବାଳିକା ଝିଅ ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିଲେ । ଅନେକ ସମୟ ବିତିଗଲା ପରେ ବି ଝିଅ ଆଉ ଘରକୁ ଫେରିନଥିଲା । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଝିଅ ଗାଁ ପୋଖରୀରେ ଭାସୁଥିବା ଖବର ପାଇ ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ । ଏଥିସହିତ ଝିଅକୁ ଉଦ୍ଧାର କରି ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲା ପରେ ମୃତ ଘୋଷଣା କରିଛନ୍ତି । ସେପଟେ ଝିଅର ମୃତ୍ୟୁ ପରେ ପୁରା ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । 
 

ଆହୁରି ପଢନ୍ତୁ ଓଡିଶା ଖବର...

ଶିକ୍ଷକ ମୃତ
ନିର୍ବାଚନ ଡ୍ୟୁଟି ସାରି ଏଭିଏମ ମେସିନ ହସ୍ତାନ୍ତର ବେଳେ ଶିକ୍ଷକ ମୃତ
କଳାହାଣ୍ଡି: ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିଲା । ଏଥିରେ ଭୋଟ ପାଇଁ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ତଥା ଶିକ୍ଷକ ମାନେ ନିୟୋଜିତ ଥିଲେ । ଏହି ପରିପ୍ରେକ୍ଷୀରେ ଜୁନାଗଡ଼ ବ୍ଲ
BJD LEADER ISSUE
ମିଛ ପାହାଡ଼ରେ ବସିଛନ୍ତି ପାଣ୍ଡିଆନ
ଅର୍ଗସ ବ୍ୟୁରୋ: ମିଛ ସୌଦାଗର ପାଣ୍ଡିଆନ । କେମିତି କେନ୍ଦ୍ର ସରକାରଙ୍କ ବିରୋଧରେ ଡାହା ମିଛ କହି ଦୋଷଦେବେ ସେହି କଥା ସେ ଚିନ୍ତା କରନ୍ତି । କାରଣ ପ୍ରସାଦ ଯୋଜନାରେ କେନ୍ଦ୍ର ସରକାର ରାଜ୍
PRESSMEET
ନ୍ୟୁ ମ୍ୟାରିଅନରେ ପ୍ରେସମିଟ୍‌ : ରାଜନୀତିରେ ଲାଗିଲା ନିଆଁ
ଅର୍ଗସ ବ୍ୟୁରୋ: ବିଜେଡିକୁ ଅଣନିଶ୍ଵାସୀ କରିଦେଲା ଗତକାଲି ବିଜେପିର ପ୍ରେସମିଟ । ତଥ୍ୟ ଭିତ୍ତିକ, ପୂରା ଯୁକ୍ତିଯୁକ୍ତ ପ୍ରଶ୍ନରେ ଉତ୍ତର ନଦେଇ ରାଗରେ ରକ୍ତଚାଉଳ ଚୋବାଇଲେ ବିଜେଡି ନେତା