ଆନ୍ଦୋଳନ ପଛରେ ବିଦେଶରୁ ଆସୁଥିବା ମିଶନାରୀ ଟଙ୍କା: ସ୍ଥାନୀୟ ଅଞ୍ଚଳବାସୀ
by Argus News
Sat, Sep 14 | 6:00 p.m.

ଅର୍ଗସ ବ୍ୟୁରୋ:  ଆନ୍ଦୋଳନ ପଛରେ ବିଦେଶରୁ ଆସୁଥିବା ମିଶନାରୀ ଟଙ୍କା । ଏପରି ସଙ୍ଗୀନ ଅଭିଯୋଗ ଆସିଛି ମାଲକାନିଗିରି ଜିଲ୍ଲାରୁ । ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିବା ଆନ୍ଦୋଳନରେ ଲାଗିଥିଲା ମିଶନାରୀ ଟଙ୍କା ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବି ଓ ରାଜନୈତିକ ଦଳର ନେତା ।

ଆଦିବାସୀଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ଆନ୍ଦୋଳନରେ ସାମିଲ ଥିଲେ ଖୋଦ୍ ବିଜେଡି ଦଳର ଆଗଧାଡିର ଟାଣୁଆ ନେତାମାନେ । 24 ବର୍ଷ ଶାସନରେ ଥାଇ ଓଡିଶାକୁ ଓ ଆଦିବାସୀ ମାନଙ୍କୁ ଅବହେଳା କରି ଆସୁଥିବା ବିଜେଡିର ଏହି ପ୍ରାୟୋଜିତ ଡ୍ରାମା ବୋଲି ଲୋକେ ଅଭିଯୋଗ କରିଛନ୍ତି । ତେବେ ଆନ୍ଦୋଳନ ର ଆଗଧାଡ଼ି ରେ ଉପସ୍ଥିତ ଥିଲେ ବିଜେଡିର ପୁରୁଖା ନେତା ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ, ଯୁବ ବିଜେଡି ସଭାପତି ଆଡ଼ମା ରାବା , ଚିତ୍ରକୋଣ୍ଡା ବିଧାୟକ ପାର୍ଥିନି ତଥା ଜିଲ୍ଲାପରିଷଦ ସଦସ୍ୟା ଲଷ୍ମୀପ୍ରିୟା ନାୟକ, ଜିଲ୍ଲାପରିଷଦ ଅଧକ୍ଷା ସମାରି ଟାଂଗୁଳୁ । ଆଉ ଯାହାକୁ ନେଇ ଉଠିଛି ବଡ ପ୍ରଶ୍ନ । ବିଦେଶରୁମିଶନାରୀ ଟଙ୍କା ଧରି ଆଦିବାସୀଙ୍କୁ ଭ୍ରମିତ କରିବା ପାଇଁ ବିଜେଡି ଚେଷ୍ଟା କରୁଛି ବୋଲି ଅଭିଯୋଗ ହୋଇଛି । 24 ବର୍ଷ ଶାସନରେ ଥିବା ବିଜେଡି ଦିନେ ଆଦିବାସୀଙ୍କ ପାଇଁ ଚୁପ୍ ବସିଥିବା ବେଳେ ହଠାତ୍ ଏମିତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ଗୋଷ୍ଠୀ ସଂଘର୍ଷ
13m ago
ଭଦ୍ରକରେ ଗୋଷ୍ଠୀ ସଂଘର୍ଷ, ୧୬୩ ଧାରା ଲାଗୁ
ଭଦ୍ରକ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ବୟାଙ୍ଗଡିହି ପଞ୍ଚାୟତ ଗୁଡୁପୋଖରୀ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପତାକା ଉପୁଡାକୁ ନେଇ ଉତ୍ତେଜନା । ଯାହାକୁ ନେଇ ୪ ଜଣ ଆହତ ହୋଇଥିବାବଳେ ଜଣେ ଗୁରୁତ
100 ଦିନ
41m ago
100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ବଡ଼ ଘୋଷଣା
ପୁରୀ: 5 ବର୍ଷରେ 11ଟି MSME ପାର୍କ ପ୍ରତିଷ୍ଠା କରିବେ ବିଜେପି ସରକାର । ବିଜେପି ସରକାରର 100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଗତକାଲି ଉଚ୍ଚସ୍ତରୀ
ବଢିବ ବର୍ଷା
45m ago
୨୨ ତାରିଖରୁ ବଢିବ ବର୍ଷାର ପରିମାଣ
ଭୁବନେଶ୍ୱର: ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ହାଲୁକରୁ ମଧ୍ୟମ ବର୍ଷା ଜାରି ରହିଥିବା ବେଳେ ପୁଣି ୨୨ ତାରିଖରୁ ବଢିବ ବର୍ଷାର ପରିମାଣ। ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିଶେଷ କିଛ