୨ ମାସ ପରେ ମୁହଁ ଖୋଲିଲେ ସୌମ୍ୟରଂଜନ : କହୁ କହୁ କହିଦେଲେ...
by Argus News
Mon, Dec 04 | 6:59 p.m.

ଅର୍ଗସ ବ୍ୟୁରୋ : କିଛିମାସ ପରେ ପୁଣି କ୍ୟାମେରା ସାମ୍ନାକୁ ଫେରିଲେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ବିଜେଡିରୁ ବହିଷ୍କୃତ ହେବା ପରେ ମିଡିଆରୁ ଦୂରେଇ ରହିବା ସହ ଗଣମାଧ୍ୟମ ସାମ୍ନାରେ କିଛି କହୁନଥିଲେ କି ପରାମର୍ଶ ବି ଦେଉନଥିଲ । ହେଲେ ହଠାତ୍‌ ଏବେ ପୁଣି ଥରେ ସୌମ୍ୟରଂଜନ ସାଧାରଣ ସଭାରେ ଯୋଗ ଦେଲେ, ଗଣମାଧ୍ୟମକୁ ପ୍ରତିକ୍ରିୟା ବି ଦେଲେ । ଯାହାକୁ ନେଇ ତେଜିବାରେ ଲାଗିଛି ରାଜନୀତି ।

ବିଜେଡିର ପୂର୍ବତନ ଉପସଭାପତି ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ଚର୍ଚ୍ଚା ସବୁବେଳେ ଲାଗିରୁହେ । କେତେବେଳେ ସରକାରଙ୍କୁ ସମାଲୋଚନା କରିବା ହେଉ କି ସରକାରଙ୍କ ଦୋଷଦୁର୍ବଳତାକୁ ବାହାରକୁ ଆଣିବା ହେଉ...ତାଙ୍କର ଗୋଟିଏ ମନ୍ତବ୍ୟ ରାଜନୀତିରେ ସୃଷ୍ଟି କରେ ଝଡ଼ । ହେଲେ ଦଳରୁ ବିଦା ହେବା ପରେ ଗୋଟିଏ ପ୍ରକାର ଅଦୃଶ୍ୟ ହୋଇଯାଇଥିଲେ ସୌମ୍ୟ । ଏମିତିକି ମିଡିଆ ସାମ୍ନାକୁ ବି ଆସୁନଥିଲେ । ହେଲେ ଛାତ୍ର ନିର୍ବାଚନକୁ ନେଇ ସେ ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାହାକୁ ନେଇ ବଢିଲାଣି ଚର୍ଚ୍ଚା ।

ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବୋଧହୁଏ ସିଏ ଗ୍ରହଣ କରିପାରିନାହାନ୍ତି । ସେଇଥିଲାଗି ତ ସୌମ୍ୟ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ ହେଉ । ନିର୍ବାଚନ ହେଲେ ଅନେକ ପ୍ରତିଭା ସାମ୍ନାକୁ ଆସିବେ । ତେବେ ସୌମ୍ୟଙ୍କର ଏହି ମନ୍ତବ୍ୟକୁ ନେଇ ଏବେ ସୃଷ୍ଟି ହେଲାଣି ଚର୍ଚ୍ଚା । ଗୁରୁତ୍ଵପୂର୍ଣ୍ଣ କଥା ହେଲା ଅନେକ ଦିନ ବ୍ୟବଧାନ ପରେ ମିଡିଆ ସାମ୍ନାକୁ ଆସିଲେ ସୌମ୍ୟ । ଖାଲି ଆସିଲେ ତାହା ନୁହେଁ ବରଂ ନିର୍ବାଚନକୁ ନେଇ ସେ ଯାହା କହିଲେ ତାହା ନିଶ୍ଚୟ ବିଚାର ଯୋଗ୍ୟ ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ