ଭିସି ଜରିଆରେ ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କଲେ ମୋଦୀ
by Argus News
Mon, Feb 26 | 8:03 a.m.

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୨୦୦୦ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କରିବେ। ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଇବା ଉପରେ ପ୍ରଧାନମନ୍ତ୍ରୀ ବାରମ୍ବାର ଗୁରୁତ୍ୱାରୋପ କରିଛନ୍ତି । ଏହି ପ୍ରୟାସର ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୫୫୩ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିବେ। 

୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଏହି ଷ୍ଟେସନଗୁଡ଼ିକୁ ୧୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ପୁନଃବିକଶିତ କରାଯିବ। ଏହି ଷ୍ଟେସନଗୁଡ଼ିକ ସହରର ଉଭୟ ପାର୍ଶ୍ୱକୁ ମିଶାଇ ‘ସିଟି ସେଣ୍ଟର’ ଭାବେ କାର୍ଯ୍ୟ କରିବ। ଏଥିରେ ରୁଫ୍ ପ୍ଲାଜା, ସୁନ୍ଦର ଲ୍ୟାଣ୍ଡସ୍କେପିଂ, ଇଣ୍ଟର ମୋଡାଲ କନେକ୍ଟିଭିଟି, ଉନ୍ନତ ଆଧୁନିକ ପ୍ଲାଟଫର୍ମ, କିଡ୍ସ ପ୍ଲେ ଏରିଆ, କିଓସ୍କ, ଫୁଡ୍ କୋର୍ଟ ଆଦି ଅତ୍ୟାଧୁନିକ ଯାତ୍ରୀ ସୁବିଧା ଉପଲବ୍ଧ ହେବ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଗୋମତୀ ନଗର ଷ୍ଟେସନକୁ ଉଦଘାଟନ କରିବେ ଯାହାକୁ ପ୍ରାୟ ୩୮୫ କୋଟି ଟଙ୍କା ବ୍ୟୟରେ ପୁନଃବିକଶିତ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ୧୫୦୦ ରୋଡ୍ ଓଭର ବ୍ରିଜ୍ ଏବଂ ଅଣ୍ଡରପାସର ଶିଳାନ୍ୟାସ, ଉଦଘାଟନ ଉତ୍ସର୍ଗ କରିବେ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ED
7m ago
୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି
ଅର୍ଗସ ବ୍ୟୁରୋ: ବିଜେଡିରେ ଛନକା । ୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଲା ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା । ଇଡି ପକ୍ଷରୁ ସେସବୁ ମାମଲା
ସର୍ବଭାରତୀୟ ନିଟ
30m ago
ସର୍ବଭାରତୀୟ ନିଟ ପରୀକ୍ଷାରେ ସଫଳ ହେବା ସହ ଡାକ୍ତର ହେବେ ଦିପୁ
ଅର୍ଗସ ବ୍ୟୁରୋ: ଜୀବନର ସଂଘର୍ଷ ତାଙ୍କୁ ଶିଖାଇଦେଇଛି ବଞ୍ଚିବା। ଯେଉଁ ବୟସରେ ବାପାଙ୍କ ହାତ ଧରି ଏ ଦୁନିଆକୁ ଦେଖିବା କଥା। ସେ ବୟସରେ ବିଧାତା ବି ତାଙ୍କୁ କଷଣ ଦେଇଛି। କିନ୍ତୁ ବାପାଙ୍
ମାଓ ପ୍ରବଣ ଅଞ୍ଚଳରେ
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ