3 ପରେ ପୁଣି 10ରେ ଭୁବନେଶ୍ବର ଆସିବେ ମୋଦି
by Argus News
Fri, Feb 02 | 7:30 a.m.

 ଭୁବନେଶ୍ୱର:  ଆସନ୍ତାକାଲି ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହାପୂର୍ବରୁ ଆଇଆଇଏମ ସମ୍ବଲପୁର ପକ୍ଷରୁ ପ୍ରେସମିଟ କରି କାର୍ଯ୍ୟକ୍ରମର ସୂଚନା ଦିଆଯାଇଛି । ମଧ୍ୟାହ୍ନ ୨ଟା ୧୫ ସୁଦ୍ଧା IIM କ୍ୟାମ୍ପସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ୩ଟା ଯାଏ କ୍ୟାମ୍ପସରେ ରହିବେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଯୋଗଦେବେ । ଏଥିସହ ଛାତ୍ରଛାତ୍ରୀ, ଡାକ୍ତରଙ୍କ ସହ ମୋଟ ୪ ହଜାର ଲୋକ ସାମିଲ ହେବା ନେଇ ପ୍ରେସମିଟ୍‌ ରେ ସୂଚନା ଦିଆଯାଇଛି ।
10ରେ ଭୁବନେଶ୍ବରେ ମହିଳା ମୋର୍ଚ୍ଚା ସମାବେଶକୁ କରିବେ ସମ୍ବୋଧନ`। ସେପଟେ ପିଏମଙ୍କ ମାରାଥନ ଗସ୍ତକୁ ନେଇ ଉଷ୍ଣ ରାଜ୍ୟ ରାଜନୀତି। ସପେଟେ 6ରେ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧି।  2024 ନିର୍ବାଚନ ପୂର୍ବରୁ ସରଗରମ ହେଉଛି ରାଜନୀତି । ଫେବ୍ରୁଆରୀ 3ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ ସହ ସମ୍ବଲପୁର ସହରର ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ଜନସାଧାରଣଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଏଥିପାଇ ସମ୍ବଲପୁର ଆଇଆଇଏମ ଓ ରେମେଡ ସମାବେଶ ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି । 400 କୋଟିର ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ମୋଦି ନିଜେ ଶିଳାନ୍ୟାସ କରିଥିବାବେଳେ ଏବେ ଲୋକାର୍ପଣ କରିବାକୁ ଯାଉଛନ୍ତି । 2 ଶହ ଏକରରୁ ଅଧିକ ଜମିରେ ପରିବ୍ୟାପ୍ତ ଆଇଆଇଏମ କ୍ୟାମ୍ପସ, ଜମି ଭିତ୍ତିଭୂମି ଦୃଷ୍ଟିରୁ ଦେଶର ବୃହତ୍ତମ କ୍ୟାମ୍ପସ ।  ଏଠାରେ ସମସ୍ତ ଆଧୁନିକ ବ୍ୟବସ୍ଥା ସହ ଡିଜିଟାଲ, ଫିଜିକାଲ ଓ ବ୍ଲେଣ୍ଡେଡ କ୍ଲାସ ରୁମ ରହିଛି। ଏହାସହ ନାଇଟ ସ୍ପୋଷ୍ଟର୍ସ ଓ ଫିଫା ଷ୍ଟାଣ୍ଡାର୍ଡର ଷ୍ଟାଡିୟମ ମଧ୍ୟ ରହିଛି । ଆଇଆଇଏମରେ 5 ଶହ MBA ସିଟ, 120 ଏଗଜିକ୍ୟୁଟିବ MBA ସିଟ, 70ଟି PHD ସିଟ ରହିଥିବାବେଳେ ଶହେ ପ୍ରତିଶତ ପ୍ଲେସମେଣ୍ଟ ସୁବିଧା ରହିଛି । ଆଇଆଇଏମରେ 40 ଜଣ ଫ୍ୟାକଲଟି ପଦବୀ ସହ 60ଟି ଅଣ ଶିକ୍ଷକ ପଦବୀ ରହିଛି । 

IIM ସମ୍ବଲପୁର ଉଦଘାଟନ ପରେ ରେମେଡ ପଡିଆରେ ବିଶାଳ ଜନସଭାକୁ ଉଦବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଶାଳ ସମାବେଶର ନାମ ଗ୍ୟାରେଣ୍ଟି ସମାବେଶ ରଖାଯାଇଛି । ଏହାସହ ଏକ ଭଏସ ମ୍ୟାସେଜ୍, ଗୀତ ଓ ଭିଡିଓ ବାର୍ତ୍ତା ମଧ୍ୟ ରିଲିଜ କରାଯାଇଛି । ସମାବେଶରେ ପଶ୍ଚିମ ଓଡିଶାର 5 ଟି ଲୋକସଭା କ୍ଷେତ୍ରରୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଛି ।   ଏପଟେ ଆସନ୍ତା 6 ତାରିଖରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି ।  ବିରମିତ୍ରପୁରରେ ରାହୁଲଗାନ୍ଧୀଙ୍କୁ ସ୍ୱାଗତ କର କରାଯିବ। ବେଦବ୍ୟାସରେ ରାତ୍ରି ଯାପନ କରିବେ ରାହୁଲ । 7 ତାରିଖ ସକାଳେ ରାଉରକେଲା ପରେ ରାଜଗାଙ୍ଗପୁର, ଉତ୍ତରା ଓ  ସୁନ୍ଦରଗଡ଼ରେ ସାଧାରଣ ସଭାରେ ଯୋଗଦେବେ ରାହୁଲ । 
 ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇଥିବାବେଳେ ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀ ମଧ୍ୟ ଉତ୍ସାହିତ ହୋଇଛନ୍ତି । ସେପଟେ ବିଜେଡି ମଧ୍ୟ ଘରକୁ ଘରକୁ ଯାଇ ଚଳାଇଛି ତାର ରଣନୀତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ