ବିଜେପିର ବିଜୟ ପରେ ମୋଦୀଙ୍କର ଜନତାଙ୍କୁ ବାର୍ତ୍ତା
by Argus News
Sun, Dec 03 | 6:14 p.m.

ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ର ନିର୍ବାଚନ ଟ୍ରେଣ୍ଡରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହାକୁ ଦେଖିଲେ ଜଣାପଡ଼ୁଛି ଯେ, ଲୋକଙ୍କ ଭରସା କେବଳ ସୁଶାସନ ଉପରେ ରହିଛି। ବିଜେପି ଫର ଇଣ୍ଡିଆ ଉପରେ ଲୋକଙ୍କର ଆସ୍ଥା ରହିଛି। ସେଥିପାଇଁ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଜନତା ଜନାର୍ଦ୍ଦନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। 

ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ର ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ଜନତାଙ୍କୁ ଏକ ବାର୍ତ୍ତା ଲେଖିଛନ୍ତି,  ମୋଦୀ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ, କେବଳ ଭଲ ଶାସନ ଏବଂ ବିକାଶ ରାଜନୀତିରେ ଭାରତର ଲୋକଙ୍କର ବିଶ୍ବାସ ରହିଛି। ସେମାନଙ୍କର ବିଶ୍ବାସ ବିଜେପି ଉପରେ ଯଥେଷ୍ଟ ଅଛି। ଦଳ ଉପରେ ସେମାନଙ୍କର ପ୍ରେମ, ବିଶ୍ବାସ ଏବଂ ଆଶୀର୍ବାଦ ବର୍ଷୁଥିବାରୁ ମୁଁ ଏହି ସମସ୍ତ ରାଜ୍ୟର ପରିବାରବର୍ଗଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। 

ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯେ, ମୁଁ ଜନତାଙ୍କୁ ନିଶ୍ଚିତ କରୁଛି ଯେ, ଆମେ ଆପଣଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ ଜାରି ରଖିବୁ। ଆମକୁ ଭାରତକୁ ବିଜୟୀ କରିବାକୁ ପଡ଼ିବ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

BOBBY DAS
23m ago
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
34m ago
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
37m ago
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ