ଭାରତର ଦକ୍ଷ ଯୁବଶକ୍ତି ଉପରେ ମୋଦିଙ୍କ ଦୃଢ଼ ବିଶ୍ବାସ
by Argus News
Mon, Sep 23 | 7:36 p.m.

ଅର୍ଗସ ବ୍ୟୁରୋ: ଭାରତ ବନୁଛି ଗ୍ଲୋବାଲ୍ ସାଉଥର ଦୃଢ଼ ସ୍ଵର । ବୈଷୟିକ ଜ୍ଞାନ ଓ ଦକ୍ଷତା କ୍ଷେତ୍ରରେ ଥିବା ଚାଲେଞ୍ଜକୁ ଅତିକ୍ରମ କରି ବିଶ୍ଵ ଦରବାରରେ ସ୍ଵତନ୍ତ୍ର ପରିଚୟ ତିଆରି କରୁଛି ଭାରତ । ପ୍ରଧାନମନ୍ତ୍ରୀ ଭାବେ ନବମ ଥର ଆମେରିକା ଗସ୍ତର ଦ୍ଵିତୀୟ ଦିନରେ ନ୍ୟୁୟର୍କରେ ପ୍ରମୁଖ ଆମେରିକୀୟ ଟେକ୍ କମ୍ପାନୀର ସିଇଓଙ୍କ ସହ ଗୋଲ୍ ଟେବୁଲ ବୈଠକ କରିଛନ୍ତି ନରେନ୍ଦ୍ର ମୋଦି। ପିଏମ୍ କହିଛନ୍ତି, ବିକଶିତ ଭାରତ ସଂକଳ୍ପ ପୂରଣ ପାଇଁ ଦେଶର ଯୁବପିଢ଼ିଙ୍କ ଉପରେ ଭରସା ରହିଛି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଶକ୍ତି କ୍ଷେତ୍ରରେ ବିକାଶ ପାଇଁ ଭାରତ ସରକାର ଉନ୍ନତ ଟେକ୍ ସହ AIର ଉପଯୋଗକୁ ପ୍ରୋତ୍ସାହନ ଦେଉଛନ୍ତି । ନୂଆ ଭାରତରେ ଖୁବଶୀଘ୍ର `ମେଡ ଇନ ଇଣ୍ଡିଆ- ଚିପ୍' ନିର୍ମାଣକୁ ମୋଦି ଗ୍ୟାରେଣ୍ଟି କହିଛନ୍ତି ପ୍ରଧାନମନ୍ତ୍ରୀ ।  

ନ୍ୟୁୟର୍କର ପ୍ୟାଲେସ ହୋଟେଲରେ ରାଉଣ୍ଡ ଟେବୁଲ ବୈଠକରେ AI, କ୍ଵାଣ୍ଟମ୍ କମ୍ପ୍ୟୁଟିଂ, ସେମିକଣ୍ଡ ପରି କ୍ଷେତ୍ରରେ କାମ କରୁଥିବା ପ୍ରମୁଖ 15ଟି ଆମେରିକୀୟ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏଥିରେ ଗୁଗଲ ସିଇଓ ସୁନ୍ଦର ପିଚାଇ, ଆଇବିଏମ୍ ସିଇଓ ଅରବିନ୍ଦ କୃଷ୍ଣ, ଏଡୋବ ସିଇଓ ଶାନ୍ତନୁ ନାରାୟଣ, ଏମଡି ସିଇଓ ଲିସା ସୁ, ମାଡର୍ଣ୍ଣା ସିଇଓ ନବର ଆଫୟାନ, ହୋଲଟେକ୍ ଇଣ୍ଟରନ୍ୟାସନାଲ ସିଇଓ ଡକ୍ଟର କୃଷ୍ଣ ସିଂ ପ୍ରମୁଖ ସାମିଲ ହୋଇଥିଲେ । 

ବିଶ୍ଵର ପ୍ରମୁଖ ଟେକ୍ କମ୍ପାନୀ ଗୁଡ଼ିକ ପାଇଁ ଭାରତ ଏବେ ପାଲଟିଛି ନିବେଶର ନୂଆ ଠିକଣା । ଏକବିଂଶ ଶତାବ୍ଦୀର ବିଶ୍ଵ ଟେକ୍ନୋଲୋଜି ଦ୍ଵାରା ପରିଚାଳିତ ହେଉଥିବାବେଳେ ଭାରତରେ ରହିଛି ବିଶାଳ ବଜାର ସହ ଦକ୍ଷ ଯୁବଶକ୍ତି । ପ୍ରଯୁକ୍ତି ବିଦ୍ୟାକୁ ଦେଶର ବିକାଶ ପାଇଁ ଗୁରୁତ୍ଵପୂର୍ଣ୍ଣ ସ୍ତମ୍ଭ କରିବାକୁ ଯୁବପିଢିକୁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଆହୁରି ପଢନ୍ତୁ ଓଡିଶା ଖବର...
 

ପୁଷ୍ଟିକର
କଦଳୀ ଏବଂ କ୍ଷୀରକୁ ଏକାଠି ଖାଇବା ଦ୍ୱାରା ଶରୀରକୁ ଅନେକ ପୁଷ୍ଟିକର ଲାଭ ମିଳିଥାଏ
ଅର୍ଗସ ବ୍ୟୁରୋ: ଆମେ ଆଗରୁ ଜାଣିଛନ୍ତି ଯେ କ୍ଷୀର ଓ କଦଳୀ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହି ଦୁଇଟି ଏମିତି ଖାଦ୍ୟ ପଦାର୍ଥ ଯାହା ମିଶାଇକି ଖାଇଲେ ଶୀଘ୍ର ଓଜନ ବଢିଇବା ସ
HEALTH
କଲରା ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ ?
ଅର୍ଗସ ବ୍ୟୁରୋ: କଲରା ଖାଇବାକୁ କାହାକୁ ବି ଭଲ ଲାଗେ ନାହିଁ। ତଥାପି କଲରା ଖାଇବାକୁ ଘରେ ସମସ୍ତଙ୍କୁ ବାଧ୍ୟ କରନ୍ତି। କଲରା ମଧୁମେହ ରୋଗୀଙ୍କ ପାଇଁ ଏକ ଔଷଧ ଠାରୁ କମ
AMITABH BACHCHAN
ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ସହି ପାରିଲେନି ଅମିତାଭ
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିଶ୍ୱ ସୁନ୍ଦରୀ। ଗତ କିଛି ଦିନ ହେବ ଅଭିନେତ୍ରୀଙ୍କ ଲାଇଫରେ ଅନେକ କିଛି ଚାଲିଛି। ଜୁଆଡେ ବି ଯାଅ ସେହି ଗୋଟିଏ ପ୍ରଶ୍ନକୁ ନେଇ ଆଲୋଚନା। ସତର