ଗରିବ କଲ୍ୟାଣ ବିରୋଧୀଙ୍କୁ ମୋଦିଙ୍କ ଚେତାବନୀ
by Argus News
Mon, Dec 04 | 8:18 p.m.

ଅର୍ଗସ ବ୍ୟୁରୋ: ବିଜୟ ମଞ୍ଚରୁ ବିରୋଧୀଙ୍କୁ ଚେତାବନୀ । କେନ୍ଦ୍ରର ଗରିବ କଲ୍ୟାଣ ଯୋଜନାର ବାଟ ଓଗାଳିଲେ ଲୋକେ ସଫା କରିଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଚେତାବନୀ ପରେ ସରଗରମ ରାଜ୍ୟ ରାଜନୀତି ।ଆୟୁଷ୍ମାନ ଓ ପିଏମଶ୍ରୀ ଯୋଜନା ରାଜ୍ୟ ସରକାର ଓଡିଶାରେ ଲାଗୁ ନ କରିବାକୁ ନେଇ ବର୍ଷିଛି ବିଜେପି । ରାଜ୍ୟ ସଭାପତି କହିଛନ୍ତି କେନ୍ଦ୍ର ହାତ ଖୋଲି ରାଜ୍ୟକୁ ପଇସା ଦେଇଛି, କିନ୍ତୁ ୨ ରାଜ୍ୟ ସରକାର ଠିକ ଭବେ ବିନିଯୋଗ କରିନାହାନ୍ତି, ଯାହାର ଫଳ କଂଗ୍ରେସ ପାଇଛି ଆଗକୁ ଠିକ୍ ସମାନ ଦଶା ବିଜେଡି ବି ଭୋଗିବ । ୨୦୨୪ରେ ଓଡିଶା ରାଜନୀତି U Turn ନେବା ସହ ଲୋକେ  ମୋଦି ଗ୍ୟାରେଣ୍ଟି ପାଇବେ ବୋଲି କହିଛନ୍ତି ମନମୋହନ ସାମଲ । ଯାହାର ଜବାବ ରଖିଛି ବିଜେଡି ।

ଆୟୁଷ୍ମାନ ଯୋଜନା ଲାଗୁ କରି ଲୋକଙ୍କୁ ସ୍ବାସ୍ଥ୍ୟ କ୍ଷେତ୍ରରେ ସୁବିଧା ଦେବାକୁ ବାରମ୍ବାର ଅନୁରୋଧ କରୁଛନ୍ତି କେନ୍ଦ୍ର ସରକାର.. ହେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣକୁ ଭଲ ବୋଲି ରାଜ୍ୟ ସରକାର ଗରିବଙ୍କ ସ୍ବାସ୍ଥ୍ୟ ସୁବିଧା ଆଗରେ ଓଗାଳିଛନ୍ତି ବାଟ। ସେହିପରି ପିଏମଶ୍ରୀ ଲାଗୁ ପାଇଁ ତିନି ତିନି ଥର କେନ୍ଦ୍ର  ଶିକ୍ଷା ମନ୍ତ୍ରୀ ଚିଠି ଲେଖିବା ପରେ ବି ଶୁଣୁନାହାଁନ୍ତି ରାଜ୍ୟ ସରକାର। ରାଜନୈତିକ ଫାଇଦା ଆଗରେ ବଳି ପଡୁଛି, ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନର ସମ୍ଭାବନା..ଆବାସ ଆବଣ୍ଟନରେ ଦୁର୍ନିତି ଓ ଅବହେଳା ଯୋଗୁ ଗରିବଙ୍କୁ ପକ୍କାଘର ସୁରକ୍ଷାରୁ ବଞ୍ଚିତ କରିଛନ୍ତି ସରକାର। ପ୍ରଶ୍ନ ମୋଦିଙ୍କ ଚେତାବନୀ ପରେ ସୁଧୁରିବେ କି ବିଜେଡି ସରକାର ? ନା ମୋଦିଙ୍କୁ ଶ୍ରେୟ ଚାଲିଯିବା ଭୟରେ ପୁଣି କରିବେ ଡାର୍ଟି ପଲିଟିକ୍ସ ?

ଅଧିକ ପଢ଼ନ୍ତୁ ଦେଶ ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ