ଓଡ଼ିଶାରେ ଚାଲିଲା ମୋହନ ବୁଲଡୋଜର 
by Argus News
Thu, Jul 18 | 7:45 p.m.

ଭୁବନେଶ୍ୱର: ଦେଶରେ ବଡ ଚର୍ଚ୍ଚା ଯୋଗୀଙ୍କ ବୁଲଡୋଜର । ଓଡ଼ିଶାରେ ଚାଲିଲା ମୋହନ ବୁଲଡୋଜର । ଝାରସୁଗୁଡ଼ା ବନ୍ଧବାହାଲରେ ଅପରାଧୀ ମହମ୍ମଦ ସୋନୁର ମାଂସ ଦୋକାନ ଉପରେ ଚାଲିଲା ବୁଲଡୋଜର । ଜବରଦଖଲରେ ଥିଲା 10ରୁ ଅଧିକ ଦୋକାନ ଘର । ଛେଳି ମୁଣ୍ଡରେ ତ୍ରିରଙ୍ଗା ଲଗାଇ ବିବାଦରେ ଥିଲା ସୋନୁ । ସୋନୁ ଓ ସମ୍ପର୍କୀୟଙ୍କ ନାଁରେ ରହିଛି 30ରୁ ଅଧିକ ମାମଲା ।  ସାରା ଦେଶରେ  ୟୋଗୀ ସରକାରଙ୍କ ବୁଲଡୋଜରକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ଓଡିଶାରେ ଦୋକାନ ଉପରେ ଚାଲିଲା ମୋହନ ସରକାରଙ୍କ ପ୍ରଥମ ବୁଲଡୋଜର । ଏ ଦୃଶ୍ୟ ହେଉଛି ଝାରଶୁଗୁଡା ବନ୍ଧବାହାଲର । ଅପରାଧୀଙ୍କୁ ସାବାଡ କରିବାକୁ ମୋହନ ସରକାରଙ୍କ କଡ଼ା ଆଭିମୁଖ୍ୟ ।

ବୁଲଡୋଜର ଚାଲି ଭଙ୍ଗାଯାଇଥିବା ଏହି ସବୁ ଦୋକାନ ଘର ହେଉଛି ମହମ୍ମଦ ସୋନୁ ଓ ତାର ସମ୍ପର୍କୀୟଙ୍କର । ଏକାଧିକ ସାଂଘାତିକ ଅପରାଧିକ ମାମଲାରେ ଜଡ଼ିତ ଥିବା ମହମ୍ମଦ ସୋନୁଙ୍କ ଜବରଦଖଲରେ ଥିଲା ବନ୍ଧବାହଲ ସ୍ଥିତ ମାଂସ ଦୋକାନ, ମୋଟର ଗ୍ୟାରେଜ ଓ ରାସନ ଦୋକାନ । ଏସବୁ ଉପରେ ବୁଲଡୋଜର ଚଢାଇ ଉଛେଦ କରାଯାଇଛି । ପ୍ରାୟ 10ଟି ଦୋକାନ ଜବର ଦଖଲରେ ଥିଲା । ଯାହାକୁ ଭଙ୍ଗାଯାଇଛି । ଆଡିସନାଲ ତହସିଲଦାର କହିଛନ୍ତି ମହମ୍ମଦ ସୋନୁକୁ ପୂର୍ବରୁ ନୋଟିସ କରାଯାଇଥିଲା । ତେବେ ସେ ଯାଗା ଖାଲି ନକରିବାରୁ ବଳପୂର୍ବକ ଉଚ୍ଛେଦ ବା ଫୋର୍ସଫୁଲ ଏଭିକସନ କରାଯାଇଛି ।  ଭଙ୍ଗା ଯାଇଥିବା ଦୋକାନ ଘର ମହମ୍ମଦ ସୋନୁ ଓ ତାଙ୍କ ସମ୍ପର୍କୀୟଙ୍କ ନାଁରେ ଥିଲା । ମହମ୍ମଦ ସୋନୁ ଓ ତାର ଚାରି ଭାଇ ଏସବୁ ଦୋକାନର ମାଲିକ ଥିଲେ । ଯାହାଙ୍କ ନାଁରେ ରହିଛି 30ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା । 

ମହମ୍ମଦ ସୋନୁ ନାଁରେ 4ଟି ମାମଲା ରହିଥିବା ବେଳେ ତାର ଭାଇ ମହମ୍ମଦ କମାଲ ନାଁରେ ରହିଛି 19 ଟି ମାମଲା, ମହମ୍ମଦ ଜଲିଲ ନାଁରେ ରହିଛି 3ଟି ମାମଲା, ମହମ୍ମଦ ଜମାଲ ନାଁରେ ରହିଛି 4 ଟି ମାମଲା ଏବଂ ମହମ୍ମଦ ସେହେଜାଦ ନାଁରେ ରହିଛି 4ଟି ମାମଲା । 2ବର୍ଷ ତଳେ 24.8.2022ରେ ହର ଘର ତ୍ରି ରଙ୍ଗା କାର୍ଯ୍ୟକ୍ରମ ସାରା ଦେଶରେ ଚାଲୁଥିବା ବେଳେ ଏହି ମାଂସ ଦୋକାନରେ ଛେଳି ମୁଣ୍ଡ ଉପରେ ଲଗାଯାଇଥିଲା ତ୍ରି ରଙ୍ଗା । ଯାହାକୁ ନେଇ ବିବାଦ ଉପଜୁଥିଲା ।

କେବଳ ଏହି ଘଟଣା ନୁହେଁ , ବିଭିନ୍ନ ସମୟରେ ଏମାନେ ଦାଦାବଟି ଆଦାୟ କରି ଅଂଚଳରେ ଭୟର ବାତାବରଣ ସୃଷ୍ଟି କରୁଥିଲେ । କିଛି ଦିନ ତଳେ ମହମ୍ମଦ ସୋନୁ ଟଙ୍କା ବିବାଦକୁ କେନ୍ଦ୍ରକରି ମନୋଜ ବାରିକ ନାମକ ଜଣେ ଲୋକ ଉପରକୁ ଗୁଳି ଫୁଟାଇଥିଲା । ସୋନୁ କୁ ପୋଲିସ ଗିରଫ କରିବାସହ ତା ନିକଟରୁ 2 ଟି ବନ୍ଧୁକ ଓ 18 ଟି ଗୁଳି ପୋଲିସ ଜବତ କରିଥିଲା l ଏବେ ମହମ୍ମଦ ସୋନୁ ଓ ତାର ସମ୍ପର୍କିୟଙ୍କ ଉପରେ ମୋହନ ସରକାରଙ୍କ ପ୍ରହାର ପଡିଛି ।  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତାକାଲି କହିଥିଲେ ପ୍ରଭାବଶାଳୀ ଓ ଧନିଙ୍କ କୋଠା ବେଆଇନ ଭାବେ ନିର୍ମାଣ ହୋଇଥିଲେ ଚାଲିବ ବୁଲଡୋଜର । ଆଜି ସୁରେଶ ପୂଜାରୀଙ୍କ ନିର୍ବାଚନ ମଣ୍ଡଳୀ ବ୍ରଜରାଜ ନଗରରେ ଚାଲିଛି ମୋହନ ସରକାରଙ୍କ ପ୍ରଥମ ବୁଲଡୋଜର।  ଆଗାମୀ ଦିନରେ ଖଡାମ ଓ ସରଣ୍ଡାମାଲ ମୌଜାରେ ମଧ୍ୟ ହେବ ଜବର ଦଖଲ ଉଛେଦ । 
 ଅଧିକ ପଢନ୍ତୁ ଓଡିଶା ଖବର 

ଇ -କେୱାସି
ଇ -କେୱାସି ପରେ ଧରା ପଡିଲା ଚାଉଳ ଲୁଟର ସତ
ଅର୍ଗସ ବ୍ୟୁରୋ:ବିଜେଡି ଲୁଚାଇଥିଲା ବିଜେପି ଖୋଲିଦେଲା, ଇ -କେୱାସି ପରେ ଧରା ପଡିଛି ଚାଉଳ ଲୁଟର ସତ। ମାଗଣା ଚାଉଳ ନେଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଇ -କେୱାସି ହୋଇଛି ବ
ବିଜେଡି ଗୁମର
ନବୀନ ନାଁକୁ ଥିଲେ ମୁଖିଆ,ଦଳଠୁ ସରକାର ସବୁଠି ଚାଲୁଥିଲା ପାଣ୍ଡିଆନଙ୍କ ହୁକୁମ୍
ଅର୍ଗସ ବ୍ୟୁରୋ:ଦଳରୁ ଇସ୍ତଫା ପରେ ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଖୋଲିଦେଇଛନ୍ତି ବିଜେଡି ଗୁମର। ନବୀନ ନୁହନ୍ତି, କୁଟ୍ଟେ ଓ ଆଶିଷ ସିଂ ବୁଝୁଥିଲେ ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର। କେବ
ମହିଳା ନିର୍ଯ୍ୟାତନା
ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ବିଜେପି ସରକାରଙ୍କ ଶୂନ୍ୟ ସହନଶୀଳତା
ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡା ଡେରାବିଶ ବ୍ଲକ ସମନ୍ଵିତ ମହିଳା ଶିଶୁ ବିକାଶ କାର୍ଯ୍ୟାଳୟର ମହିଳା କର୍ମଚାରିଙ୍କୁ ନିର୍ଯ୍ୟାତନା ଅଭିଯୋଗର ଆରମ୍ଭ ହୋଇଛି ତଦନ୍ତ। ଜିଲା ସମାଜ ମଙ୍ଗଳ ଅଧିକାର