ମୋହନ ସରକାରଙ୍କ 2 ଲକ୍ଷ 65 ହଜାର କୋଟିର ବଜେଟ ଆଗତ
by Argus News
Thu, Jul 25 | 9:18 p.m.

ଭୁବନେଶ୍ୱର: ମୋହନଙ୍କ ବଜେଟରେ କୃଷି, ଶିକ୍ଷା ସହ ଜନକଲ୍ୟାଣକାରୀ ଯୋଜନାକୁ ଗୁରୁତ୍ବ। ପୂର୍ବବର୍ଷ ଅପେକ୍ଷା କୃଷି ବଜେଟ ପରିମାଣ 36 ପ୍ରତିଶତ ବୃଦ୍ଧି। ସମୃଦ୍ଧ କୃଷକ ଯୋଜନା ପାଇଁ 5 ହଜାର କୋଟି ବ୍ୟୟ ବରାଦ। ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଜାତୀୟ ଶିକ୍ଷା ନୀତି-୨୦୨୦। ମୋ ସ୍କୁଲ ନାଁ ପରିବର୍ତ୍ତନ କରି ପଞ୍ଚସଖା ଶିକ୍ଷା ସେତୁ କରାଯିବ। 332 କୋଟି ଟଙ୍କା ବ୍ୟୟ ବରାଦ। ରାଜ୍ୟରେ ନୂଆ ସରକାର, ନୂଆ ବଜେଟ୍ । କ୍ଷମତାକୁ ଆସିବା ପରେ ବିଜେପି ସରକାରର ପ୍ରଥମ ବଜେଟରେ ଲୋକଙ୍କ ରୋଜଗାର ବଢ଼ାଇବା ଉପରେ ଫୋକସ । ଖଣି ଟିକସ ଉପରେ ନିର୍ଭରଶୀଳ ରାଜ୍ୟ ଅର୍ଥବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ମୋବନ ସରକାର ।

ଲୋକଙ୍କ ଆୟ ବଢ଼ାଇବା ପାଇଁ କୃଷି, ଶିକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ମୋହନ ସରକାର  । 33 ହଜାର 919 କୋଟିର କୃଷି ବଜେଟ୍ ସହ କୃଷି ପାଇଁ ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ପୂର୍ବବର୍ଷ ତୁଳନାରେ କୃଷି ବଜେଟ ପରିମାଣ  36 ପ୍ରତିଶତ ବୃଦ୍ଧି ପାଇଛି । ସିଏମ କିସାନ ଯୋଜନା ପାଇଁ 1935 କୋଟି, ଶ୍ରୀ ଅନ୍ନ ଯୋଜନା ପାଇଁ 649 କୋଟି ଘୋଷଣା ହୋଇଛି । ପୂର୍ବ ଘୋଷଣା ଅନୁସାରେ 31 ଶହ ଟଙ୍କାରେ ଧାନ କିଣିବେ ମୋହନ ସରକାର । ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା । ସମୃଦ୍ଧ କୃଷକ ଯୋଜନା ପାଇଁ ବଜେଟରେ 5 ହଜାର କୋଟି ବ୍ୟୟବରାଦ ହୋଇଥିବାବେଳେ ସୁଭଦ୍ରା ଯୋଜନା ପାଇଁ 10 ହଜାର କୋଟି ଅନୁଦାନ ଘୋଷଣା ହୋଇଛି । ରାଜ୍ୟରେ ବନ୍ୟା ଓ ବାତ୍ୟା ଦାଉରୁ ଚାଷ ଓ ଚାଷୀଙ୍କୁ ରକ୍ଷା କରିବାକୁ ବଜେଟରେ ବଡ଼ ଘୋଷଣା କରିଛନ୍ତି ମୋହନ ସରକାର । ପାର୍ବତୀ ଗିରି ମେଗା ଲିପ୍ଟ  ପ୍ରୋଜେକ୍ଟ ପାଇଁ  ୧୧୨୫ କୋଟି, ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ୍  ପାଇଁ ୧୦୩୬ କୋଟି ଅନୁଦାନ ଘୋଷଣା ହୋଇଛି । ଜଳ ସଂରକ୍ଷଣ ଓ ଇରିଗେସନ ଡେଭେଲୋପମେଣ୍ଟ ପାଇଁ 1872 କୋଟି ଟଙ୍କା ଅନୁଦାନ ଯୋଗାଇଦେବେ ରାଜ୍ୟ ସରକାର । ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି ।  ବଜେଟ ଘୋଷଣା ଅନୁସାରେ ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଜାତୀୟ ଶିକ୍ଷା ନୀତି-୨୦୨୦ ।  

ମୋ ସ୍କୁଲ ନାଁ ପରିବର୍ତ୍ତନ କରି ପଞ୍ଚସଖା ଶିକ୍ଷା ସେତୁ କରାଯିବ ।ଏଥିପାଇଁ 332 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ୫୦ କୋଟି ବ୍ୟୟ ବରଦାରେ ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ସ୍କୁଲ ଯୋଜନା ହେବାକୁ ଯାଉଛି ।  ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା ଘୋଷଣା ହୋଇଛି । ଏହାସହ ପିଏମ ପୋଷଣ ଯୋଜନାରେ 997 କୋଟି ଓ ସମଗ୍ର ଶିକ୍ଷା ଯୋଜନା ପାଇଁ 3791 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସହରାଞ୍ଚଳ ବିକାଶ ପାଇଁ ବଜେଟରେ ବଡ଼ ଘୋଷଣା । ଭୁବନେଶ୍ବର ମେଟ୍ରୋ ରେଳ ପାଇଁ ବଜେଟରେ 1 ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେହିଭଳି ସହରାଞ୍ଚଳ ଜଳ ଯୋଗାଣ ପାଇଁ 357 କୋଟି ଟଙ୍କାର ବ୍ୟୟମଂଜୁରୀ ହୋଇଛି । ସହରାଞ୍ଚଳରେ ସ୍ବଚ୍ଛ ଭାରତ ମିଶନରେ ଖର୍ଚ୍ଚ ହେବ 534 କୋଟି ଟଙ୍କା। ନୂଆ ସହର ବିକାଶ ପାଇଁ 918 କୋଟି ଟଙ୍କାର ହୋଇଛି ବ୍ୟବସ୍ଥା।  ଅନୁସୁଚିତ ଜାତି-ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁଙ୍କ ବିକାଶ ପାଇଁ ମୋହନଙ୍କ ବଜେଟରେ ରହିଛି ବିଶେଷ ବ୍ୟବସ୍ଥା। ଡ୍ରପ ଆଉଟ୍ ରୋକିବା ପାଇଁ ଆରମ୍ଭ ହେଉଛି ମାଧୋ ସିଂହ ହାତ ଖର୍ଚ୍ଚ। ଏ ବାବଦରେ ପିଲାଙ୍କୁ ବର୍ଷକୁ ମିଳିବ 5 ହଜାର ଟଙ୍କା। ଏଥିପାଇଁ 156 କୋଟି ଟଙ୍କାର ହୋଇଛି ବ୍ୟବସ୍ଥା। ପିଲାଙ୍କ ବୃତ୍ତି ପାଇଁ ରହିଛି 11 ଶହ 70 କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ଜନଜାତି ଜିବୀକାରେ ଖର୍ଚ୍ଚ ହେବ 2 ଶହ କୋଟି ଟଙ୍କା।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

ଆଜିଠାରୁ ଏକମାସ
47m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି