ଗଣତିରେ ଲାଗିଥିଲେ 50 କର୍ମଚାରୀ, 25 ମେସିନ
by Argus News
Sun, Dec 10 | 10:01 p.m.

ଅର୍ଗସ ବ୍ୟୁରୋ: ବଲାଙ୍ଗୀରରେ ଜବତ ଟଙ୍କାର ଗଣତି ସରିଲା । ମିଳିଲା 300 କୋଟି । 50 କର୍ମଚାରୀ ଟଙ୍କା ଗମାରେ ନିୟୋଜିତ ଥିଲେ । 5 ଦିନ ହେଲା ଚାଲିଥିଲା ଗଣତି । ଗଣତିରେ ଲାଗିଥିଲା 25 ମେସିନ । ଟଙ୍କା ପାହାଡ଼କୁ ଗଣି ଗଣି ଅଧିକାରୀ ହାଲିଆ । ଓଡ଼ିଶାର ସବୁଠୁ ବଡ଼ ଆଇଟି ରେଡରେ ଜବତ ହୋଇଥିବା ସମସ୍ତ ଟଙ୍କାର ଗଣତି ଜାରି ରହିଛି । ବଲାଙ୍ଗୀର ଏସବିଆଇ ମୁଖ୍ୟଶାଖାରେ ୧୭୬ ବସ୍ତାକୁ ଗଣିଲେ କର୍ମଚାରୀ । 

ଶହ ଶହ କୋଟିର ମଦ ଘୋଟାଲାରେ ବିଜେଡିର ବଡ଼ ବଡ଼ିଆଙ୍କ ଲିଙ୍କକୁ ନେଇ ସନ୍ଦେହ ଘନେଇବାରେ ଲାଗିଛି। ମଦ ବେପାରୀ ଦୀପକ ସାହୁ ଓ  ମନ୍ତ୍ରୀ ଟୁକୁନି ସାହୁଙ୍କ ମଧ୍ୟରେ ଅର୍ଥନୈତିକ କାରବାର ଆସିଛି ବଡ଼ ଅଭିଯୋଗ। ଦୀପକଙ୍କ କଂପାନି ଗାଡ଼ି ମନ୍ତ୍ରୀ ଟୁକୁନି ସାହୁ ବ୍ୟବହାର କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଟୁକୁନି ସାହୁଙ୍କ ସ୍ବର୍ଗତ ସ୍ବାମୀଙ୍କୁ ମିଳିଥିଲା ଏ ଉପହାର। ବଡ ପ୍ରଶ୍ନ, ଉପହାର ପଛର କାରଣ କଣ ?  ବିଜେଡିର ଆଉ କେଉଁ ନେତା କେଉଁ ଉପହାର ନେଇଛନ୍ତି କି ? ଶହ ଶହ କୋଟିର ମଦ ଘୋଟାଲାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢୋଲକିଆଙ୍କ ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ ହୋଇଛି।

ସେହିପରି  ପ୍ରଦୀପ ଅମାତ , ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତାଙ୍କର ଏହି ମାମଲାରେ ସଂପୃକ୍ତି ନେଇ ଅଭିଯୋଗ ଆଣିଛି ବିଜେପି। ଅନ୍ୟପଟେ ରେଡରେ ଜବତ ଲାଲ ଡାଏରୀକୁ ନେଇ ଜୋର ଧରିଛି ଚର୍ଚ୍ଚା। ସେହି ଲାଲ୍ ଡାଏରୀରେ ଲୁଚିଛି କି ବଡ ସତ ?  କୋଟି କୋଟି ଟଙ୍କାର ହିସାବ ନିକାସ ରହିଛି କି ଲାଲ ଡାଏରୀରେ ? ବିଜେଡି ଦଳର କେଉଁ ନେତାଙ୍କ ପାଖକୁ ଯାଇଛି କେତେ ଟଙ୍କା ? ନୌକରସାହାଙ୍କ ସୁରକ୍ଷାରେ ଚାଲିଥିଲା କି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ  ? ଲାଲ ଡାଏରୀରେ ଲୁଚିଛି ଏହି ସବୁ ପ୍ରଶ୍ନର ଉତ୍ତର ।

ଟଙ୍କା-ଟଙ୍କା-ଟଙ୍କା, ପୁଣି ମିଳିଲା ୧୧ କୋଟି
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ