ଜେଲରୁ ବାହାରିବା ପରେ ଗୁମର ଖୋଲିଦେବେ କି ଅର୍ଚ୍ଚନା !
by Argus News
Tue, Dec 12 | 8:01 p.m.

ଅର୍ଗସ ବ୍ୟୁରୋ: ମାସେ କି ଦୁଇମାସ ନୁହେଁ ବରଂ ୧୪ ମାସ ପରେ ଜେଲରୁ ବାହାରିଲେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ । ଏତେ ଦିନ ଜେଲରେ ରହିବା ପରେ ବି ତୋଡ କିନ୍ତୁ ଜମାରୁ କମିନି । ବାହାରିବା କ୍ଷଣି ଫଁ ଫଁ ହେଲେ...ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ ବୋଲି ରୋକଠୋକ କହିଲେ । ଖାଲି ଏତିକି ନୁହେଁ ବରଂ ସିଧାସିଧା ସବୁ କହିବି ବୋଲି କହିଲେ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିର ପଶାପାଲିରେ ଚର୍ଚ୍ଚା ଜୋର । କାରଣ ନାଗଙ୍କ ସହ ଯେଉଁମାନେ ରାତି ରଙ୍ଗୀନ କରିଛନ୍ତି ସେମାନଙ୍କୁ ଏବେ ଯିବାକୁ ପଡିପାରେ ଜେଲ୍‌ । ତେଣୁ ଛାତିରେ ଛନକା ପଶିବା ସ୍ଵାଭାବିକ କଥା ।

ସକାଳ- ପ୍ରାୟ ୭ଟା ହେବ । ସ୍ଥାନ-ଝାରପଡା ଜେଲ । ଦୀର୍ଘ ୧୪ ମାସ ପରେ ଜେଲରୁ ବାହାରିଥିଲେ ଅର୍ଚ୍ଚନା । ତାଙ୍କୁ ଆଣିବା ପାଇଁ ସ୍ଵାମୀ ଜଗବନ୍ଧୁ ବି ଉପସ୍ଥିତ ଥିଲେ । ହେଲେ ବେଲରେ ଆସିବା ପରେ ଗଣମାଧ୍ୟମକୁ ସେ ଯେପରି ଭାବରେ ପ୍ରତିକ୍ରିୟା ଦେଇଥିଲେ ତାହାକୁ ନେଇ ଚର୍ଚ୍ଚା । 

ଜେଲରୁ ବାହାରିବା ପରେ ଦମ୍ଭୋକ୍ତି ଦେଖାଇଛନ୍ତି ଅର୍ଚ୍ଚନା ନାଗ । ତେବେ ଜେଲ୍‌ରୁ ବାହାରିବା ପରେ ମୁହଁ ଖୋଲିବେ କି ଅର୍ଚ୍ଚନା ? ବଡ଼ବଡ଼ିଆଙ୍କ ସମ୍ପର୍କରେ ମିଳିବ କି ସୁରାକ ? ବୟାନ ପରେ ବନ୍ଧା ହେବେ କି ନେତା ଆଉ ପ୍ରଶାସକ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ ଏବେ ଅପେକ୍ଷା କେଉଁ ବାଟ ଦେଇ ଯାଉଛି ତଦନ୍ତ ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସାମ୍ରାଜ୍ୟ ସାରା ରାଜ୍ୟରେ ଚହଳ ପକାଇଥିଲା । ବଡ଼ ବଡ଼ିଆଙ୍କୁ ହନିଟ୍ରାପ୍ କରି ସେମାନଙ୍କଠୁ ବଡ଼ ରକମର ଟଙ୍କା ଆଦାୟ କରିବା ଅଭିଯୋଗ ଅର୍ଚ୍ଚନାଙ୍କ ନାଁରେ ରହିଛି । ଏହି ବ୍ଲାକମେଲିଂ ରାକେଟ୍ ଏତେ ବଡ଼ ଥିଲା ଯେ, ଏଥିରେ ନେତା, ମନ୍ତ୍ରୀ, ପ୍ରଶାସକ, ସିନେମା ପ୍ରଯୋଜକଙ୍କ ନାଁ ବି ସାମ୍ନାକୁ ଆସିଥିଲା । ପରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ । ଏହାରି ଭିତରେ ୧୪ ମାସ ପରେ ବେଲ ପାଇ ଜେଲରୁ ବାହାରିଲେ ଅର୍ଚ୍ଚନା ।
 

ନେତନ୍ୟାହୁ
20m ago
ନେତନ୍ୟାହୁଙ୍କ ବିରୋଧରେ ଗିରଫ ୱାରେଣ୍ଟକୁ ନେଇ ମୁହାଁମୁହିଁ ଜାତିସଂଘ ଓ ଆମେରିକା
ଅର୍ଗସ ବ୍ୟୁରୋ : ଇସ୍ରାଏଲ ପିଏମ ନେତନ୍ୟାହୁଙ୍କ ବିରୋଧରେ ଗିରଫ ୱାରେଣ୍ଟକୁ ନେଇ ମୁହାଁମୁହିଁ ଜାତିସଂଘ ଓ ଆମେରିକା । ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟର ଗିରଫ ୱାରେଣ୍ଟକୁ ଖାରଜ କଲ
ଆନ୍ଦୋଳନ
49m ago
ଆନ୍ଦୋଳନରୁ ଓହରିଲା ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଡିନେସନ୍ କମିଟି
ଅର୍ଗସ ବ୍ୟୁରୋ : ଆନ୍ଦୋଳନରୁ ଓହରିଲା ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଡିନେସନ୍ କମିଟି। ଗୁରୁବାର ତୃତୀୟ ଥର ପାଇଁ ପରିବହନ ମନ୍ତ୍ରୀ ଓ ସଚିବଙ୍କ ସ
ଓଡିଆ ପର୍ବ
ଆଜିଠୁ "ଓଡିଆ ପର୍ବ ୨୦୨୪" ; ରାଜଧାନୀ ଦିଲ୍ଲୀରେ ଓଡ଼ିଆ ସଂସ୍କୃତିର ଝଲକ୍
ଅର୍ଗସ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଓଡ଼ିଆ ସଂସ୍କୃତିର ଝଲକ୍ । ଆଜିଠୁ ଜବାହାରଲାଲ ନେହରୁ ଷ୍ଟାଡିୟମ୍ ପରିସରରେ 3 ଦିନିଆ ଓଡ଼ିଶା ପର୍ବ ୨୦୨୪ ଆରମ୍ଭ।ଓଡ଼ିଆ ସମାଜ ପକ୍ଷର
ଦିଲ୍ଲୀ ପ୍ରଦୂଷଣ
ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ସ୍ଥିତି ନେଇ ରିପୋର୍ଟ ଦାଖଲ କରିବେ ଦିଲ୍ଲୀ ସରକାର
ଅର୍ଗସ ବ୍ୟୁରୋ : ଦିଲ୍ଲୀ ପ୍ରଦୂଷଣକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ସ୍ଥିତି ନେଇ ରିପୋର୍ଟ ଦାଖଲ କରିବେ ଦିଲ୍ଲୀ ସରକାର । ଗତ 18 ତାରି
ହରେକୃଷ୍ଣ ମହତାବ
ଆଜି ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନର ଦ୍ବିତୀୟ ଦିନ
ଅର୍ଗସ ବ୍ୟୁରୋ : ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନର ଦ୍ବିତୀୟ ଦିନ । ଜାତୀୟ ସ୍ତରରେ ପାଳିତ ହେଉଛି ଉତ୍କଳକେଶରୀଙ୍କ ଜୟନ୍ତୀ । ବର୍ଷ ବ୍ୟାପୀ ଚାଲିବ କାର୍ଯ୍ୟକ୍ରମ