ପକୁଡ଼ି ଖାଇ ଗୋଟିଏ ପରିବାରର ୧୦ରୁ ଉର୍ଦ୍ଧ୍ୱ ଅସୁସ୍ଥ
by Argus News
Fri, May 10 | 3:32 p.m.

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଜଗନ୍ନାଥପାଲିରେ ପକୁଡ଼ି ଖାଇ ଗୋଟିଏ ପରିବାରର ୧୦ ରୁ ଉର୍ଦ୍ଧ୍ୱ ଅସୁସ୍ଥ। ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି l ସୂଚନାନୁସାରେ ଆଜି ସକାଳ ସମୟରେ ଗ୍ରାମର ସୁଦାସିନି ଭାରସାଗର ଘରେ ପକୁଡ଼ି କରିଥିଲେ l

ସକାଳୁ ୧୦ ରୁ ଉର୍ଦ୍ଧ୍ୱ ପୁରୁଷ, ମହିଳା, ବୃଦ୍ଧ ଏବଂ ଶିଶୁ ମାନେ ପକୋଡ଼ି ଖାଇଥିଲେ l ତେବେ କିଛି ସମୟରେ ସମସ୍ତଙ୍କ ମଧ୍ୟରେ ପାଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା l କିଛି ଲୋକ ଚେତାସୁନ୍ୟ ହୋଇଥିବା ବେଳେ କିଛି ଲୋକଙ୍କ ମୁଣ୍ଡ ବୁଲାଇଥିଲା l ତୁରନ୍ତ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତି କରାଯାଇଛି l ବର୍ତ୍ତମାନ ସମସ୍ତେ ଚିକିତ୍ସାଧୀନ ଅଛନ୍ତି । ତେବେ ଏହାର କାରଣ କଣ ସ୍ପଟ୍ ହୋଇନଥିବା ବେଳେ ଡାକ୍ତରୀ ଟିମ୍ ଗ୍ରାମରେ ପହଞ୍ଚିଥିବା ସୁଚନା ମିଳିଛି l 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍