ଭୁବନେଶ୍ବରରେ ୫ ଟି ଜାଗାରେ ୧୨୦ ରୁ ଉର୍ଦ୍ଧ୍ବ ମୂର୍ତ୍ତି ବିସର୍ଜନ
by Argus News
Tue, Oct 15 | 9:15 a.m.

ଭୁବନେଶ୍ବର : ଭୁବନେଶ୍ୱରରେ ଶେଷ ହେଲା ବିସର୍ଜନ। ବିଏମସିର ୫ ଟି ଅସ୍ଥାୟୀ ପୋଖରୀରେ ରାତି ତମାମ ବିସର୍ଜନ କରାଯାଇଛି। ୫ ଟି ଜାଗାରେ ୧୨୦ ରୁ ଉର୍ଦ୍ଧ୍ବ ମୂର୍ତ୍ତି ବିସର୍ଜନ ହୋଇଛି। ବିସର୍ଜନ ପରେ ଅସ୍ଥାୟୀ ପୋଖରୀରୁ ଫୁଲ , ପତ୍ର ,ପୂଜା ସାମଗ୍ରୀ ସହ  ପାଳ ନଡାକୁ  ପାଣିରୁ ଛାଣି  ବାହାର କରାଯାଇ ଡମ୍ପିଂ ୱାର୍ଡ କୁ ନିଆଯିବ।

ଅଧିକ ପଢନ୍ତୁ : ଅସ୍ଥାୟୀ ଭସାଣୀ ପୋଖରୀ ପାଇଁ ଖର୍ଚ୍ଚ ହୋଇଛି ୨୦ରୁ ୨୧ ଲକ୍ଷ

ଅସ୍ଥାୟୀ ପୋଖରୀ ପାଣିକୁ ବିଏମସି ଓ ରାଜ୍ୟ ପ୍ରଦୂଷଣ ବୋର୍ଡ ଅନୁଧ୍ୟାନ କରିବେ।  ଅସ୍ଥାୟୀ ପୋଖରୀର ପାଣିକୁ ଶୁଖିବା ଦିନେ ଦୁଇ ଦିନ ଛଡ଼ାଯିବ। ପାଣି ନ ଶୁଖିଲେ ସେସପୁଲ ଗାଡି ଦ୍ୱାରା ବାହାର କରାଯିବ।  ନଦୀ ଜଳ ପ୍ରଦୂଷଣ ରୋକିବାକକୁ ପ୍ରଦୂଷଣ ନିୟନ୍ତ୍ରଣ  ବୋର୍ଡ଼ ପକ୍ଷରୁ କରାଯାଇଥିବା  ନୀତି ନିୟମ ଅନୁସାରେ ବିସର୍ଜନ କରାଯାଇଛି।

ରାଜଧାନୀରେ ଲୁଟ ଅପରେସନ
18m ago
ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍, ୬ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ
ଅର୍ଗସ ବ୍ୟୁରୋ:ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍। ଆପାର୍ଟମେଣ୍ଟରେ କଲସେଣ୍ଟର କରି ଲୁଟୁଥିଲେ ସାଇବର ମାଫିଆ। ଫ୍ଲୁଏଣ୍ଟ ଇଂଲିସରେ ଆମେରିକା, ଚୀନ, ଇଂଲଣ୍ଡ ଲୋକଙ୍କ
ନବୀନ ମୋହନ
26m ago
ମୁମ୍ବାଇରେ ଓଡ଼ିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ
ଅର୍ଗସ ବ୍ୟୁରୋ:ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ । ଆସନ୍ତା ୧୮ ଓ ୧୯ରେ ଶିଳ୍ପ ନଗରୀ ମୁମ୍ବାଇରେ ଆୟୋଜିତ ହେବ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମର
ଜମ୍ମୁ ଓ କାଶ୍ମୀର
53m ago
ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା
ଅର୍ଗସ ବ୍ୟୁରୋ:ଜମ୍ମୁ ଓ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଓମାର ଅବଦୁଲ୍ଲା । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ଶ୍ରୀନଗର