ମସ୍କୋରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, 60ରୁ ଉର୍ଦ୍ଧ୍ୱ ମୃତ
by Argus News
Sat, Mar 23 | 7:17 a.m.

ଅର୍ଗସ ବ୍ୟୁରୋ: ରୁଷିଆର ରାଜଧାନୀ ମସ୍କୋରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। ଲୋକଙ୍କ ଉପରକୁ 5 ବନ୍ଧୁକଧାରୀଙ୍କ ଆତର୍କିତ ଗୁଳିଚାଳନା। 60 ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶହେରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଆହତ ହୋଇଛନ୍ତି। ରୁଷିଆର ରାଜଧାନୀ ମସ୍କୋର ପଶ୍ଚିମରେ ଥିବା କ୍ରୋକସ ସିଟି ହଲରେ ବଡ଼ ଧରଣର ଆକ୍ରମଣ ଘଟିଛି। ମାନବବାଦର ଧଜ୍ଜିଆ ଉଡ଼ାଇଛନ୍ତି କିଛି ବନ୍ଧୁକଧାରୀ। ପାଞ୍ଚ ଜଣ ବନ୍ଧୁକଧାରୀ ହଲରେ ଉପସ୍ଥିତ ଲୋକଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଛନ୍ତି। ପରେ ଏହି ହଲରେ ବିସ୍ଫୋରଣ ମଧ୍ୟ ଘଟାଇଛନ୍ତି। ଫଳରେ ହଲରେ ସଂପୂର୍ଣ୍ଣ ରୂପେ ନିଆଁ ଲାଗି ଯାଇଛି।

ଯେଉଁଥି ପାଇଁ ସେଠାରୁ ଆହତଙ୍କୁ ଉଦ୍ଧାର କରିବାରେ ନାକେଦମ ହୋଇଛି ମସ୍କୋ ପୋଲିସ। ତେବେ ରୁଷୀୟ ଗଣମାଧ୍ୟମର ସୂଚନା ଅନୁସାରେ ଏହାକୁ ଆତଙ୍କବାଦୀ ଆକ୍ରମଣ ଭାବେ ଅନୁମାନ କରି ଏହାର ତଦନ୍ତ ଆରମ୍ଭ କରିଛି ରୁଷିଆ। ଯଦିଓ ଏହି ଆକ୍ରମଣ ଘଟାଇଥିବା ନେଇ କୌଣସି ଆତଙ୍କବାଦୀ ସଂସ୍ଥା ଦାବି କରିନାହାନ୍ତି ତଥାପି ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଅନୁମାନ କରି ତଦନ୍ତ ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର:

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ