କାନ୍ଦିକାନ୍ଦି ନୟାନ୍ତ ହେଲାଣି ମା' ମାଙ୍କଡ 
by Argus News
Sun, Dec 10 | 5:03 p.m.

ଭଦ୍ରକ: ଉଠ୍‌...ଧନ ଉଠରେ...ତୁ ଆଖି କିଆଁ ଖୋଲୁନୁ ? ଏ ଡାଳ ସେ ଡାଳକୁ କିଆଁ ଡିଆଁ ମାରୁନୁ ? ଛୁଆ ପାଇଁ ମାଆ ମନ ବଡ ବିକଳ ହେଉଛି...ହେଲେ ସେ କଣ ଜାଣିଛି ଯେ ଛୁଆର ହାତ କଟିଯାଇଛି । ସେଇଥି ଲାଗି ତ ଛୁଆ ଉଠୁନି । ଆଉ ମା' ମନ ବି ବୁଝୁନି । କାନ୍ଦିକାନ୍ଦି ନୟାନ୍ତ ହେଲାଣି, ହେଲେ ଛୁଆ ଉଠୁନି । ଯାହାକୁ 10 ମାସ 10 ଦିନ ଗର୍ଭରେ ରଖି ଦୁନିଆ ଦେଖାଇଥିଲା ସେ ଯେତେବେଳେ କଷ୍ଟ ପାଉଛି...କୋଉ ମାଆ ବା ଧୈର୍ଯ୍ୟ ଧରିବ ? ସେଇଥି ଲାଗି ତ ଏମିତି କାନ୍ଦିକାନ୍ଦି ନିଜର ମନ କଥା କିଛି ଏଭଳି ଢଙ୍ଗରେ ବଖାଣୁଛି ମାଆ ମାଙ୍କଡ଼ ।
ତାର ସନ୍ତାନ ତା ଆଗରେ  ମରିଲା ଭଳି ଦୁଇଟି ହାତ ହରାଇ ପଡିରହିଛି। ଆମ ପରି କଣ ମଣିଷ ହେଇଛି ଯେ ସାଙ୍ଗେ ସାଙ୍ଗେ  ନେଇ ଯିବ ଡାକ୍ତରଖାନକୁ। ସେ ବା ପଶୁ।  କିନ୍ତୁ ପଶୁ ହେଲେ ବି ସେ ଆଗ ମା। ଗର୍ଭ ଜନ୍ତ୍ରାଣା ସହି  ଛୁଆକୁ ଏ ଦୁନିଆକୁ ଆଣିଛି।

ଯେଉଁ ବୟଶରେ ତାର ଛୁଆଟି ଡେଇଁ ଡେଇ ଖେଳିବା କଥା ଉଚ୍ଚା  ଉଚ୍ଚା ଗଛର ଡାଳକୁ ଧରି ଓହଳି ପଡିବା କଥା ସେ ବୟସରେ ହରାଇଛି  ତାର ଦୁଇଟି ହାତ। ମା ତାର କୋଳରେ ଜାବୁଡି ଧରଛି ଛୁଆକୁ। ଆଉଁଶି ଦେଉଛି।  ଏତିକି ବେଳେ ଛୁଆ ମାଙ୍କଡଟି କହୁଛି ମା... ମୁଁ ଆଉ ଗଛ ଡାଳରେ ଝୁଲିପାରିବିନି।  ମୋ ଦୁଇ ହାତ କଟିକଲା, ମୁଁ କଣ ଆଉ ବଞ୍ଚିବି.. ଛୁଆର ଏପରି ଯନ୍ତ୍ରଣାଦାୟକ କଥା ମା ମାଙ୍କଡର ଆଖିରେ ଲୁହ ଭରିଦେଉଛି । ଏପଟେ ସ୍ଥାନୀୟ ବାସିନ୍ଦା ଓ ସମାଜସେବୀ ଏବଂ ପଶୁ ଡାକ୍ତର ଛୁଆ ମାଙ୍କଡ ଟିକୁ ଉଦ୍ଧାର କରି  ଚିକିତ୍ସା ପାଇଁ ଚେଷ୍ଟା କରୁଥିଲା ବେଳେ କିନ୍ତୁ ମଣିଷଙ୍କୁ ଡରି ଛୁଆକୁ ଧାରାଇ ଦେଉନି ମା ମାଙ୍କଡ।  ତେବେ ଖାଲି ମା ମାଙ୍କଡ ନୁହେଁ ବରଂ ପୁରା ମାଙ୍କଡ଼ ପଲ  ତାକୁ ଛଆ ମାଙ୍କଡକୁ ଯଗି ବସିଛନ୍ତି।  ଏ ଦୃଶ୍ୟ ଦେଖିଲେ ଯେକୌସି ମା ଧର୍ଯ୍ୟହରା ହୋଇପଡି।  ଏପରି ଏକ  କରୁଣ ଦୃଶ୍ୟ ଦେଖିବାକୁ ମିଳିଛି  ଭଦ୍ରକ ଜିଲ୍ଲା ରାଧାବଲ୍ଲଭ ପୁର ପଞ୍ଚାୟତରେ ଝାଟିଆ ସାହିରେ। ଛୁଆକୁ କଷ୍ଟ ହେଲେ ମାର ଯେ ଅବସ୍ଥା କଣ ହୋଇଥାଏ ତାହା ଏ ଚିତ୍ର ବଖାଣୁଉଛି।   ସେ ମାଟି ମଣିଷ ହେଉଛି କି ମାଙ୍କଡ। ମା ସୁବେବେଳେ ମା... 

ଅଧିକ ଦେଖନ୍ତୁ :
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ