ହୋର୍ଡିଂ ପଡି ୧୪ ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
by Argus News
Tue, May 14 | 8:17 a.m.

ଅର୍ଗସ ବ୍ୟୁରୋ : ମୁମ୍ବାଇର ଧୂଳିଝଡରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତକାଲି ମୁମ୍ବାଇର ଘଟକପୋରା ଅଞ୍ଚଳରେ ପ୍ରବଳ ଧୂଳିଝଡ ହୋଇଥିଲା  । ଏଥିରେ ପେଟ୍ରୋଲ ପମ୍ପ ନିକଟରେ ଥିବା ହୋର୍ଡିଂ ଖସି ପଡିଥିଲା । ଧୂଳିଝଡ ପାଇଁ ହୋର୍ଡିଂ ତଳେ ଆଶ୍ରୟ ନେଇଥିବା ଅନେକ ଲୋକ ତା ତଳେ ରହି ଯାଇଥିଲେ । ଅନେକ କାର ମଧ୍ୟ ତା ତଳେ ଚାପି  ହୋଇ ଯାଇଥିଲା । 

ଖବର ପାଇଁ ଅଗ୍ନିଶମ ବିଭାଗ,  ପୋଲିସ ଟିମ୍ ଓ ଏନଡିଆରଏଫ୍ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ । ଏବେ ବି କିଛି ଲୋକ ହୋର୍ଡିଂ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

ଗତକାଲି ମୁମ୍ବାଇରେ ଜୋରରେ ପବନ ବହିବା ସହ ଭୟଙ୍କର ଧୂଳିଝଡ ହୋଇଥିଲା । ଏଥିଯୋଗୁଁ ବ୍ୟସ୍ତବହୁଳ ମୁମ୍ବାଇର ଜୀବନଯାତ୍ରା ଠପ୍ ହୋଇଯାଇଥିଲା । ଅନେକ ସ୍ଥାନରେ ଗଛ ଉପୁଡିବା ଯୋଗୁଁ ଯାନବାହାନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଥିଲା । ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ବିମାନ ଚଳାଚଳ ବନ୍ଦ ରହିଥିଲା ।

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର