ସଲମାନଙ୍କ ବାସଭବନ ଆଗରେ ଯୋଜନାବଦ୍ଧ ଗୁଳିକାଣ୍ଡ
by Argus News
Tue, Apr 16 | 9:19 a.m.

ଅର୍ଗସ ବ୍ୟୁରୋ: ଅଭିନେତା ସଲମାନ ଖାନଙ୍କ ବାସଭବନ ସାମ୍ନାରେ ଗୁଳିମାଡ ଘଟଣାରେ ମୁମ୍ବାଇ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ସେମାନଙ୍କୁ ମୁମ୍ବାଇ ଆଣି ଜେରା କରାଯିବ । ଗୁଳିମାଡର କାରଣ ସମ୍ପର୍କରେ ଜଣାପଡିନାହିଁ । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ୍ ଗୁଜରାଟର ଭୁଜରୁ ଦୁଇ ଅଭିଯୁକ୍ତ ବିକି ଗୁପ୍ତା ଓ ସାଗର ପାଲକୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଛି । ରବିବାର ସକାଳେ ଦୁଇ ଜଣ ଅଜଣା ବ୍ୟକ୍ତି ସଲମନ ଖାନଙ୍କ ବାନ୍ଦ୍ରା ବାସଭବନ ସମ୍ମୁଖରେ ଗୁଳିମାଡ କରି ଫେରାର ହୋଇଯାଇଥିଲା । 

ଦୁଇ ଅଭିଯୁକ୍ତ ମୁହଁରେ କପଡା ଗୁଡାଇ ହେଲମେଟ ପିନ୍ଧି ବାଇକରେ ଆସି ଅତର୍କିତ ଚାରି ରାଉଣ୍ଡ ଗୁଳିମାଡ କରିଥିଲା । ଏହା ଏକ ଯୋଜନାବଦ୍ଧ ଗୁଳିମାଡ ହୋଇଥିବାରୁ ତଦନ୍ତ ଦାୟିତ୍ବ ମୁମ୍ବାଇ କ୍ରାଇମବ୍ରାଞ୍ଚ ଟିମକୁ ଦିଆଯାଇଛି । ସଲମାନଙ୍କ ବାସଭବନ ସାମ୍ନାରେ ଏବେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨୦୨୨ରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାରର ଧମକ ପରେ ସଲମାନଙ୍କୁ Y PLUS ସୁରକ୍ଷା ଦିଆଯାଉଛି । 

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘରେ ଗୁଳିବିନିମୟ
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ