ଝାଡ଼ଖଣ୍ଡ ହାଇକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା  
by Argus News
Fri, Feb 23 | 7:18 p.m.

ନୂଆଦିଲ୍ଲୀ:  ଝାଡ଼ଖଣ୍ଡ ହାଇକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା । ଶାହଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବାକୁ ନେଇ ହୋଇଥିବା ମାନହାନୀ ମକୋଦ୍ଦମା ବିରୋଧରେ କଂଗ୍ରେସ ଦ୍ବାରା ଦାଖଲ ଅପିଲକୁ ଖାରଜ କଲେ ଝାରଖଣ୍ଡ ହାଇକୋର୍ଟ ଏବଂ ମକୋଦ୍ଦମା ପ୍ରକ୍ରିୟାକୁ ବନ୍ଦ କରିବାର ଆବେଦନ ପ୍ରତ୍ୟାଖ୍ୟାନ କରିଛନ୍ତି ।

ତେବେ ଝାଡ଼ଖଣ୍ଡ କୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କୁ କୋର୍ଟ ଚାଲାଣ କରିବାର ପ୍ରକ୍ରିୟା ଆରମ୍ଭ ହେବ । ମାର୍ଚ୍ଚ, ୨୦୧୮ରେ ରାହୁଲ ଗାନ୍ଧୀ ବିଜେପି ବିରୋଧରେ ଭାଷଣ ଦେଇଥିଲେ  ଏବଂ ଅମିତ୍ ଶାହଙ୍କୁ ହତ୍ୟାକାରୀ କହିଥିବାର ଅଭିଯୋଗ କରି ବିଜେପି ନେତା ନବୀନ  ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ଅଭିଯୋଗ ମାମଲା ଦାୟର କରିଥିଲେ  ଟ୍ରାଏଲ କୋର୍ଟରେ ଚାଲିଥିବା ମକଦ୍ଦମା ବାତିଲ କରିବାକୁ ରାହୁଲ ହାଇକୋର୍ଟରେ ଏକ ଆବେଦନ କରିଥିଲେ । ଫେବୃଆରୀ ୧୬ ରେ, ରାହୁଲ ଗାନ୍ଧୀଙ୍କ ଲିଖିତ ପକ୍ଷ କୋର୍ଟରେ ଉପସ୍ଥାପିତ ହୋଇଥିଲା, ଏହା ପରେ ଜଷ୍ଟିସ ଅମ୍ବୁଜ ନାଥଙ୍କ ବେଞ୍ଚ ଏହି ନିଷ୍ପତ୍ତି ସଂରକ୍ଷଣ ରଖିଥିଲେ। 

ଅଧିକ ପଢନ୍ତୁ ଭାରତ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ