ବୋହୂକୁ ପାଇ ମୋ ପୁଅ ମୋତେ ଭୂଲିଗଲା
by Argus News
Sun, Feb 11 | 3:47 p.m.

ଅର୍ଗସ ବ୍ୟୁରୋ: ରବୀନ୍ଦ୍ର ଜାଡେଜା ହେଉଛନ୍ତି ଭାରତୀୟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ। ଏମିତି ବହୁତ ମ୍ୟାଚ ସଙ୍କଟ ମୋଚକ ହୋଇ ଜିତାଇଛନ୍ତି। ଦଳରେ ଯେତେବେଳେ କାହାର ମ୍ୟାଜିକ ଚାଲେନି ସେତେବେଳେ ସଙ୍କଟମୋଚକ ଭାବେ ଜଡୁ କାମ କରନ୍ତି। ଭାରତୀୟ ଟିମରେ ତାଙ୍କର ଡିମାଣ୍ଡ ମଧ୍ୟ ସେମିତି। କିନ୍ତୁ ଗତ କାଲିଠୁ ଚର୍ଚ୍ଚାରେ ଅଛନ୍ତି ଭାରତୀୟ ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜା। ସବୁଠି ଗୋଟିଏ କଥା ସତରେ କଣ ଜାଡେଜା ତାଙ୍କ ବାପାଙ୍କୁ ପଚାରୁ ନାହାନ୍ତି। ଗୋଟିଏ କଥା ହେଉଛି ଏହା ତାଙ୍କର ପୁରା ପର୍ସନାଲ ଲାଇଫ। କିନ୍ତୁ ଏଭଳି ବିବାଦୀୟ କଥା ଆମେ ବିଲକୁଲ ବି କହୁନୁ। ତାଙ୍କ ବାପା ଅନିରୁଦ୍ଧ ସିଂ ଜାଡେଜା ପୁଅ ରବୀନ୍ଦ୍ରଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି। ଏକ ଇଣ୍ଟରଭ୍ୟୁରେ ସେ ତାଙ୍କ ବୋହୂଙ୍କ ଉପରେ ଦୋଷ ବି ଲଦିଛନ୍ତି। ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସେ କହିଛନ୍ତି ବୋହୂ ମୋ ପୁଅକୁ ଗୁଣି କରିଦେଇଛି। ୨୦୧୬ରେ ରବୀନ୍ଦ୍ରଙ୍କୁ ବିବାହ କରାଇବା ପରେ ଆମ ବାପା-ପୁଅଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ମୋର ମୋ ପୁଅ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଅନିରୁଦ୍ଧ କହିଛନ୍ତି। ମୁଁ ଜାମନଗରରେ ଏକା ରହୁଛି। ଆଉ ମୋ ପୁଅ ବୋହୂ ଏବଂ ନାତୁଣି ସହ ଏଇ ସହରରେ ହିଁ ଅଲଗା ରହୁଛି।

ଅନ୍ୟପଟେ ବାପାଙ୍କର ଏଭଳି ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଡା। ଏସବୁ ତାଙ୍କର ତାଙ୍କ ପତ୍ନୀଙ୍କ ଛବି ଖରାପ କରିବାକୁ କରାଯାଇଛି। ଏହି ଇଣ୍ଟରଭ୍ୟୁ ପୂର୍ବରୁ ଯୋଜନାବଦ୍ଧ ଭାବେ କରାଯାଇଛି। ତେଣୁ ଏଥିରେ ବିଶ୍ବାସ ନ କରିବାକୁ ଆଜି ଏକ୍ସରେ ପୋଷ୍ଟ କରି ଫ୍ୟାନଙ୍କୁ ଅନୁରୋଧ କରିଛନ୍ତି ଜାଡେଜା। ମୁଁ ବି ଚାହିଁଲେ ଅନେକ କଥା କହିପାରିବି। କିନ୍ତୁ ମୁଁ ଚାହୁନି ଆମ ପରିବାରର ବ୍ୟକ୍ତିଗତ କଥା ଏମିତି ବାହାରକୁ ନ ଆସୁ। ତେବେ କିଏ ସତ କହୁଛି କିଏ ମିଛ କହୁଛି ଆମେ ଜମା ବି ଜାଣିନୁ। ସତରେ କଣ ରବୀନ୍ଦ୍ର ଜାଡେଜା ଏତେ ବଡ଼ ଷ୍ଟାର କ୍ରିକେଟର ହୋଇ ନିଜ ପିତାଙ୍କୁ ଅବହେଳା କରୁଛନ୍ତି।

ଅନିରୁଦ୍ଧ ଆହୁରି କହିଛନ୍ତି ୩ମାସ ବିବାହ ପରେ ହିଁ ଜାଡେଜା ପରିବର୍ତ୍ତନ ହେବା ଦେଖାଦେଇଥିଲା। ସେ ପରିବାରରେ ରହିବାକୁ ଚାହୁଁ ନ ଥିଲେ। କାଶ ମୁଁ ମଜଦୁରି କରିକି ତାକୁ କ୍ରିକେଟର ହିଁ ବନେଇ ନ ଥାନ୍ତି। ମୁଁ ମୋ ନାତୁଣୀକୁ ୫ବର୍ଷ ହେଲା ଦେଖିନି। ସତରେ କଣ ସବୁ ସମ୍ପତ୍ତି ଜାଡେଜା କେବଳ ନିଜ ସ୍ତ୍ରୀ ନାଁରେ କରିବାକୁ ଚାହାନ୍ତି। ସତରେ କଣ ସେ ତାଙ୍କ ପିତାଙ୍କୁ ଏମିତି ଅଣଦେଖା କରନ୍ତି। ଯଦି ଜଣେ ପିତା ଏଭଳି କହୁଛନ୍ତି ତେବେ ଏହା ନିହାତି ଦୁଃଖର କଥା। ଏତେ ବଡ଼ କ୍ରିକେଟର ହେବାର କୌଣସି ଫାଏଦା ନାହିଁ। ଯଦି ନିଜ ମା'ବାପାଙ୍କୁ ତୁମେ ଅଣଦେଖା କରୁଥାଅ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ