ନବ ଦାସଙ୍କ ଝିଅ ଦିପାଲୀ ଦାସଙ୍କ ନୀରବତା ଉଠାଇଲା ବଡ଼ ପ୍ରଶ୍ନ?
by Argus News
Mon, Jun 17 | 9:05 p.m.

ଅର୍ଗସ ବ୍ୟୁରୋ: ନଜର ପକାନ୍ତୁ ନବ ଦାସଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏଇ ପିଟିସନ୍ ଉପରେ । ପିନାକ ମହାନ୍ତି ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଏଇ ହତ୍ୟାରେ ପ୍ରଣବ ପ୍ରକାଶ ଦାସ ଓ ଭି.କେ ପାଣ୍ଡିଆନଙ୍କ ସିଧାସଳଖ ସଂପୃକ୍ତିର ଅଭିଯୋଗ ଆଣିଛନ୍ତି ପିଟିସନର। କ୍ରାଇମବ୍ରାଞ୍ଚ ତଦନ୍ତ ସନ୍ଦେହଘେରରେ, ତେଣୁ ମାମଲାର ସିବିଆଇ ତଦନ୍ତ ଦାବି କରାଯାଇଛି । ଏପ୍ରିଲ ୧୫ ତାରିଖ ଏହାର ପ୍ରଥମ ଶୁଣାଣି ହୋଇଥିଲା । ଜୁଲାଇ ୨୯ରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ ଗୋପାଳର ପରିବାର ମଧ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି ।  

ଜାନୁୟାରୀ 29, 2023ରେ ବ୍ରଜରାଜନଗର ଗାନା୍ଧି ଛକରେ ନବ ଦାସଙ୍କୁ ଗୁଳି କରିହତ୍ୟା କରାଯାଇଥିଲା। ତଦନ୍ତ ଭାର ଯାଇଥିଲା କ୍ରାଇମବ୍ରାଞ୍ଚ ହାତକୁ। ହେଲେ ଏବେ ବି ଅନେକ ଅସମାହିତ ପ୍ରଶ୍ନ
ପ୍ରଶ୍ନ ନମ୍ବର-1
ଗୁଳି ଗାଏବ୍
କୁଆଡେ ଗଲା ନବଙ୍କ ଛାତି ଭେଦି ଯାଇଥିବା ଗୁଳି, 
ପ୍ରଶ୍ନ ନମ୍ବର-2
କାରଣ କଣ
-ନବ ଦାସଙ୍କ ମର୍ଡର ପଛର ମୋଟିଭ୍ କଣ
ପ୍ରଶ୍ନ ନମ୍ବର-3
କ୍ରାଇମବ୍ରାଞ୍ଚ ଗପ
-କାହିଁକି ପାଇଖାନା ଟାଙ୍କି ଗପ କହିଲା କ୍ରାଇମବ୍ରାଞ୍ଚ
ପ୍ରଶ୍ନ ନମ୍ବର-4
ଷଡଯନ୍ତ୍ର 
-ଚାର୍ଜସିଟରେ ଗୋପାଳର ବନ୍ଧୁ ସମ୍ପର୍କରେ ଉଲ୍ଲେଖ ଥିଲା। ସେ ବନ୍ଧୁ ନବଙ୍କଠାରୁ ଗୋପାଳର ଜୀବନ ପ୍ରତି ବିପଦ ଥିବା କହିଥିଲେ। ତେବେ ସେ ବନ୍ଧୁ କିଏ, କାହିଁକି ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କଲାନାହିଁ।
ପ୍ରଶ୍ନ ନମ୍ବର-5
ଦିପାଲୀଙ୍କ ନୀରବତା
ନବ ଦାସଙ୍କ ପତ୍ନୀ ଓ ପୁଅ, ହତ୍ୟା ପଛରେ ଷଡଯନ୍ତ୍ର କଥା ଉଲ୍ଲେଖ କରିଥିଲେ। ହେଲେ ନବଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦିପାଲୀ ଦାସ କାହିଁକି ଚୁପ୍, କାହିଁକି ସିବିଆଇ ତଦନ୍ତ ଦାବି କରୁନାହାନ୍ତି ଦିପାଲୀ। ନବ ଦାସ ହତ୍ୟା ମାମଲାରେ ପୁଣି ସିବିଆଇ ତଦନ୍ତ ଦାବି ନେଇ ବଢିଲା ସମ୍ଭାବନା। ଏବେ ଅପେକ୍ଷା ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଶୁଣାଣିକୁ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା