ଶିକ୍ଷା ବିଭାଗର ଭ୍ରଷ୍ଟାଚାର ହଟାଅ ନବରଙ୍ଗପୁର ବଞ୍ଚାଅ
by Argus News
Mon, Mar 11 | 3:37 p.m.

ଅର୍ଗସ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ବିଭାଗର ଦୁର୍ନୀତି ସଂପର୍କରେ ରାଜ୍ୟ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଜନ ଶୁଣାଣୀ କରାଯାଇଛି । ଆଜି ସଂଗ୍ରାମୀ ଲକ୍ଷ୍ମୀ ଚନ୍ଦ୍ର ଦାସ ପ୍ରେସ୍ କ୍ଲବ, ନବରଙ୍ଗପୁର ଠାରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ କମିଟି ପକ୍ଷରୁ ଏକ ଜନ ଶୁଣାଣୀ ଅନୁଷ୍ଠିତ ହୋଇଥିଲା । ନବରଙ୍ଗପୁର ଜିଲ୍ଲା ଡିଇଓଙ୍କର ବ୍ୟାପକ ଦୁର୍ନୀତି କାରବାର ସଂପର୍କରେ ରାଜ୍ୟ କମିଟି ନିକଟରେ ଅଭିଯୋଗ ପହଁଚିବା ପରେ, ରାଜ୍ୟ ଆବାହକ ବରିଷ୍ଠ ଆଇନ୍‌ଜୀବୀ ସୁବ୍ରତ କୁମାର ନନ୍ଦଙ୍କ ପକ୍ଷରୁ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରାଯାଇଥିଲା । 

ଏହି କମିଟିରେ ରାଜ୍ୟ ସଂପାଦକ ଶ୍ୟାମସୁନ୍ଦର ପଣ୍ଡା, କୋରାପୁଟ ଜିଲ୍ଲା ସଭାପତି ବରିଷ୍ଠ ଆଇନ୍‌ଜୀବୀ ଅଶୋକ ମିଶ୍ର,ରାୟଗଡା ଜିଲ୍ଲା ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ରାଧାକୃଷ୍ଣ ପଟ୍ଟନାୟକ, ନବରଙ୍ଗପୁର ଜିଲ୍ଲା ଆବାହକ ଈଶ୍ଵର ରାଓ ଓ ଜିଲ୍ଲା ସମ୍ପାଦକ ତଥା ଆଦିବାସୀ ନେତା ଅର୍ଜୁନ ଭାତ୍ରା, ଗୁଡାରି ବ୍ଲକ୍ ସଂଯୋଜକ ଗୌରୀ ଶଙ୍କର ମିଶ୍ର, ବୋରିଗୁମା ବ୍ଲକ ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଜନଶୁଣାଣୀରେ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗଣ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ନିର୍ଦ୍ଦିଷ୍ଟ ଡାଟା ଏଣ୍ଟ୍ରି ଅପରେଟରଙ୍କ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା କଥା ଜନ ଶୁଣାଣୀରେ ଶିକ୍ଷକ ନେତା , ଶିକ୍ଷାବିତ୍ ଓ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ଅଭିଯୋଗ କରିଥିଲେ । ଆଜିର ଜନଶୁଣାଣୀ ପରେ ଖୁବ୍ ଶୀଘ୍ର ଉକ୍ତ ତଥ୍ୟ ଅନୁସନ୍ଧାନକାରୀ ଚାର୍ଜ ଫ୍ରେସ୍ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଓ ଭିଜିଲାନସ୍‌କୁ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି । ରାଜ୍ୟ ସରକାର ଏବେ ଡ଼ିଇଓ ବଦଳି କରିଛନ୍ତି କିନ୍ତୁ ଦୁର୍ନୀତିର ତଦନ୍ତ କରିବାକୁ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଦୁର୍ନୀତିର ତଦନ୍ତ କରି ଡ଼ିଇଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ଉଦ୍ୟମ ଜାରି ରଖିବ ବୋଲି କହିଛନ୍ତି ଅଶୋକ ମିଶ୍ର । ପ୍ରତ୍ୟେକ ମାସରେ ଏହି ଭଳି ଜନଶୁଣାଣୀ ମାଧ୍ୟମରେ ବିଭିନ୍ନ ବିଭାଗର ଦୁର୍ନୀତି ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସଂଗଠନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଥିବା କଥା ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ