ଆଦିବାସୀ ସଂସ୍କୃତିର ନିଆରା ପରମ୍ପରା ଲାଖବିନ୍ଧା ଯାତ୍ରା
by Argus News
Tue, Dec 05 | 9:31 p.m.

ଅର୍ଗସ ବ୍ୟୁରୋ : ଆଦିବାସୀ ବୋହୁଳ ନବରଙ୍ଗପୁର ଜିଲ୍ଲା । ଏଠି ବାର ମାସରେ ତେର ପର୍ବ । ଏଭଳି ଏମିତି ଏକ ପର୍ବ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା । ଯାହାର ନାମ ରହିଛି ଲାଖବିନ୍ଧା ଯାତ୍ରା । ଏହି ଯାତ୍ରା ଦଶହରା ପରେ ତଥା କାର୍ତ୍ତିକ ପୂର୍ଣ୍ଣିମାର ଏକ ସପ୍ତାହ ପରେ ଅନୁଷ୍ଠିତ ହୋଇଥାଏ । କୋଡିଙ୍ଗା ଗ୍ରାମର ପ୍ରତ୍ୟେକ ଦେବୀ ମା' ଗାଦିମାଇଙ୍କ ନିକଟରେ ଅନୁଷ୍ଠିତ ହୋଇଥାଏ । ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ପୂଜା ପାଠ କରିବା ପରେ ଲାଠି, କୁର୍ଚି ସହିତ ଶତାଧିକ ଭକ୍ତ ମା' ଗାଦି ମାଇଁଙ୍କ ନିକଟରେ ରୁଣ୍ଡ ହୁଅନ୍ତି । ମା'ଙ୍କ ନିକଟରେ ପହଞ୍ଚି ମାଙ୍କ ଆଜ୍ଞା ମାଳ ପାଇବା ପରେ ସମସ୍ତେ ଗାଁ ପଡିଆ ନିକଟରେ ଯାଇ ଲାଖ ବିନ୍ଧା ଯାତ୍ରା ଅନୁଷ୍ଠିତ ହୋଇଥାଏ । 

କିମ୍ବଦନ୍ତୀ ଅନୁସାରେ ସମସ୍ତେ ଏକତ୍ରିତ ହୋଇ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ । ଶିକାର ସମୟରେ ଗୋଟିଏ ହରିଣକୁ ଶିକାର କରିଥିଲେ । ଶିକାର ହୋଇଥିବା ହରିଣର ମୁଣ୍ଡ ଏବଂ ଗଣ୍ଡିକୁ ଭାଗ କରି ବଣ୍ଟା ଯାଇଥିଲା । ସେହି ହରିଣ ମୁଣ୍ଡକୁ ଆଧିପତ୍ୟର ପରିଚୟ ଦେଇ ହରିଣ ଶିଙ୍ଗରେ ଏକ ଧନୁ ନିର୍ମାଣ କରାଯାଇଥିଲା । ସେବେ ଠାରୁ ପ୍ରତିବର୍ଷ ଦଶହରା ବଜାର ତଥା ଲାଖ ବିନ୍ଧା ଯାତ୍ରା ଅନୁଷ୍ଠିତ ହୁଏ ବୋଲି କହିଛନ୍ତି ।

 

ଜିଲ୍ଲାରେ ଅନେକ ସ୍ଥାନରେ ଏଭଳି ଜାନି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଦିବାସୀ ପରମ୍ପରା ଓ ତାଙ୍କ ପୂଜା ପାଠ କରିବା ଦ୍ୱାରା ଅଞ୍ଚଳରେ ସୁଖ ସମୃଦ୍ଧି ପ୍ରାପ୍ତ ହେବା ସହ ରୋଗି ବ୍ୟାଧି ମୁକ୍ତ ହୁଏ ବୋଲି ବିଶ୍ବାସ ରହିଛି । ଏଭଳି ଯାତ୍ରାରେ ସ୍ଥାନୀୟ ପୂଜକ, ଶିରା, ଚଲାନ, ଗଣ୍ଡା, ଗ୍ରାମ ମୁଖ୍ୟ ସହ ବାର ପାଲ୍ଲୀରୁ ଆସିଥିବା ମୁଖ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇ ଥାନ୍ତି । ତା ସହ ଆଦିବାସୀ ନାଚ ଗୀତରେ ମୋନରଞ୍ଜନ ମଧ୍ୟ କରିଥାନ୍ତି । ଆଦିବାସୀଙ୍କ ପୂଜା ପାଠ ଓ ସେମାନଙ୍କ ପରମ୍ପରା ସମ୍ପୂର୍ଣ୍ଣ ନିଆରା । ପିଲା ଠୁ ବୃଦ୍ଧ ସମସ୍ତେ ଏହି ଲାଖ ବିନ୍ଧା ଯାତ୍ରାରେ ସାମିଲ ହୋଇଥାନ୍ତି । ଏହି ଯାତ୍ରାକୁ ଅଞ୍ଚଳବାସୀ ମନ ଭରି ଉପଭୋଗ କରିଥିବା ଦେଖିବାକୁ ମିଳିଥାଏ ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ